ଶ୍ରମିକ ମୃତ୍ୟକୁ ନେଇ ଗେଟ୍ ଅଗରେ ଧାରଣା

ଆଠଗଡ଼: ଆଠଗଡ଼ ବ୍ଲକ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଘଣ୍ଟିଖାଲ ପଞ୍ଚାୟତରେ ଶ୍ରୀ ସିମେଣ୍ଟ କାରଖାନା ରେ ଶ୍ରମିକଙ୍କ ମୃତ୍ୟକୁ ନେଇ ଉତ୍ତେଜନା ଦେଖାଯାଇଛି। ମୃତକ ପରିବାର ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ କାରଖାନା ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି । ସୂଚନାନୁଯାୟୀ ଡାଳଭାଗ ପଞ୍ଚାୟତ ର ଦିବାକର ପ୍ରଧାନ ନାମକ ବ୍ୟକ୍ତି ଶ୍ରୀ ସିମେଣ୍ଟ କାରଖାନାରେ ଅଣକୁଶଳୀ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ ।ଗତକାଲି ଦିବାକର ପ୍ରଧାନ କାରଖାନା ରେ କାର୍ଯ୍ୟ କରୁଥିବା ସମୟରେ ଟ୍ରକ ଚଢ଼ି ଯିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାକୁ ନିଆଯାଉଥିବା ସମୟରେ ଆମ୍ବୁଲାନ୍ସ ର ତେଲ ସରିଯିବାରୁ ଗୁରୁତର ଦିବାକରଙ୍କର ଅଧା ରାସ୍ତାରେ ମୃତ୍ୟୁ ଘଟିଥିଲା ।
ଯାହାକୁ ନେଇ ସିମେଣ୍ଟ କାରଖାନା ଶ୍ରମିକ ସଂଗଠନ ଓ ସ୍ଥାନୀୟ ଲୋକେ କାରଖାନା ଗେଟ ସମ୍ମୁଖରେ ସେହି ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ପରିବାରର ଜଣକୁ କାରଖାନା ରେ ସ୍ଥାୟୀ ନିଯୁକ୍ତି ଦେଵାର ଦାଵି ରଖିଛନ୍ତି । ପରେ କାରଖାନାର ଜେନେରାଲ ମ୍ୟାନେଜର କାରଖାନା ରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ ଖୁଣ୍ଟୁଣୀ ଥାନା ଅଧିକାରୀ ଓ ଚୈଦ୍ବାର ଡିଏସପି ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ କାରଖାନାର ଉଚ୍ଚପଦସ୍ଥ ଅଧିକାରୀ ଓ ଗ୍ରାମବାସୀ ପୋଲିସ ର ମିଳିତ ବୈଠକ ଜାରି ରହିଛି ।