Videos
|
Odisha

ପୋଲିସ ନାକ ପାଖରୁ ଚୋରି

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
 ପୋଲିସ ନାକ ପାଖରୁ ଚୋରି

ବାଲେଶ୍ବର:ଥାନା ଠାରୁ ମାତ୍ର ୧୦୦ ମିଟର ଦୂରରୁ ଚୋରି। ଆଲମିରା କାଟି ନେଇଗଲେ ସୁନା ଗହଣା। ବାଲେଶ୍ବର ଜିଲା ଭୋଗରାଇରେ ହୋଇଛି ଏକ ବଡ଼ ଧରଣର ଲୁଟ୍। ଘରେ କେହି ନଥିବା ବେଳେ ଘରେ ପଶି କଳାକନା ବୁଲାଇଲେ ଦୁର୍ବୁତ୍ତ l


କମର୍ଦ୍ଦା ଥାନା ଠାରୁ ୧୦୦ମିଟର ଦୂରରେ ଏକ ଭଡା ଘର ନେଇ ରହୁଥିଲେ ରଂଜିତ। ନିକଟରେ ରଂଜିତଙ୍କ କାକାଙ୍କ ଦେହାନ୍ତ ହୋଇଥିଲା। ଦଶାହ କ୍ରିୟା ପାଇଁ ସପରିବାର ନିଜ ଗାଁକୁ ଯାଇଥିଲେ। ସମସ୍ତ କ୍ରିୟା କର୍ମ ସାରି ଭଡା ଘରକୁ ଫେରି ଦେଖିଥିଲେ ତାଙ୍କ ଘରୁ ଚୋରି ହୋଇଛି।ଘରେ ରହିଥିବା ସସସ୍ତ ଆଲମିରାକୁ ତାଡି ଏଥିରେ ଥିବା ଟଙ୍କା ଓ ସୂନା ଗହଣା ଗହଣା ନେଇଯାଇଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରଂଜିତଙ୍କ ଅଭିଯୋଗ ଅନୁସାରେ ଏକ ଡମ୍ଫର ଟ୍ରକ୍‌ କିଣିବା ପାଇ ସେ ଆଲମିରାରେ ୩ ଲକ୍ଷ ଟଙ୍କା ରଖିଥିଲେ। ୩ଲକ୍ଷ ଟଙ୍କା ସହିତ ଘରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଗହଣା ନେଇ ଯାଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।