ଆଜିଠୁ ଆରମ୍ଭ ହେଉଛି ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ
·1 year ago·1 min read

ଅର୍ଗସ ବ୍ୟୁରୋ : ଆଜିଠୁ ମଥୁରାରେ ଆରମ୍ଭ ହେବ କଂସ ରାଜୁତି । ଗୋପପୁରରେ ଲୀଳାଖେଳା କରିବେ ମହାପ୍ରଭୁ କୃଷ୍ଣ,ବଳରାମ । କାରଣ ଆଜିଠୁ ଆରମ୍ଭ ହେଉଛି ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ । ଆଜିଠୁ ଆରମ୍ଭ ହୋଇ ଏହା ଆସନ୍ତା ୧୩ ତାରିଖ ଯାଏଁ, ଅର୍ଥାତ୍ ୧୧ ଦିନ ଧରି ଚାଲିବ l ମହାରାଜା କଂସଙ୍କ ଅଟହାସ୍ୟରେ ପ୍ରକମ୍ପିତ ହେବ ମଥୁରା ନଗରୀ ପାଲଟିଥିବା ବରଗଡ଼ ସହର ।
ଅମ୍ବାପାଲି ପଲଟିଯିବ ଗୋପପୁର ଓ ସହର ମଧ୍ୟରେ ବହି ଯାଉଥିବା ଜୀରା ନଦୀ ପାଲଟିଯିବ ଯମୁନା ନଦୀ । ଏଥିପାଇଁ ସଜେଇ ହୋଇଛି ପୁରା ବରଗଡ଼ ସହର । ସବୁଠି ଉତ୍ସାହ ଓ ଉଲ୍ଲାସ । ସେପଟେ ଲୋକଙ୍କ ସୁରକ୍ଷା ପାଇଁ 20 ପ୍ଲାଟୁନ ପୋଲିସ ଫୋର୍ସ ଓ 150 ଜଣ ଅଫିସର ଧନୁଯାତ୍ରାରେ ନିୟୋଜିତ ହେବେ । ଲୋକମାନେ ଧନୁଯାତ୍ରାକୁ କିଭଳି ଭଲ ଭାବରେ ଉପଭୋଗ କରିପାରିବେ ସେଥିପାଇଁ ବରଗଡ଼ ପୋଲିସ୍ ସମସ୍ତ ପ୍ରସ୍ତୁତି କରିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: