Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ନଳକୂପ ଅଛି ହେଲେ ବ୍ୟବହାର ହୋଇପାରୁନି ପାଣି

Odisha

ନଳକୂପ ଅଛି ହେଲେ ବ୍ୟବହାର ହୋଇପାରୁନି ପାଣି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ନଳକୂପ ଅଛି ହେଲେ ବ୍ୟବହାର ହୋଇପାରୁନି ପାଣି

ନୂଆପଡ଼ା ବୋଡେ଼ନ ବ୍ଲକ ବଣ ପାହାଡ଼ଘେରା ଭଇଁସାଦାନୀ ପଞ୍ଚାୟତର ଖଏରପଡା l ଜଳ ସଙ୍କଟ ଏଠି ଉତ୍କଟତର l ଗାଁରେ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ନାହିଁ। ଏଣୁ ରାତି ପାହିଲେ ପାଣି ପାଇଁ ଗାଁର ଆବାଳ ବୃଦ୍ଧ ବନିତା ଗରା ମାଠିଆ ଧରି ଯାନ୍ତି ପୋଖରୀ ହୁଡ଼ାକୁ l ଜଙ୍ଗଲୀ ବାଟରେ କଷ୍ଟ କରି ପୋଖରୀ ପାଖରେ ପହଞ୍ଚିବାକୁ ହୁଏ l ଯେଉଁ ରାସ୍ତାରେ ଦିନବେଳାବି ରହିଛି ଜଙ୍ଗଲୀ ଜନ୍ତୁଙ୍କ ଭୟ। ଏତିକିରେ ସରିନି ସଂଗ୍ରମ। ପୋଖରୀ ପାଣି ଦୌନନ୍ଦିନ କାମରେ ବ୍ୟବହାର ହେଉଥିବା ବେଳେ ଏହାକୁ କିନ୍ତୁ ପିଇ ହୁଏନି। ପୋଖରୀ ହୁଡ଼ାରେ ଚୁଆ ଖୋଳି ପାଣିକୁ ଘଣ୍ଟା ଘଣ୍ଟା ଧରି ସଫା କରିବା ପରେ ପିଇବାକୁ ମିଳେ ମୁନ୍ଦାଏ ପାଣି।

ଗାଁରେ ଗୋଟିଏ ନଳକୂଅ ଅଛି ମାତ୍ର ସେ ପାଣି କାମରେ ଆସୁନି। ଖାଲି ସେତିକି ନୁହେଁ ଜଳ ଯୋଗାଣ ପାଇଁ ବସୁଧା ପାଇପ ପୋତାଯିବା ସହ ଷ୍ଟାଣ୍ଡ ବି ଲାଗିଛି l ମାତ୍ର କାମ ସରୁନି। ଏପଟେ ବର୍ଷ ତମାମ ଜଳସଙ୍କଟରେ ଘାଣ୍ଟି ହେଉଛନ୍ତି ଅଞ୍ଚଳବାସୀ। ଜଳ ସଙ୍କଟର ବାସ୍ତବତା ବଖାଣୁଛି ଖଏରପଡା। ଏଠି ଜଳ ଯନ୍ତ୍ରଣାର ଅନ୍ୟ ନାଁ। ମାତ୍ର ଆଜିଯାଏଁ ଏଠି ପହଞ୍ଚି ପାରିନି ବିକାଶର ଗାଡି। ତେବେ ନୂଆ ସରକାର ଦାବି ଶୁଣିବେ ବୋଲି ଅଞ୍ଚଳବାସୀ ଆଶାବାଦୀ॥

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
there-is-a-tube-well-but-the-water-is-not-usable | Argus News