Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବ୍ରାଉନ ସୁଗାରର ବଶବର୍ତ୍ତୀ ଯୁବପିଢି

Odisha

ବ୍ରାଉନ ସୁଗାରର ବଶବର୍ତ୍ତୀ ଯୁବପିଢି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବ୍ରାଉନ ସୁଗାରର ବଶବର୍ତ୍ତୀ ଯୁବପିଢି

Key Points

ତାଳଚେର ଅଞ୍ଚଳରେ ବୃଦ୍ଧି ପାଉଛି ଧଳାଜହରର କାରବାର
ବ୍ରାଉନ ସୁଗାରର ବଶବର୍ତ୍ତୀ ଯୁବପିଢି
ବାହାର ରାଜ୍ୟରୁ ଆସୁଛି ଧଳା ଜହର
ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ତେଜିଲା ଦାବି

ଅନୁଗୋଳ:  ଶିଳ୍ପ ବହୁଳ ଅନୁଗୋଳ ଜିଲ୍ଲା ତାଳଚେର ସହରରେ ଧଳା ଜହରର ବ୍ୟବସାୟ ବଢିବାରେ ଲାଗିଛି । ଖଣି ଅଂଚଳର ରହୁଥିବା ଯୁବପିଢ଼ିକୁ ନିଶାଶକ୍ତ କରିବା ପାଇଁ ବାହାର ରାଜ୍ୟରୁ ବ୍ରlଉନ ସୁଗାର ଆଣି ଏଠି ବିକ୍ରି କରାଯାଉଛି । ଗତ ୬ ମାସ ଭିତରେ ତାଳଚେର ଅବକାରୀ ବିଭାଗ ବିଭିନ୍ନ ଅଂଚଳରେ ଚଢାଉ କରି ପାଖାପାଖି ୩ ଶହ ଗ୍ରାମ ବ୍ରlଉନ ସୁଗାର ଜବତ କରିବl ସହ ବ୍ୟବସାୟୀଙ୍କୁ ଗିରଫ କରିଛି ।


କୋଲକାତାରୁ ଭାୟା- ବାଲେଶ୍ବର, ଯାଜପୁର, ଢେଙ୍କାନାଳ, ଭୁବନ ଦେଇ ଅନୁଗୋଳ ଜିଲ୍ଲାକୁ ଆସୁଛି । ତାଳଚେରର ପାର୍କ, ପଡ଼ିଆ, ନଦୀ ପଠା, ଭଙ୍ଗାଘର ଆଦି ସ୍ଥାନ ଗୁଡ଼ିକରେ ଏହାର ଡିଲ୍ ହେଉଛି । ବିଶେଷ କରି, କଲେଜ ପଢୁଆ ପିଲା ଏ ନିଶା ପ୍ରତି ଅଧିକ ଆକୃଷ୍ଟ ହେବାର ଲାଗିଛନ୍ତି । ଅବକାରୀ ଓ ପୋଲିସ ବାରମ୍ବାର ଚଢାଉ କରିବା ସତ୍ତ୍ବେ, ବେପାର କମ୍ ହେଉନି । ବ୍ରାଉନ ସୁଗାର ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଜୋର ଧରିଛି । ଦିନକୁ ଦିନ ବ୍ରାଉନ ସୁଗାର କାରବାର ବଢ଼ି ବଢ଼ି ଚାଲିଥିବାବେଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The youth addicted to brown sugar | Argus News