|
logo
Live

Argus News - ପୋଲର ଶେଷ ମୁଣ୍ଡରେ ୧୦ ଫୁଟର ଗାଢ଼

Odisha

ପୋଲର ଶେଷ ମୁଣ୍ଡରେ ୧୦ ଫୁଟର ଗାଢ଼

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପୋଲର ଶେଷ ମୁଣ୍ଡରେ ୧୦ ଫୁଟର ଗାଢ଼

Key Points

ବିପଦ ସଙ୍କୁଳ ଅବସ୍ଥାରେ ଚାନ୍ଦବାଲି ବୈତରଣୀ ନଦୀର ଗେମନ ସେତୁ
ପୋଲ ମଝିରେ ଓ ଦୁଇ ପଟରେ ୮ ରୁ ୧୦ ଇଂଚ ଦବି ଗଲାଣି
ପୋଲର ଶେଷ ମୁଣ୍ଡରେ ୧୦ ଫୁଟର ଗାଢ଼
ଭାରିଯାନ ଯିବା ସମୟରେ ପୋଲ ଦୋହଲୁଥିବା ଅଭିଯୋଗ

ଚାନ୍ଦବାଲି ସମେତ ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଯାଜପୁର ଭଳି ଜିଲ୍ଲାକୁ ସଂଯୋଗ କରୁଥିବା ଏହି ସେତୁ ଏବେ ବିପଦ ସଙ୍କୁଳ ଅବସ୍ଥାରେ । ଗେମନ ସେତୁ ମଝିରେ ଓ ଦୁଇ ପଟରେ 8ରୁ 10 ଇଂଚ ଦବିଗଲାଣି । ପୋଲର ଶେଷ ମୁଣ୍ଡରେ ବି 10 ଫୁଟର ଗାଢ ହୋଇଛି । ଭାରିଯାନ ଯାତାୟତ ସମୟରେ ଦୋହଲୁଛି ପୋଲ । ଦୈନିକ ଯାତ୍ରିବାହୀ ବସ୍ ସହ ହଜାର ହଜାର ଗାଡ଼ି ଯାତାୟତ କରେ ଏହି ପୋଲ ଉପରେ । ସମସ୍ତ କଳକାରଖାନା, ବ୍ୟବସାୟ ପ୍ରତିଷ୍ଠାନ ସହିତ ସାଧାରଣ ଯାତ୍ରୀମାନେ ଏହି ସେତୁ ଉପରେ ନିର୍ଭରଶୀଳ । ଏହି ସେତୁ ଉପରେ ଯାତାୟତ କରୁଥିବା ଗାଡ଼ି ଏବଂ ଯାତ୍ରୀମାନଙ୍କ ସୁରକ୍ଷା ଦିଗରେ ପ୍ରଶାସନିକ ନିରବତାକୁ ନେଇ ଅଂଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏହି ସେତୁର ସୁରକ୍ଷା ପାଇଁ ୨୦୧୫ ମସିହାରୁ ବିଭିନ୍ନ ସଙ୍ଗଠନ ଓ ଜନ ସାଧାରଣଙ୍କ ପକ୍ଷରୁ ଦାବି ହୋଇ ଆସୁଛି । ହେଲେ ଏ ଯାଏଁ କୌଣସି ପଦକ୍ଷପ ନିଆଯାଇନାହିଁ । ମରାମତି ଅଭାବରୁ ଦିନକୁ ଦିନ ଏହାର ବେରିଙ୍ଗ ଦବିବାକୁ ଲାଗିଛି । ଏପଟେ ସମ୍ପୃକ୍ତ ଆର ଏଣ୍ଡ ବି ବିଭାଗ ପୋଲ ଦବିବା ପରେ ଏକ୍ସପର୍ଟ ଟିମକୁ ଆଣି ପୋଲର ସ୍ଥିତ ଆକଳନ କରିଥିଲା । ପୋଲ ଉପରେ ବିପଦ ଆସି ସାରିଛି ବୋଲି ରିପୋର୍ଟ ପ୍ରଦାନ ମଧ୍ୟ କରିଛି । ହେଲେ ଏ ଯାଏ ମରାମତି କାର୍ଯ୍ୟ ଆରମ୍ଭ ହୋଇନି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଚାନ୍ଦବାଲି ବୈତରଣୀ ସେତୁ ୨୦୦୮ ମସିହା ମେ ୨୬ ତାରିଖ ଦିନ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଉଦ୍‌ଘାଟନ ହୋଇଥିଲା । ୨୫୦ ମିଟର ଲମ୍ବ ବିଶିଷ୍ଟ ଏହି ସେତୁ ୫୦ କୋଟିର ବ୍ୟୟ ଅଟକଳରେ ରାଜ୍ୟ ସରକାର ଓ ଗେମନ୍ ଇଣ୍ଡିଆ ମଧ୍ୟରେ ଚୁକ୍ତି ହୋଇ ନିର୍ମାଣ କରାଯାଇଥିଲା । ଯାହାର ଅବସ୍ଥା ଆଜି ଏମିତି ।



Sponsored
ପୋଲର ଶେଷ ମୁଣ୍ଡରେ ୧୦ ଫୁଟର ଗାଢ଼ | Argus News