Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦୁନିଆ ଜାଣିବ ଜମ୍ମୁ କାଶ୍ମୀର ଓ ଲଦାଖର ଆନାଲୋଚିତ ଇତିହାସ

Odisha

ଦୁନିଆ ଜାଣିବ ଜମ୍ମୁ କାଶ୍ମୀର ଓ ଲଦାଖର ଆନାଲୋଚିତ ଇତିହାସ

Rashmita Mishra
Browse all articles by Rashmita Mishra
·1 year ago·2 min read
ଦୁନିଆ ଜାଣିବ ଜମ୍ମୁ କାଶ୍ମୀର ଓ ଲଦାଖର ଆନାଲୋଚିତ ଇତିହାସ

Key Points

ଦୁନିଆ ଜାଣିବ ଜମ୍ମୁ କାଶ୍ମୀର ଓ ଲଦାଖର ଆନାଲୋଚିତ ଇତିହାସ

ଭୂସ୍ବର୍ଗର ସତ ସାମ୍ନାକୁ ଆଣିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରାଳୟର ବଡ଼ ପ୍ରୟାସ

ଜମ୍ମୁ କାଶ୍ମୀର ଆଣ୍ଡ ଲଦାଖ through the ages' ପୁସ୍ତକ ଉନ୍ମୋଚତ

ପ୍ରଫେସର ରଘୁବେନ୍ଦ୍ର ତନୱାରଙ୍କ ଲିଖିତ ପୁସ୍ତକ ୭ ଖଣ୍ଡରେ ଉପସ୍ଥାପିତ

ଉନ୍ମୋଚନ ଅବସରରେ ଡକ୍ଟର ହରେକୃଷ୍ଣ ମହତାବଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଗୃହମନ୍ତ୍ରୀ

ବହିରେ ବୈପ୍ଳବିକ ପରିବର୍ତ୍ତନର ସୂଚନା ଥିବା କହିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ଅର୍ଗସ ବ୍ୟୁରୋ: ନୂଆଦିଲ୍ଲୀ ଆମ୍ବେଦକର ଇଣ୍ଟରନାସନାଲ ସେଣ୍ଟରର ଭୀମ ଅଡିଟରିମରେ 'ଜମ୍ମୁ କାଶ୍ମୀର ଆଣ୍ଡ ଲଦାଖ: through the ages' ଶୀର୍ଷକ  ପୁସ୍ତକ ଉନ୍ମୋଚନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଜାମ୍ମୁ କାଶ୍ମୀର ଆଣ୍ଡ ଲଦାଖ: through the ages ' ଶୀର୍ଷକ ଏହି ପୁସ୍ତକରେ ସ୍ଥାନ ପାଇଛି ଜାମ୍ମୁ କାଶ୍ମୀର ଓ ଲଦାଖର ୩ ହାଜରରୁ ଅଧିକ ବର୍ଷର ଇତିହାସ। ପୁସ୍ତକଟି ଲେଖିଛନ୍ତି ଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦର ଅଧକ୍ଷ ପ୍ରଫେସର ରଘୁବେନ୍ଦ୍ର ତନୱାର। ପୁସ୍ତକ ଉନ୍ମୋଚନ ଅବସରରେ ଅଭିଭାଷଣ ରଖି ପ୍ରଥମେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ। ଶାହ କହିଥିଲେ ଦେଶର କିଛି ବ୍ୟକ୍ତି ଏହି ଇତିହାସ ପାଇଁ ପ୍ରମାଣ ମାଗୁଛନ୍ତି ଯାହା ଦୁର୍ଭାଗ୍ୟ। ଭାରତର ସୀମା କେବଳ ସାଂସ୍କୃତିକ ଦ୍ବାରା ପରିଚିତ। ଭାରତ ଜାଣିବାକୁ ହେଲେ ଇତିହାସକୁ ଜାଣିବାକୁ ପଡିବ। ଏହି ପୁସ୍ତକ ଦର୍ଶାଇଛି 10ହଜାର ବର୍ଷ ପୂର୍ବରୁ କାଶ୍ମୀର ସାହ ସାରା ଦେଶ ଯୋଡି ହୋଇଛି।


ଉନ୍ମୋଚନ କାର୍ଯ୍ୟକ୍ରମର ସମ୍ମାନିତ ଅତିଥି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଅଭିଭାଷଣରେ ନ୍ୟାସନାଲ ବୁକ୍ ଟ୍ରଷ୍ଟ ଏବଂ ଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦକୁ ଧନ୍ୟବାଦ ଜଣାଇଥିଲେ। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଧେଶ ଥିଲା ଇତିହାସକୁ ସଠିକ ଢଙ୍ଗରେ ପ୍ରକାଶ କରିବା ସହ ଏକ ପୁସ୍ତକ ଉନ୍ମୋଚନ ପାଇଁ ଯାହା ଆଜି ପ୍ରକାଶ ପାଇଛି। ଏହି ପୁସ୍ତକ ଏକ ବୈପ୍ଳବିକ ପରିବର୍ତ୍ତନର ସୂଚନା ଦେଉଥିବା କହିଛନ୍ତି ଶିକ୍ଷାମନ୍ତ୍ରୀ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜମ୍ମୁ କାଶ୍ମୀର ଓ ଲଦାଖର କଳା, ସଂସ୍କୃତି, ଲେଖକ, ସଂଗୀତକାର, ଦାର୍ଶନିକ ଓ ବିଭିନ୍ନ ମହାପୁରୁଷଙ୍କ ଜୀବନୀ ବିଷୟରେ ଏହି ପୁସ୍ତକରେ ଉଲ୍ଲେଖ ଅଛି। ଏହି ବହିକୁ ସାତ ଖଣ୍ଡରେ ଉପସ୍ଥାପିତ କରାଯାଇଛି। ପୁସ୍ତକ ପାଇଁ ମନୋନୀତ ପ୍ରତ୍ୟେକ ଦୃଷ୍ଟାନ୍ତ ଏକ ନିର୍ଦ୍ଧିଷ୍ଟ ସମୟ ଅନୁସାରେ ଚିତ୍ରଣ କରାଯାଇଛି | ହିନ୍ଦୀ ଏବଂ ଇଂରାଜୀରେ ପ୍ରକାଶିତ ଏହି ପୁସ୍ତକ, ନ୍ୟାସନାଲ ବୁକ୍ ଟ୍ରଷ୍ଟ, ଭାରତ ଏବଂ ଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦର ମିଳିତ ଉଦ୍ୟମରେ ପ୍ରକାଶିତ ହୋଇଛି।


ଏଥିସହ ଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦ ଜାନୁଆରୀ ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀର ଓ ଲଦାଖ ବିଷୟରେ ଅଧିକ ଜାଣିବା ପାଇଁ ଆମ୍ବେଦକର ଇଣ୍ଟରନାସନାଲ ସେଣ୍ଟରରେ ଏକ ପଦର୍ଶନୀର ଆୟୋଜନ କରିଛି। ଦିନ 11ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଏହା ଖୋଲା ରହିବ। ଏହି ପ୍ରଦର୍ଶନୀରେ ଜମ୍ମୁ, କାଶ୍ମୀର ଲଦାଖ ବିଷୟରେ ଅଧିକ ଜାଣିବା ପାଇଁ ଚିତ୍ର ସହ ସୂଚନା ଦିଆଯାଇଛି।


Sponsored
The world will know the analyzed history of Jammu Kashmir and Ladakh | Argus News