Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶୀତ ଅଧିବେଶନ ଆରମ୍ଭରୁ ଗୃହରେ ହଟ୍ଟଗୋଳ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଶୀତ ଅଧିବେଶନ ଆରମ୍ଭରୁ ଗୃହରେ ହଟ୍ଟଗୋଳ

Key Points

  • ଶୀତ ଅଧିବେଶନ ଆରମ୍ଭରୁ ଗୃହରେ ହଟ୍ଟଗୋଳ
  • ବିଧାନସଭା ପରିସରରେ ଥିବା ସମ୍ବିଧାନ ମୁଖବନ୍ଧରେ ଧର୍ମ ନିରପେକ୍ଷ ଓ ସମାଜବାଦ ଶବ୍ଦ ନଥିବାରୁ ବିଜେଡ଼ିର ବିରୋଧ
  • କଂଗ୍ରେସ ମଧ୍ୟ ବିଜେଡ଼ି ସହ ମିଶାଇଲା ସ୍ବର
  • ପୂର୍ବ ସରକାର ସମୟର ପୁସ୍ତକ ବିଧାନସଭାରେ ସ୍ଥାପନର କଥା କହି ପାଲଟା ଆକ୍ରମଣ କଲା ବିଜେପି

ଅର୍ଗସ ବ୍ୟୁରୋ:  ସମ୍ବିଧାନ ଦିବସରେ ବିଧାନସଭାରେ ବିଜେଡ଼ି ଉଠାଇଲା ସମ୍ବିଧାନ ପ୍ରସଙ୍ଗ । ଶୀତ ଅଧିବେଶନ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହୋହାଲ୍ଲା । ବିଧାନସଭାରେ ଥିବା ସମ୍ବିଧାନ ମୁଖବନ୍ଧରେ ଧର୍ମ ନିରପେକ୍ଷ ଓ ସମାଜବାଦ ଶବ୍ଦ ନଥିବାରୁ ବିରୋଧ କରିଛି ବିଜେଡ଼ି । ପ୍ରଥମେ ପ୍ରଶ୍ନକାଳ ବେଳେ ଏବଂ ତାପରେ ଶୂନ୍ୟକାଳରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ପ୍ରସଙ୍ଗ ଉଠାଇଥିଲେ..  ସ୍ବର ମିିଶାଇ ଥିଲା କଂଗ୍ରେସ..ବିରୋଧୀଙ୍କ   ହୋହାଲ୍ଲା ଯୋଗୁ ଚାଲି ପାରି ନଥିଲା ବିଧାନସଭା.. ପ୍ରଥମେ 12ଟା 25 ଯାଏଁ ଏବଂ ତାପରେ ଅପରାହ୍ନ 4ଟା ଯାଏଁ ଗୃହ ମୁଲତବୀ କରିଥିଲେ ବାଚସ୍ପତି । ଫଳରେ  ସଂପୂର୍ଣ୍ଣ ଧୋଇଯାଇଥିଲା ପ୍ରଶ୍ନକାଳ ।

ବିରୋଧୀଙ୍କ ଅଭିଯୋଗ ଉପରେ କଡା ଜବାବ ରଖିଛି ବିଜେପି । ପବିତ୍ର ସମ୍ବିଧାନ ଦିବସରେ ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାକୁ ବିଜେଡି ଓ କଂଗ୍ରେସ ଉଦ୍ୟମ କରିଛନ୍ତି ବୋଲି କହିଛି ବିଜେପି । ବିଧାୟକ ଇରଶିଷ ଆଚାର୍ଯ୍ୟ କହିଛନ୍ତି, ଏଠି ମୂଳ ସମ୍ବିଧାନର ଆତ୍ମାକୁ ସମ୍ମାନ ଦିଆଯାଇଛି ।  ଇରାଶିଷ କହିଛନ୍ତି-1976ରେ ସଂଶୋଧନକୁ ଆମେ ମନା କରୁନୁ । ରଣେନ୍ଦ୍ର ପ୍ରତାପ ସ୍ବାଇଁ ବୋଧେ ଭୁଲି ଯାଇଥିଲେ ଯେ ଗତ ସରକାର ସମୟରେ ହିଁ ଏହି ବହିକୁ ବିଧାନସଭାରେ ସ୍ଥାପନ କରାଯାଇଥିଲା । ଯେଉଁମାନେ ଆଜି ପ୍ରତିବାଦ କରିଥିଲେ, ସେମାନେ ଦିନେ emergency ଲଗେଇଥିଲେ ।  ବୋଧେ ମନ୍ତ୍ରୀ ଥିବା ସମୟରେ ତାମିଲ ଅଫିସରଙ୍କ ଭୟରେ ଏକଥା ଉଠାଇନଥିଲେ  ବୋଲି କହି ପାଲଟା ଆକ୍ରମଣ କରିଛି ବିଜେପି।

ସେପଟେ କନ୍ଧମାଳରେ ଆମ୍ବ ଟାକୁଆ ଯାଉ ଖାଇ ମୃତ୍ୟୁ ଘଟଣାକୁ ଅନାହାର ମୃତ୍ୟୁ ବୋଲି କହି ଗୃହରେ ହଟ୍ଟଗୋଳ କରିଥିଲା କଂଗ୍ରେସ । ମୋହନ ସରକାରଙ୍କ ଇସ୍ତଫା ସହ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲା କଂଗ୍ରେସ । ଯାହାର ଜବାବ ରଖିଛି ବିଜେପି । ଏଠି ପ୍ରଶ୍ନ, କୌଣସି ପ୍ରସଙ୍ଗ ନପାଇ ସରକାରରେ ଥିବା ବେଳେ ନିଜେ କରିଥିବା ଭୁଲର ଦୋଷ ବିଜେପି ମୁଣ୍ଡରେ ଲଦି ପଲିଟିକାଲ ମାଇଲେଜ ନେବା ପାଇଁ ଉଦ୍ୟମ କରୁଛି କି ବିଜେଡ଼ି ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
There has been a ruckus in the House since the beginning of the winter session | Argus News