ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ଼ , ଅଚେତ୍ ହେଲେ ୩ ଭକ୍ତ
·1 year ago

ଅର୍ଗସ ବ୍ୟୁରୋ : ନୂଆବର୍ଷ ପୂର୍ବରୁ ଜଗନ୍ନାଥ ଦର୍ଶନ ପାଇଁ ପୁରୀରେ ଅସମ୍ଭାଳ ଭିଡ । ପ୍ରବଳ ଭିଡ ଭିତରେ ଅଚେତ୍ ହେଲେ ୩ ଭକ୍ତ, ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ସୂଚନା । ଆସନ୍ତାକାଲି ଓ ନୂଆବର୍ଷରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା । କେବଳ ସିଂହଦ୍ବାରରେ ଦେଇ ପ୍ରବେଶ କରିବେ ଭକ୍ତ । ଶୃଙ୍ଖଳିତ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛି ଶ୍ରୀମନ୍ଦିର ପ୍ରଶାସନ ।
ଭିଡ଼ ଭିତରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ଦର୍ଶନ କରାଇବେ ପୋଲିସର ସ୍ଵତ୍ତନ୍ତ୍ର ଟିମ୍ ଓ ଯୁବଶକ୍ତି ଭଲ୍ୟୁଣ୍ଟିୟର । ସୁରକ୍ଷା ଦାୟିତ୍ବରେ 60 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।ଜନଗହଳି ପୂର୍ଣ୍ଣ ସ୍ଥାନରେ ରହିବେ ଆଣ୍ଟି ସ୍ନାଚିଂ ଟିମ୍ । ସମୁଦ୍ର କୂଳରେ ରହିବ ସ୍ବତନ୍ତ୍ର ଆଉଟ୍ ପୋଷ୍ଟ । ମୁତୟନ ୧୨୦ ଲାଇଫ ଗାର୍ଡ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
