Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନା ଅଛି ଭଲ ରାସ୍ତା, ନା ସ୍ୱାସ୍ଥ୍ୟ ସେବା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ନା ଅଛି ଭଲ ରାସ୍ତା, ନା ସ୍ୱାସ୍ଥ୍ୟ ସେବା

ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କୁଇବାହାଲ ପଂଚାୟତର ଲାମୀଠୁଟା ଗାଁ । ଜଙ୍ଗଲ ରାସ୍ତାରେ ଯିବାକୁ ପଡେ ଏହି ଗାଁକୁ । ଗ୍ରୀଷ୍ମ ଋତୁରେ କିଛି ମାସ ସୁରୁଖୁରୁରେ ଚଲିଯାଏ, ବର୍ଷା ମାସର କଥା ତ ନ କହିବା ଭଲ । ରାସ୍ତା ନ ଥିବାରୁ ଗାଁକୁ ଆସି ପାରେନି ଆମ୍ବୁଲାନ୍ସ, ଫଳରେ ରୋଗୀ ବା ଗର୍ଭବତୀଙ୍କୁ ଭାରାରେ ବୋହି ନେଇଥାନ୍ତି ସମ୍ପର୍କୀୟ। କେତେବେଳେ ଗର୍ଭବତୀଙ୍କର ରାସ୍ତାରେ ପ୍ରବସ କରି ଦେଉଥିବା ବେଳେ କେବେ କେବେ ଲୋକଙ୍କ ଜୀବନ ଚାଲିଯାଉଥିବା ମଧ୍ୟ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଗାଁରେ ସ୍କୁଲ କି ଅଙ୍ଗନୱାଡି କେନ୍ଦ୍ର ନାହିଁ । ଫଳରେ ୪/୫ କିମି ଦୂରରେ ଥିବା ସ୍କୁଲକୁ ଯାଉଛନ୍ତି ପିଲା । କିନ୍ତୁ ପ୍ରତ୍ୟେକ ଦିନ ଜଙ୍ଗଲି ରାସ୍ତା ଦେଇ ଯାଉଥିବାରୁ ଭୟ ମଧ୍ୟ କରୁଛନ୍ତି ।

କେବଳ ସେତିକି ନୁହେଁ, ଏଠାରେ ପିଇବା ପାଣି ପାଇଁ ଲୋକେ ଡହଳ ବିକଳ । ଚୁଆ ପାଣି ହିଁ ଏମାନଙ୍କ ସାହା ଭରସା । ଗାଁରେ ବିଜୁଳି ନ ଥିବାରୁ ଅନ୍ଧାରରେ ଦିନ କାଟୁଛନ୍ତି ଓ ଡିବିର ଆଲୁଅରେ ପାଠ ପଢୁଛନ୍ତି ପିଲା । ଗାଁରେ ସ୍ୱାସ୍ଥ୍ୟ ସେବା ମଧ୍ୟ ଫେଲ ମାରିଛି । ଗାଁର ଲୋକେମାନେ ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ୟ ବିକ୍ରି କରି ପରିବାର ପୋଷଣ କରନ୍ତି । ଏ ସମ୍ପର୍କରେ ଗାଁ ଲୋକ ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଛନ୍ତି ହେଲେ ଗାଁ ପ୍ରତି କେହି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି । ସେପଟେ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଟିଟିଲାଗଡ଼ ଉପଜିଲ୍ଲାପାଳ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
there-are-no-good-roads-or-healthcare-services | Argus News