|
logo
Live
Argus News App
GET APP

Argus News - ବାଘ ପରି ମାଡିଆସୁଛି ତାତି

Odisha

ବାଘ ପରି ମାଡିଆସୁଛି ତାତି

Manini Pattanayak
Browse all articles by Manini Pattanayak
·2 years ago·1 min read
ବାଘ ପରି ମାଡିଆସୁଛି ତାତି

ଭୁବନେଶ୍ୱର:  ମାଘରେ ବାଘ ଭଳି ଜାଡ କିନ୍ତୁ ଜାଡ ଗଲା କୁଆଡେ..  ବାଘ ପରି ଖରା ମାଡି ଆସିଲାଣି। ଏବେଠୁ  ସିଜିଲେଣି ଲୋକେ।  ମାର୍ଚ୍ଚକୁ ଅବସ୍ଥା କଣ ହେବ।  ଏବେଠୁ ଆଉଟୁ ପାଉଟୁ ହେଲେଣି ଲୋକେ ।ଦିନରେ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କବାୟୁ ପ୍ରବେଶ କରୁଥିବାରୁ ତାପମାତ୍ରା ବଢୁଛି । ଆକାଶ ନିର୍ମଳ ରହିବା ସହ ପାରଦ ୩୫-୩୬ ଡିଗ୍ରୀ ଉପରେ ରହୁଛି । ସାଧାରଣତଃ ଜାନୁଆରୀ ମାସ ରେ ସୂର୍ଯ୍ୟଙ୍କ ଉତ୍ତରାୟନ ଗତି ପାଇଁ ତାପମାତ୍ରା ବୃଦ୍ଧି ହୋଇଥାଏ ।ତେବେ ଆସନ୍ତାକାଲି ଠୁ ପାଣିପାଗରେ ପରିବର୍ତନ ହେବା ସହ କମିବ ଦିନ ତାପମାତ୍ରା ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଉପକୂଳ ଓ ଦକ୍ଷିଣ ଓଡିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି । ଆସନ୍ତାକାଲି ଠାରୁ ଆଗମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟ ର ବିଭିନ୍ନ ସ୍ଥାନରେ ବର୍ଷା ର ସମ୍ଭାବନା ରହିଛି l ୨୩ ଓ ୨୪ ତାରିଖରେ ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି l ତେବେ ବର୍ଷା ହେଲେ ମଧ୍ୟ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ l 

ଅନ୍ୟପଟେ  ଖରାକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି ପ୍ରସ୍ତୁତି। ୧୦ ଟି ବେଡ ଯୁକ୍ତ ସ୍ବତନ୍ତ୍ର ହିଟ ଷ୍ଟ୍ରୋକ ୱାର୍ଡ ବ୍ୟବସ୍ଥା କରାଯାଇଛି l ଓଆରଏସ ଓ ମେଡିସିନ ମଧ୍ୟ ପର୍ଯ୍ୟପ୍ତ ପରିମାଣ ରେ ରଖାଯାଇଛି l ଏଥିସହ ଲୋକମାନଙ୍କୁ ସଚେତନ ମଧ୍ୟ କରାଯାଉଅଛି l ଅବଶ୍ୟକତା ନଥିଲେ ଲୋକ ମାନେ ମଧ୍ୟ ବାହାରକୁ ବାହାରନ୍ତୁ ନାହିଁ ଓ ଛତା ଓ ପାନିବୋତଲ ବ୍ଯବହାର କରନ୍ତୁ ବୋଲି ସଚେତନ କରିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଧେଶକ। ମାଘ ନ ସରୁଣୁ ରାଜ୍ୟରୁ ଗାଏବ ହୋଇଗଲାଣି ଶୀତ । ଉଭୟ ଦିନ ଓ ରାତିର ତାପମାତ୍ରା ବୃଦ୍ଧି ପାଇଛି।

ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
ବାଘ ପରି ମାଡିଆସୁଛି ତାତି | Argus News