Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜଙ୍ଗଲ ତୁଳନା ରେ ରାଜ୍ୟରେ ଅଛନ୍ତି ୪୦୦ ଅଧିକ ହାତୀ 

Odisha

ଜଙ୍ଗଲ ତୁଳନା ରେ ରାଜ୍ୟରେ ଅଛନ୍ତି ୪୦୦ ଅଧିକ ହାତୀ 

Rashmita Mishra
Browse all articles by Rashmita Mishra
·1 year ago·2 min read
ଜଙ୍ଗଲ ତୁଳନା ରେ ରାଜ୍ୟରେ ଅଛନ୍ତି ୪୦୦ ଅଧିକ ହାତୀ 

Key Points

  • ଓଡ଼ିଶାରେ ହାତୀଙ୍କ ପାଇଁ ଜାଗା ଅଭାବ 
  • ଜଙ୍ଗଲ ତୁଳନା ରେ ରାଜ୍ୟରେ ଅଛନ୍ତି ୪୦୦ ଅଧିକ ହାତୀ 
  • ବଢ଼ୁଛି ହାତୀଙ୍କ ପାଇଁ ଖାଦ୍ୟ ପାନୀୟର ଅଭାବ 
  • ଶିମିଳିପାଳକୁ କିଛି ହାତୀ ସ୍ଥାନାନ୍ତର ପାଇଁ ବନ ବିଭାଗର ଯୋଜନା 
     

ଅର୍ଗସ ବ୍ୟୁରୋ: ହାତୀ ଖାଦ୍ୟ ପାଉ ନାହାଁନ୍ତି । ଜଙ୍ଗଲ ଛାଡି ଜନ ବସତି ଆଡକୁ ମୁହାଁଉଛନ୍ତି । ଖାଦ୍ୟ ଅଭାବ ଯୋଗୁଁ କିଛି ହାତୀ ରୋଗୀଣା ମଧ୍ୟ ହେଉଛନ୍ତି । ରାଜ୍ୟରେ ପ୍ରତିଦିନ ହାତୀ ମୃତ୍ୟୁ ଖବର ର ଶିରୋନାମା ପାଲଟିଥିବା ବେଳେ ହାତୀ ଙ୍କ ସହବାସ୍ଥାନ କ୍ଷମତା କୁ ନେଇ ଆସିଛି ବଡ ତଥ୍ୟ । ବାଙ୍ଗାଲୋରସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସେସର ଏଲିଫ୍ୟାଣ୍ଟ ସେଣ୍ଟର ଷ୍ଟଡି ଅନୁସାରେ, ଓଡ଼ିଶା ଜଙ୍ଗଲରେ ସର୍ବାଧିକ ୧୭୦୦ ହାତୀ ରହିପାରିବେ । କିନ୍ତୁ ଏବେ ୪୦୦ ହାତୀ ଅଧିକ ଅଛନ୍ତି । ଯେଉଁଥିପାଇଁ ହାତୀଙ୍କ ବାସସ୍ଥଳୀ ଓ ଖାଦ୍ୟ ର ଅଭାବ ଦେଖା ଦେଇଛି ।  ଏଥିରେ ଅଧିକ ପ୍ରଭାବ ପକାଉଛି ଝାଡ଼ଖଣ୍ଡି ଓ ଛତିଶଗଡି ହାତୀ ଙ୍କ ଆଗମନ । ଏହି ହାତୀଙ୍କ ଉପରେ ନଜର ରଖିବାକୁ ନଭେମ୍ବର ୧୪ ରୁ ହାତୀଗଣନା କରିବ ବନ ବିଭାଗ । 

ବନ ବିଭାଗ ତଥ୍ୟ କହୁଛି ଗତ ୭ ବର୍ଷ ରେ ୬୩୪ ହାତୀଙ୍କ ଜୀବନ ଗଲାଣି। ଚଳିତ ବର୍ଷ  ୬୦ ହାତୀର ମୃତ୍ୟୁ ହୋଇଥିଲେ ବି ଗୋଟିଏ ବି ହାତୀ ଶୀକାର ରେ ମରି ନାହାଁନ୍ତିି ।  ତେବେ ରୋଗାଗ୍ରସ୍ତ ଓ ଦୁର୍ଘଟଣା ଜନିତ ମୃତ୍ୟୁରେ କିନ୍ତୁ ରୋକ ଲାଗି ପାରୁନି । ଭୁଲ ବୁଝାମଣା ପାଇଁ କିଛି ଦିନ ପୂର୍ବେ ରାଉରକେଲା ଓ ମେରାମଣ୍ଡଳିରେ ଟ୍ରେନ ଦୁର୍ଘଟଣାରେ ହାତୀ ଙ୍କ ଜୀବନ ଯାଇଛି । ଖାଦ୍ୟ ଅଭାଗ ଯୋଗୁଁ ହାତୀଙ୍କ ରୋଗ ପ୍ରତିରୋଧକ ଶକ୍ତି କମିବା ବନ ବିଭାଗର ଚିନ୍ତା ବଢ଼ାଇଥିବା ବେଳେ ଏହାର ନିରାକରଣ ପାଇ କିଛି ହାତୀଙ୍କୁ ଶିମିଳିପାଳ ସ୍ଥାନାନ୍ତର କରିବାକୁ ଯୋଜନା କରୁଛି ବନ ବିଭାଗ । 

ହାତୀ ମୃତ୍ୟୁ ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ କିଛି ଦିନ ତଳେ ବିଭାଗୀୟ ସଚିବ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜଙ୍ଗଲ ମନ୍ତ୍ରୀ । ବିଭାଗ ଏବେ ସେ ଦିଗରେ କଣ ପଦକ୍ଷେପ ନେଉଛି ତା ଉପରେ ସମସ୍ତଙ୍କ ନଜର । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
There are 400 more elephants in the state than in the forest | Argus News