ରାଜ୍ୟରେ ଆଗାମୀ ୬ ଦିନ ଯାଏଁ ରହିଛି କାଳବୈଶାଖୀ ସମ୍ଭାବନା

Key Points
ରାଜ୍ୟରେ ଆଗାମୀ ୬ ଦିନ ଯାଏଁ ରହିଛି କାଳବୈଶାଖୀ ସମ୍ଭାବନା
ରାଜ୍ୟରେ ଆଗାମୀ ୬ ଦିନ ଯାଏଁ ରହିଛି କାଳବୈଶାଖୀ ସମ୍ଭାବନା । ଏହା ପ୍ରଭାବରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି, ଘଡ଼ଘଡ଼ି ହୋଇପାରେ। ୪୦ରୁ ୫୦ କିଲୋମିଟର ବେଗରେ ବୋହିପାରେ ପବନ । ଆଜି ୧୮ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହୋଇପାରେ । ୮ ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ସହ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୨ ତାରିଖରେ ୭ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ସହ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
୨୩ ତାରିଖରେ ୪ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ମେ ଶେଷ ସପ୍ତାହରେ ଏକାଥରକେ ଦୁଇଟି ଲଘୁଚାପ ଆସିବାର ସମ୍ଭାବନା ରହିଛି । ୪ରୁ ୫ଦିନ ମଧ୍ୟରେ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ନେଇ ପାଣିପାଗ ଅନୁକୂଳ ରହିଛି । ପ୍ରତିବର୍ଷ ମୌସୁମୀ ପ୍ରାୟତଃ ଜୁନ୍ ୧ ତାରିଖରେ କେରଳ ଉପକୂଳ ଛୁଉଁଥିବା ବେଳେ ଏବର୍ଷ ଆଗୁଆ ଆସିବାର ସମ୍ଭାବନା ରହିଛି।