Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅନ୍ଧବିଶ୍ବାସ ଘେରରେ ଗାଁ, ମାସକର ଛୁଆର ଦେହରେ ୩୦ରୁ ଅଧିକ ଚେଙ୍କ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଅନ୍ଧବିଶ୍ବାସ ଘେରରେ ଗାଁ, ମାସକର ଛୁଆର ଦେହରେ ୩୦ରୁ ଅଧିକ ଚେଙ୍କ

ଏବେ ବି ଅନ୍ଧବିଶ୍ବାସର ଅନ୍ଧ ଗଳିରେ ମଣିଷ । ପିଲାକୁ ସୁସ୍ଥ କରିବାକୁ ଯାଇ ଦିଆଗଲା ଚେଙ୍କ । ମାସକର ଛୁଆର ଦେହରେ ୩୦ରୁ ଅଧିକ ଚେଙ୍କ । ଗୁରୁତର ଅବସ୍ଥାରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଶିଶୁଟିକୁ ଭର୍ତ୍ତି କରାଯାଇଛି । ଚନ୍ଦାହାଣ୍ଡି ବ୍ଲକର ଗମ୍ଭାରୀଗୁଡା ପଞ୍ଚାୟତର ଫୁଣ୍ଡେଲପଡା ଗାଁରେ ଏ ଅଭାବନୀୟ ଘଟଣା ଘଟିଛି । ଘଟଣା ଅନୁଯାୟୀ ଏହି ଗାଁର ସରୋଜ କୁମାର ନାୟକଙ୍କ ୧ ମାସର ପୁଅର ପେଟ ଓ ମୁଣ୍ଡରେ ୪୦ ରୁ ଉର୍ଦ୍ଧ୍ବ ଚେଙ୍କ ଦିଆଯାଇଛି । ପିଲାଟିକୁ ଦେଖିଲେ ଜଣା ପଡୁଛି ଯେ ଛୁଆଟି ର ପେଟରେ ଆଉ ଖାଲି ସ୍ଥାନ ଦେଖିବାକୁ ମିଳୁନାହିଁ।ମିଳିଥିବା ସୂଚନା ଅନୁସାରେ ପିଲାଟି ଜନ୍ମ ହେବାର ୧୦ ଦିନ ପରେ ଦେହ ଅସୁସ୍ଥ ହୋଇ ବାରମ୍ବାର କାନ୍ଦୁଥିଲା। ତେବେ ଏହା ଦେଖି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଅନ୍ୟ କାହାର କଥାରେ ପଡି ପିଲାଟିର ପେଟ ଓ ମୁଣ୍ଡରେ ୪୦ ରୁ ଉର୍ଦ୍ଧ୍ବ ଚେଙ୍କ ଦିଆଯାଇଛି। ତେବେ ପରିବାର ଲୋକ କହିବା ଅନୁଯାୟୀ ଚେଙ୍କ ମାରିବା ପରେ କିଛି ଦିନ ଛୁଆଟି ଆଉ କାନ୍ଦିନଥିଲା କିନ୍ତୁ ବର୍ତ୍ତମାନ ଦୁଇ ଦିନ ହେଲା ଛୁଆଟି ଚେଙ୍କର ଯନ୍ତ୍ରଣା ସମ୍ଭାଳି ନପାରି କାନ୍ଦିବା ଆରମ୍ଭ କରିଥିଲା ।


ଅନ୍ୟପଟେ ଛୁଆଟିର କାନ୍ଧ ଦେଖି ପରିବାର ଲୋକେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ତେବେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ତଥା ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ପଣ୍ଡା ତୁରନ୍ତ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ପଠେଇଥିଲେ । ତେବେ ଛୁଆଟି ଆସିବା ସମୟରେ ଯେଉଁ ଗୁରୁତର ଅବସ୍ଥାରେ ଥିଲା ବର୍ତ୍ତମାନ ଚିକିତ୍ସା ପରେ ବହୁତ୍ ଭଲରେ ଅଛି ବୋଲି ଚିକିତ୍ସା ଅଧିକାରୀ କହିଛନ୍ତି । ତେବେ ବର୍ତ୍ତମାନ ଛୁଆଟି ଯେପରି ଅତି ଶୀଘ୍ର ଭଲ ହୋଇ ଘରକୁ ଫେରିବ ସେଥିପାଇଁ ସ୍ଵାସ୍ଥ୍ୟ ବିଭାଗ ସବୁ ପ୍ରକାର ଚିକିତ୍ସାରେ ସହଯୋଗ କରାଯିବ ବୋଲି ଡକ୍ଟର ପଣ୍ଡା କହିଛନ୍ତି।ଅନ୍ୟପଟେ କେଉଁ ପରିସ୍ଥିତିରେ ପିଲାଟିକୁ କିଏ ଚେଙ୍କ ଦେଲା ସେ ବିଷୟରେ କ୍ୟାମେରା ସମ୍ମୁଖରେ କିଛି କହିବାକୁ ରାଜି ହେଉ ନାହାଁନ୍ତି ପରିବାର ଲୋକେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored