Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭଦ୍ରକ ବିଜେଡିର ଗୋଷ୍ଠୀକନ୍ଦଳ ଜଳଜଳ,ନେତାଙ୍କ ପାଟିରେ ତୁଣ୍ଡି!

Odisha

ଭଦ୍ରକ ବିଜେଡିର ଗୋଷ୍ଠୀକନ୍ଦଳ ଜଳଜଳ,ନେତାଙ୍କ ପାଟିରେ ତୁଣ୍ଡି!

Sangram Tripathy
Browse all articles by Sangram Tripathy
·1 year ago·2 min read
ଭଦ୍ରକ ବିଜେଡିର ଗୋଷ୍ଠୀକନ୍ଦଳ ଜଳଜଳ,ନେତାଙ୍କ ପାଟିରେ ତୁଣ୍ଡି!

ଅର୍ଗସ ବ୍ୟୁରୋ:ନେତା କହିଲେ ସବୁ ଠିକ୍,କିନ୍ତୁ ଭିତରେ ସବୁ ଗୋଳମାଳ,ବିଜେଡି କନ୍ଦଳ ଦିଶୁଛି ଜଳଜଳ,ଭଦ୍ରକ ଜିଲ୍ଲାରେ ବିଜେଡିରେ ପେଜ ପଡିଚାଲିଥିଲା,ଦଳ ୨୪ରେ ଗଡ଼ ହରାଇଲା,ଆଉ ଶେଷରେ ସତ ଆସିଲା ସାମ୍ନାକୁ, ଅବସର ଥିଲା ଶଙ୍ଖ ଭବନରେ ବିଜେଡିର ଭଦ୍ରକ ଜିଲ୍ଲାରେ ନୈରାଶଜନକ ପ୍ରଦର୍ଶନ ନେଇ ସମୀକ୍ଷା ଚାଲିଥିବାବେଳେ ଦେଖିବାକୁ ମିଳିଲା ଅପ୍ରିତିକର ପରିସ୍ଥିତି,କିଛି କର୍ମୀ କହିଲେ ନେତା ଖାତିରି ଦେଖାଇଲେ,ବିଜେଡିର ଗଡ ଭାଙ୍ଗିଗଲା,ଆଉ କିଛି କର୍ମୀ ବିଜେଡିର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ଗାଳି କରିଥିବା କଥା ମଧ୍ୟ ଚର୍ଚ୍ଚା ହେଲା,ବିଷ୍ଣୁବ୍ରତ ବାସୁଦେବପୁରରେ ଜିତିଥାନ୍ତେ କିନ୍ତୁ କୁଆଡେ ମୁକ୍ତି ତାଙ୍କୁ ଜିତାଇବାକୁ ଦେଲେନି ,ଷଡଯନ୍ତ୍ର କରି ହରାଇଦେଲେ ବୋଲି କର୍ମ କୁଆଡେ ଅଭିଯୋଗ କରିଛନ୍ତି,କେବଳ ସେତିକିରେ କଥା ସରିନି,ବିଷ୍ଣୁବ୍ରତ ସିଧାସଳଖ ମୁକ୍ତିଙ୍କ ଉପରେ ଆରୋପ ଲଗାଇଥିଲେ ବୋଲି କୁହାଯାଉଛି। ଆଉ ବିଷ୍ଣୁ ଏମିତି ବିରୋଧରେ ଲମ୍ବା ତାଲିକା ଖୋଲିଲେ ଯେ,ମୁକ୍ତି କୁଆଡେ ପୁରା ଚୁପ୍। କନ୍ଦଳ ଏତେ ବଢିଗଲା ଯେ ଶଙ୍ଖ ଭବନରେ ପୂର୍ବତନ ସାଙ୍ଗଠନିକ ସମ୍ପାଦକ ବବି ଦାସ ପହଞ୍ଜିବା ପରେ କର୍ମୀମାନେ ତାଙ୍କୁ ଘେରିଯାଇ ତାଙ୍କୁ କହିବାକୁ ଲାଗିଲେ,କାଳେ ଗୁମର ଖୋଲି ଯିବ,ସେଥି ଲାଗି ପାଟି ଚୁପ୍ କରି କର୍ମୀଙ୍କୁ ଶଙ୍ଖ ଭବନ ଭିତରକୁ ଡାକିନେଲେ ବବି। ଆଲୋଚନା ସରିବା ପରେ ମୁକ୍ତିକାନ୍ତ ମଣ୍ଡଳ କହିଲେ ଏଭଳି କିଛି ଘଟିନାହିଁ ବୋଲି।ବିଜେଡି ନେତାସୁପ୍ରିମୋ ନବୀନ ପଟ୍ଟନାୟକ ଦଳରେସମସ୍ତେ ଏରଜୁଟ୍ ହୋଇ କାମ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଲେ ବୋଲି କିହିଲେ ବିଜେଡି ନେତା

 ନେତାଏ ସଫେଇ ଦେଲେଶଙ୍ଖଭବନରୁ ବାହାରକୁ ଆସିବା ପରେ ଭିତରେ କିଛି ଘଟିନାହିଁ ବୋଲି କହିଲେ। ଭଦ୍ରକ ଜିଲ୍ଲା ଗତ କିଛି ବର୍ଷ ହେଲା ବିଜେଡିର ଗଡ ହୋଇ ରହିଆସିଥିଲା,ହେଲେ ୨୦୨୪ରେ ଜିଲ୍ଲାରେ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳିରୁ ୩ଟିରେ ଦଳର ପ୍ରାର୍ଥୀ ପରାଜିତ ହୋଇଛନ୍ତି,ସଙ୍ଗଠନ କଥା ନେତାଏ ଭଲଭାବେ ନବୁଝିନିଜ ନିଜ ଭିତରେ ପତିଆର ଦେଖାଇବା ବିଜେଡିକୁ ପଡିଛି ମହଙ୍ଗା,ଯଦି ବିଜେଡି ପଞ୍ଚାୟତ ନିର୍ବାଚନ ପର୍ବରୁ ତ୍ରୁଟି ନସୁଦ୍ଧାରେ,ତେବେ ବିଜେଡିର ଏ ବିସ୍ପୋରଣ ଦଳ ପାଇଁ ଘାତକ ସାବ୍ୟସ୍ତ ହେବ,କେହି କେହି ରାଜନୌତିକ ସମୀକ୍ଷକ କହିଲେଣି ଗୋଷ୍ଠା କନ୍ଦଳ ସୁପ୍ରିମୋ ସମାଧାନ ନକଲେ ପରବର୍ତ୍ତୀ ବିଧାନସଭା ନିର୍ବାଚନ ବେଳକୁ ଦଳ ଥିବ କି ନାହିଁ କହିବା ମୁସ୍କିଲ୍ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
There is a growing war among the Bhadrak BJd leaders | Argus News