Videos
|
Odisha

କୋଟିଆ ରାଜନୀତି, ହେଲେ ଯୋଜନା ବିନା ଅନ୍ଧାରରେ କଟୁଛି ରାତି

Banajyotshna Ray
Browse all articles by Banajyotshna Ray
·1 year ago·1 min read
କୋଟିଆ ରାଜନୀତି, ହେଲେ ଯୋଜନା ବିନା ଅନ୍ଧାରରେ କଟୁଛି ରାତି

Key Points

କୋଟିଆ ରାଜନୀତି, ହେଲେ ଯୋଜନା ବିନା ଅନ୍ଧାରରେ କଟୁଛି ରାତି
ସରକାରୀ ଯୋଜନା ଆଜିବି ଅପହଞ୍ଚ

ଗାଁକୁ ହୋଇ ପାରିଲା ନାହିଁ ବିଦ୍ୟୁତ ସଂଯୋଗ
ଅନ୍ଧାରରେ କଟୁଛି କୋଟିଆବାସୀଙ୍କ ରାତି
ଯୋଜନା ବିନା ଅସହାୟ କୋଟିଆବାସୀ

ଡିବିରୀ ଭରସାରେ ସୀମାନ୍ତ ଗାଁ। ସଂଧ୍ୟା ନଇଁଲେ ଏଠାରେ ଡିବିରୀ ଭରସା। ଗାଁରେ ଆଜିବି ରାତି ହେଲେ ରାଜ କରୁଛି ଅନ୍ଧାର। ସଂଧ୍ୟା ନଇଁଲେ ଏଠି ଡିବିରୀ ଭରସା। ଏହି ଧିପିଧିପି ଆଲୁଅରେ ହୁଏ ଘରର ରୋଷେଇ। ଏଥିରେହିଁ ହୁଏ ପାଠ ପଢା। ଦୀର୍ଘ ଶହେବର୍ଷ ରୁ ଉର୍ଦ୍ଧ୍ବ ହେବ ଗାଁରେ ବସବାସ କରି ଆସୁଛନ୍ତି। ହେଲେ ପହଞ୍ଚି ପାରିନି ସରକାରୀ ଯୋଜନା। ସରକାର ବିଦ୍ୟୁତ କୁ ନେଇ ଅନେକ ଯୋଜନା କରିଛନ୍ତି। ମାତ୍ର ବିଗତ ସରକାରଙ୍କ ଦୁର୍ଗବଳ ମନୋଭାବ ଯୋଗୁଁ ଗାଁ କୁ ହୋଇପାରିଲାନାହିଁ ବିଦ୍ୟୁତ୍ ସଂଯୋଗ ।

କୋରାପୁଟ ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ବହୁ ଚର୍ଚ୍ଚିତ କୋଟିଆ ପଂଚାୟତର । ଏଠାରେ ଥିବା ସୁଲିଆମାରି, କାଟ୍ରାଗୁଡା, ଗୁମେଲପଦର, ତଳକାଣ୍ଟି ପ୍ରଭୃତି ଚାରିଖଣ୍ଡ ଗାଁରେ ଆଜିବି ଅପହଞ୍ଚ ବିଦ୍ୟୁତ ସେବା। ଗାଁରେ ବିଦ୍ୟୁତ୍ ସଂଯୋଗ ପାଇଁ ସରପଞ୍ଚଙ୍କଠୁ ଆରମ୍ଭ କରି ସାଂସଦ ଏବଂ ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ଲିଖିତ ଦାବି ଜଣେଇଥିଲେ କିନ୍ତୁ ଫଳପ୍ରଦ ହୋଇନି। ବିଦ୍ୟୁତ ସେବା ନାଁରେ ଗାଁକୁ ସୋଲାର ସଂଯୋଗ କରାଗଲା ମାତ୍ର 5 ବର୍ଷ ଭିତରେ ସବୁ ଅଚଳ। ଫଳରେ ଆଜିବି ଏଇ ପାହାଡିଆ ଗାଁରେ ଜଙ୍ଗଲୀ ମଣିଷ ଦୁଃଖ କଷ୍ଟରେ ଜୀବନ ଯାପନ କରୁଛନ୍ତି।

କୋଟିଆକୁ ନେଇ ଏତେ ଟଣା ଓଟରା କିନ୍ତୁ ୨୪ବର୍ଷର ବିଜେଡ଼ି ସରକାରରେ ଗାଁକୁ ବିଦ୍ୟୁତ ସଂଯୋଗ ହୋଇ ପାରିଲା ନାହିଁ କି ହୋଇ ପାରିଲା ନାହିଁ ଗାଁର ବିକାଶ। ବର୍ତ୍ତମାନର ମୋହନ ସରକାରଙ୍କ ଉପରେ ଭରସା ରଖିଛନ୍ତି ଗ୍ରାମବାସୀ l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
there-is-a-lot-of-politics-but-without-a-plan-the-night-is-spent-in-darkness | Argus News