Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Srimandir / ଶ୍ରୀମନ୍ଦିର ବାହାରେ ବୁଲୁଛନ୍ତି ଠକ, ଗୁମାସ୍ତା ପରିଚୟ ଦେଇ ଲୁଟୁଛନ୍ତି ଯାତ୍ରୀଙ୍କୁ !

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ଶ୍ରୀମନ୍ଦିର ବାହାରେ ବୁଲୁଛନ୍ତି ଠକ, ଗୁମାସ୍ତା ପରିଚୟ ଦେଇ ଲୁଟୁଛନ୍ତି ଯାତ୍ରୀଙ୍କୁ !

Key Points

ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ କିଭଳି ଶାନ୍ତିଶୃଙ୍ଖଳାରେ ଦର୍ଶନ କରି ଫେରିବେ ସେଥିପାଇଁ ଅଞ୍ଚଳ ଆଧାରରେ ସ୍ବୀକୃତି ପାଇଛନ୍ତି ପଣ୍ଡା।

ପୁରୀରେ ପୁଣି ଯାତ୍ରୀଙ୍କୁ ନେଇ ମୁହାଁମୁହିଁ ସେବାୟତ । ଯାତ୍ରୀଙ୍କୁ ମିଛ କହି କିଛି ନକଲି ଗୁମାସ୍ତା ଟଙ୍କା ଆଦାୟ କରୁଥିବା ଅଭିଯୋଗ ଆସିଛି । ସେମାନେ ଅବିକଳ ସେବାୟତଙ୍କ ବେଶ ଧରିଥାନ୍ତି । ନିଜକୁ ଯାତ୍ରୀପଣ୍ଡାଙ୍କ ଗୁମାସ୍ତା କହି ଶ୍ରୀମନ୍ଦିରରେ ଗଳାବାଟ ଦେଇ ଯାତ୍ରୀଙ୍କୁ ପ୍ରବେଶ କରାନ୍ତି । ଆଉ ସେମାନଙ୍କଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରନ୍ତି । ଯାହାକୁ ନେଇ ଉପୁଜିଛି ବିବାଦ ।

ନକଲି ଗୁମାସ୍ତାଙ୍କ ପାଇଁ ଅସଲି ଗୁମାସ୍ତାଙ୍କ ହେଉଛି ସମ୍ମାନ ହାନୀ । ଗୁମାସ୍ତା ନାମରେ ଭକ୍ତଙ୍କୁ ଲୁଟୁଛନ୍ତି ନିଶାଖୋର ଯୁବକ । ପୁରାତନ ପରମ୍ପରାକୁ କଳୁଷିତ କରୁଥିବାରୁ କ୍ଷୋଭ ପ୍ରକାଶ କଲେ ଗୁମାସ୍ତା। ଅସଲି ଗୁମାସ୍ତାଙ୍କୁ ପରିଚୟପତ୍ର ପ୍ରଦାନ କରିବା ସହ ନକଲିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ କିଭଳି ଶାନ୍ତିଶୃଙ୍ଖଳାରେ ଦର୍ଶନ କରି ଫେରିବେ ସେଥିପାଇଁ ଅଞ୍ଚଳ ଆଧାରରେ ସ୍ବୀକୃତି ପାଇଛନ୍ତି ପଣ୍ଡା। ସମନ୍ଵୟ ସ୍ଥାପନ କରିବା ସହ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାରେ ପ୍ରମୁଖ ଭୁମିକା ନିର୍ବାହ କରନ୍ତି ‘ଗୁମାସ୍ତା’। ପଣ୍ଡା ଓ ଗୁମାସ୍ତାଙ୍କର ଶ୍ରୀମନ୍ଦିର ପରମ୍ପରାରେ ଏକ ସ୍ବତନ୍ତ୍ର ପଦମର୍ଯ୍ୟାଦା ରହିଛି। କିନ୍ତୁ କିଛି ନକଲି ଗୁମାସ୍ତାଙ୍କ ପାଇଁ ଏହି ‘ଗୁମାସ୍ତା’ ଶବ୍ଦ କ୍ରମଶଃ ମର୍ଯ୍ୟାଦା ହରାଇବାରେ ଲାଗିଛି।

ଗୁମାସ୍ତାଙ୍କ ନାମରେ ନିଶାଖୋର୍ ଯୁବକମାନେ ଭକ୍ତଙ୍କୁ ଲୁଟୁଥିବା ନେଇ ହୋଇଛି ଅଭିଯୋଗ। ତେଣୁ ଅସଲି ଗୁମାସ୍ତାଙ୍କୁ ପରିଚୟପତ୍ର ପ୍ରଦାନ କରିବା ସହ ନକଲିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

ଶ୍ରୀମନ୍ଦିର ଚାରିପଟେ ନକଲି ଗୁମାସ୍ତାମାନେ ଛଞ୍ଚାଣ ଭଳି ଯାତ୍ରୀ, ଭକ୍ତଙ୍କୁ ଗଳାବାଟରେ ଦର୍ଶନ କରାଇବା ପାଇଁ ଟଙ୍କା ନେଇ ଚୂନ ଲଗାନ୍ତି। ଏମାନେ ସମସ୍ତେ ନକଲି ଗୁମାସ୍ତା ବୋଲି ନିଜେ ସ୍ୱୀକାର କରିବା ସହ ନିଜ ଭୁଲ ମାନିଛନ୍ତି । କିଏ କାନଧରି ବସଉଠୁ ହୋଇଛନ୍ତି ତ ଆଉ କିଏ ମିଛ କହି ଟଙ୍କା ଲୋଭରେ ଯାତ୍ରୀପଣ୍ଡାଙ୍କ ଗୁମାସ୍ତାର ପରିଚୟ ଦେଇ ଯାତ୍ରୀଙ୍କୁ ଦର୍ଶନ କରାଉଥିବା ମାନିଛନ୍ତି। ଆଉ ସେମାନଙ୍କ ନାମରେ ଅପରାଧିକ ମାମଲା ରହିଥିବା ବେଳେ ଦୁଇ ମାସ ତଳେ ୧୪ ଜଣ ନକଲି ଗୁମାସ୍ତା ପୋଲିସ ହାତରେ ଧରାପଡ଼ି ଜେଲ୍ ଯାଇଥିଲେ।

ଦିନକୁ ଦିନ ଶ୍ରୀମନ୍ଦିର ବାହାରେ ନକଲି ଗୁମାସ୍ତାଙ୍କ ପ୍ରାଦୁର୍ଭାବ ବଢୁଥିବା ବେଳେ ସେମାନଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ଯାହାଫଳରେ ଭକ୍ତମାନେ ଆଉ ଶୋଷଣର ଶିକାର ହେବେ ନାହିଁ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Srimandir | There are fraudsters roaming outside the temple | Argus News