Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶାରେ ଅଛନ୍ତି ମାତ୍ର 60ରୁ70 ଜଣ ନକ୍ସଲ

Rashmita Mishra
Browse all articles by Rashmita Mishra
·1 year ago·1 min read
ଓଡ଼ିଶାରେ ଅଛନ୍ତି ମାତ୍ର 60ରୁ70 ଜଣ ନକ୍ସଲ

ଅର୍ଗସ ବ୍ୟୁରୋ: ଓଡିଶାରେ ଅଛନ୍ତି 60 ରୁ 70 ନକ୍ସଲ। ସେଥିରୁ ଓଡିଶା କ୍ୟାଡର ନକ୍ସଲଙ୍କ ସଂଖ୍ୟା ମାତ୍ର 6 କିମ୍ବା 7। ଓଡିଶାରେ ସକ୍ରିୟ ନକ୍ସଲ ମୁଖ୍ୟତଃ ଛତିଶଗଡ଼ ଓ ଆନ୍ଧ୍ର କ୍ୟାଡର। ଓଡ଼ିଶାରେ ନକ୍ସଲ ମୁଭମେଣ୍ଟର ନେତୃତ୍ବ ନେଉଛନ୍ତି ଛତିଶଗଡ଼ ଓ ଆନ୍ଧ୍ର କ୍ୟାଡର। ଦେଶର 38 ନକ୍ସଲ ପ୍ରଭାବିତ ଜିଲ୍ଲା ରହିଛି। ଓଡିଶାର ରହିଛି 7 ନକ୍ସଲ ପ୍ରଭାବିତ ଜିଲ୍ଲା। ମାର୍ଚ୍ଚ 2026 ସୁଦ୍ଧା ଓଡିଶାକୁ ନକ୍ସଲ ମୁକ୍ତ ରାଜ୍ୟ କରିବାକୁ ଚାଲିଛି ପ୍ରୟାସ। ଏହି ସୂଚନା ଦେଇଛନ୍ତି ବିଏସଏଫ ଆଇଜି ଚାରୁ ଧ୍ଵଜ ଅଗ୍ରୱାଲ । ସେହିପରି ବାଂଲାଦେଶ ଅନୁପ୍ରବେଶ କାରୀ ଙ୍କ ଉପରେ ସିମାବର୍ତ୍ତି ଅଞ୍ଚଳରେ କଡ଼ା ନଜର ରଖାଯାଇଛି। ଚଳିତ ବର୍ଷ ଓଡ଼ିଶା ରେ ୩ ଦୁର୍ଦ୍ଦାନ୍ତ ନକ୍ସଲ ଙ୍କୁ ନ୍ୟୁଟ୍ରାଲାଇଯ କରାଯିବା ସହ ୨୪ ରୁ ଉର୍ଦ୍ଧ କୁଖ୍ୟାତ କ୍ୟାଡ଼ର ଙ୍କୁ ଆତ୍ମସମର୍ପଣ କରିବାରେ ସଫଳ ହୋଇଛି ବିଏସଏଫ। ସେହିପରି ୩୪ ଟି ଆଇଇଡି, ୧୧୭ ଟି ଗ୍ରେନେଡ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିବାରେ ସଫଳ ହୋଇଛି। ଆଗକୁ ମଧ୍ୟ ନକ୍ସଲ ବିରୋଧୀ ଅପରେସନ ଜାରି ରହିବ। ଓଡ଼ିଶା ପୋଲିସ ଏବଂ ଗୁଇନ୍ଦା ସହ ସମନ୍ଵୟ ରଖି କାର୍ଯ୍ୟ କରାଯିବ। ଅତ୍ୟାଧୁନିକ ଜ୍ଞାନ କୌଶଳ ବିଶିଷ୍ଟ ଡ୍ରୋନ ଏବଂ ସାଟେଲାଇଟ ସର୍ଭେଲାନ୍ସ ସହ ମାଓ ଗତିବିଧି ଉପରେ ନଜର ରଖାଯିବା ନେଇ କହିଛି ବିଏସଏଫ। ଡିସେମ୍ବର ୧ ରାଇଜିଂ ଡେ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦିଆଯାଇଛି। 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
There are only 60 to 70 Naxals in Odisha. | Argus News