Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଧାଗଢା ଅବସ୍ଥାରେ ବର୍ଷ ବର୍ଷ ଧରି ପଡ଼ିରହିଛି ଲକ୍ଷାଧିକ ପକ୍କା ଘର

Banajyotshna Ray
Browse all articles by Banajyotshna Ray
·11 months ago·2 min read
ଅଧାଗଢା ଅବସ୍ଥାରେ ବର୍ଷ ବର୍ଷ ଧରି ପଡ଼ିରହିଛି ଲକ୍ଷାଧିକ ପକ୍କା ଘର

Key Points

ବିଜେଡି ସରକାରରେ ବଣ୍ଟା ଯାଇଥିବା ପକ୍କା ଘରରେ ବଡ ଦୁର୍ନୀତିର ଗନ୍ଧ
ଅଧାଗଢା ଅବସ୍ଥାରେ ବର୍ଷ ବର୍ଷ ଧରି ପଡି ରହିଛି ଲକ୍ଷାଧିକ ପକ୍କା ଘର
ଲୋକସଭାରୁ ଆସିଲା ସାଙ୍ଘାତିକ ତଥ୍ୟ
ପଞ୍ଚାୟତିରାଜ ମନ୍ତ୍ରୀ କହିଲେ ଯିଏ ବି ଦାୟୀ ତା ଉପରେ ହେବ କାର୍ଯ୍ୟାନୁଷ୍ଠାନ
ଡିସେମ୍ବର ସୁଦ୍ଧା ସବୁ ଅଧାଗଢା ପକ୍କା ଘରକୁ ଶେଷ କରିବାକୁ ଦିଆଯାଇଛି ନିର୍ଦ୍ଦେଶ 

ଲୋକସଭାରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ପ୍ରମାଣିତ କରିଛି କି କେମିତି ହୋଇଛି । ତଥ୍ୟ କହୁଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଓଡିଶାକୁ ବର୍ତ୍ତମାନ ସୁଦ୍ଧା ମିଳିଛି 28 ଲକ୍ଷ 49 ହଜାର 889 ପକ୍କା ଘର । ସେଥିମଧ୍ୟରୁ ରାଜ୍ୟ ସରକାର ଆବଣ୍ଟନ କରିଛନ୍ତି 28 ଲକ୍ଷ 11 ହଜାର 18 ପକ୍କା ଘର । ତେବେ ତାହା ମଧ୍ୟରୁ ସମ୍ପୂର୍ଣ୍ଣ ହୋଇ ପାରିଛି ମାତ୍ର 24 ଲକ୍ଷ 20 ହଜାର 261 ପକ୍କା ଘର । ବାକି 4 ଲକ୍ଷ 29 ହଜାର 628 ପକ୍କା ଘର ଦୀର୍ଘ ବର୍ଷ ହେବ ଅଧାଗଢା ଅବସ୍ଥାରେ ପଡିରିହିଛି । ନଜର ପକାନ୍ତୁ ଇଏ ହେଉଛି ତାହାର ବର୍ଷ ଓ୍ବାରୀ ତାଲିକା ।


ମସିହା           ଆବଣ୍ଟନ         ସମ୍ପୂର୍ଣ୍ଣ        ଅସମ୍ପୂର୍ଣ୍ଣ
2016-17   3,95,974   3,80,814    15,160
2017-18  3,40,416    3,27,489    12,927
2018-19  2,55,855    2,45,105    10,753
2019-20  6,54,658    6,09,626     45,032
2020-21  1,87,237    1,75,213     12,024
2021-22   7,78,903   5,74,926     2,03,977
2022-23  94,655       65,384         29,271
2024-25  1,03208     41,613        61,595

ନିୟମ କହୁଛି କାର୍ଯ୍ୟାଦେଶର ବର୍ଷକ ମଧ୍ୟରେ ପକ୍କା ଘର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା କଥା । କିନ୍ତୁ ବର୍ଷ ବର୍ଷ ଏତେ ସଂଖ୍ୟକ ଘର କେମିତି ଅଧାଗଢା ହୋଇ ପଡି ରହିଲା ତାକୁ ନେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯିଏ ବି ଦାୟୀ ତା ଉପରେ ହେବ କାର୍ଯ୍ୟାନୁଷ୍ଠାନ । ଗୁରୁତ୍ବପୂର୍ଣ୍ଣ କଥା ହେଲା ତତ୍କାଳୀନ ବିଜେଡି ସରକାର ଶ୍ରୀଘ୍ର ପକ୍କା ଘର କାର୍ଯ୍ୟ ଶେଷ କରୁଥିବା ଲୋକଙ୍କୁ ପ୍ରୋତ୍ସାହନ ଦେଉଥିବା କହି ବାହା ବାହା ନେଉଥିଲେ । ପ୍ରଥମ କିସ୍ତି ପାଇବାର 4 ମାସ ମଧ୍ୟରେ ଘର ସମ୍ପୂର୍ଣ୍ଣ କଲେ 20 ହଜାର ଟଙ୍କା , 6 ମାସ ମଧ୍ୟରେ ସମ୍ପୂର୍ଣ୍ଣ କଲେ 10 ହଜାର ଦିଆଯିବ ବୋଲି କୁହାଯାଇଥିଲା । କିନ୍ତୁ ଏତେ ସବୁ ପରେ ବି ଏତେ ସଂଖ୍ୟକ ଘର କାହିଁକି ଅସମ୍ପୂର୍ଣ୍ଣ ରହିଲା ତାକୁ ନେଇ ଗ୍ରାଉଣ୍ଡରେ ସ୍ଥିତି ପରଖିବା ବେଳେ ହିତାଧିକାରୀ କଣ କହୁଛନ୍ତି ଶୁଣନ୍ତୁ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଜେଡି ସରକାରରେ ବଣ୍ଟା ଯାଇଥିବା ପ୍ରାୟ ସାଢେ ଚାରି ଲକ୍ଷ ପକ୍କା ଘର ଅସମ୍ପୂର୍ଣ୍ଣ ରହିବା ଘଟଣାରୁ ବଡ ଦୁର୍ନିତିର ଗନ୍ଧ ବାରି ହେଉଛି । ତେବେ ଏଥିପାଇଁ ବର୍ତ୍ତମାନର ସରକାର କାହା ଉପରେ କି କାର୍ଯ୍ୟାନୁଷ୍ଠାନ ନ ନେଉଛନ୍ତି ତାହା ଉପରେ ନଜର ।


ଅଧିକ ପଢ଼ନ୍ତୁ ରାଜନୀତି ଖବର:

Sponsored
there-is-a-smell-of-corruption-in-the-pucca-houses-distributed-under-the-bjd-government | Argus News