Videos
|
Odisha

ମୟୂରଭଞ୍ଜ ବାରିପଦା ରେଞ୍ଜ ବୀରେଶ୍ବରପୁରରେ ମାତିଛନ୍ତି କାଠ ମାଫିଆ।

Rashmita Mishra
Browse all articles by Rashmita Mishra
·2 years ago·1 min read
ମୟୂରଭଞ୍ଜ ବାରିପଦା ରେଞ୍ଜ ବୀରେଶ୍ବରପୁରରେ  ମାତିଛନ୍ତି କାଠ ମାଫିଆ।

ଅର୍ଗସ ବ୍ୟୁରୋ: ମୟୂରଭଞ୍ଜ ବାରିପଦା ରେଞ୍ଜ ବୀରେଶ୍ବରପୁର ପଞ୍ଚାୟତ। ଏ ଅଞ୍ଚଳରେ ମାତିଛନ୍ତି କାଠ ମାଫିଆ। ଗାଁ ନିକଟରେ ଥିବା ୟୁକାଲି ପଟାସ ଜଙ୍ଗଲରୁ କରୁଛନ୍ତି ମନଇଚ୍ଛା ଲୁଟ୍। ଵନ ବିଭାଗକୁ ଚକମା ଦେଇ ରାତାରାତି ଲକ୍ଷ ଟଙ୍କାର କାଠ କାଟି ନେଉଛନ୍ତି। ଦେଖନ୍ତୁ କେମିତି ଏତେ ବଡ଼ ଜଙ୍ଗଲରୁ ଗଛ କାଟି ପୁରା ସଫା କରିଦେଇଛନ୍ତି ମାଫିଆ। ଗଛ କାଟୁଛନ୍ତି, ବଡ଼ ବଡ଼ ଟ୍ରକରେ କାଠ ବୋହି ନେଉଛନ୍ତି। ଵନଵିଭାଗ ଓ ସ୍ଥାନୀୟ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ। 

 ପରିବେଶ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାର କରୁଛନ୍ତି ବନୀକରଣ । ଏ ସବୁ ଜଙ୍ଗଲର ରକ୍ଷଣାବେକ୍ଷଣ ଓ ସୁରକ୍ଷା ଦାୟିତ୍ବ ବନ ବିଭାଗର। କିନ୍ତୁ ବିଭାଗୀୟ ଅଧିକାରୀଙ୍କ  ସ୍ଥାଣୁତା ଯୋଗୁଁ ମାଫିଆ ଚଳାଇଛନ୍ତି ଦୌରାତ୍ମ୍ୟ। ଲୋକେ ଅଭିଯୋଗ କରୁଛନ୍ତି ଜାଣିଶୁଣି ବନ ବିଭାଗ ଓ ସ୍ଥାନୀୟ ପୋଲିସ ଚୁପ୍ ବସିଛି। 

ବନ ବିଭାଗର ନିଷ୍କ୍ରିୟତା ଓ ସଲାସୁତୁରା ଯୋଗୁଁ ବଢୁଛି କାଠ ମାଫିଆଙ୍କ ସାହାସ। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକେ। 


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The wood mafia has been killed in Baripada Range Bireshwarpur. | Argus News