Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଓଡ଼ିଶାରେ ପେଟ୍ରୋଲିୟମ୍‍, ପେଟ୍ରୋ କେମିକାଲ୍ସ କ୍ଷେତ୍ରରେ ବଡ଼ ପୁଞ୍ଜି ନିବେଶ

Odisha

ଓଡ଼ିଶାରେ ପେଟ୍ରୋଲିୟମ୍‍, ପେଟ୍ରୋ କେମିକାଲ୍ସ କ୍ଷେତ୍ରରେ ବଡ଼ ପୁଞ୍ଜି ନିବେଶ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·3 min read
ଓଡ଼ିଶାରେ ପେଟ୍ରୋଲିୟମ୍‍, ପେଟ୍ରୋ କେମିକାଲ୍ସ କ୍ଷେତ୍ରରେ ବଡ଼ ପୁଞ୍ଜି ନିବେଶ

IOCL, ISPRL ଓ PLNGL ସହ ଚୁକ୍ତି ସ୍ବାକ୍ଷରିତ । ୫୮ ହଜାର କୋଟି ଟଙ୍କାର ପୁଞ୍ଜି ଲଗାଣରେ ପାରାଦ୍ବୀପରେ ହେବ ଦେଶର ସର୍ବବୃହତ ଡୁଆଲ୍ ଫିଡ୍ କ୍ରାକର୍ ପ୍ରକଳ୍ପ । ଚଣ୍ଡିଖୋଲରେ କ୍ରୁଡ୍ ଅଏଲ୍ ଷ୍ଟୋରେଜ୍ ଫାସିଲିଟି ପାଇଁ ବି ହେଲା MOU । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ଓଡ଼ିଶା ହେବ ବିଶ୍ବର ବୃହତ ପେଟ୍ରୋଲିୟମ୍ ହବ୍ ।

୯ ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାରାଦ୍ବପ ତୈଳ ବିଶୋଧନାଗାରର ଲୋକାର୍ପଣ ବେଳେ ଯେଉଁ ଭବିଷ୍ୟବାଣୀ କରିଥିଲେ ଆଜି ତାହା ସତ ହେବାକୁ ଯାଉଛି। ପାରାଦ୍ବୀପ ବନିବ ଓଡ଼ିଶାର ବିକାଶ ଦ୍ବୀପ। ତୈଳ ବିଶୋଧନା ଗାର ପରେ ଏବେ ଆଇଓସିଏଲ ଏଠାରେ ୫୮ ହଜାର କୋଟି ଟଙ୍କାର ପୁଞ୍ଜି ଲଗାଣରେ ପ୍ରତିଷ୍ଠା କରିବାକୁ ଯାଉଛି ଗେମା ଡୁଆଲ ଫିଡ୍ କ୍ରାକର ପ୍ରକଳ୍ପ। ଏନେଇ ଆଜି ଓଡ଼ିଶା ସରକାର ଏବଂ ଆଇଓସିଏଲ ମଧ୍ୟରେ ସ୍ବାକ୍ଷରିତ ହୋଇଛି ଚୁକ୍ତି। ଏହି ପ୍ରକଳ୍ପ ଓଡ଼ିଶାରେ ଏମଏସଏମଇ କ୍ଷେତ୍ରର ବିକାଶକୁ ତ୍ବରାନ୍ବିତ କରିବା ସହ ନିଯୁକ୍ତି ସୃଷ୍ଟି, ରାଜସ୍ବ ବୃଦ୍ଧି ଏବଂ ଔଦ୍ୟୋଗିକ ନିବେଶକୁ ପ୍ରୋତ୍ସାହିତ କରିବ ।

ଡୁଆଲ ଫିଡ୍ କ୍ରାକର ପ୍ରକଳ୍ପ ପ୍ରତିଷ୍ଠା ହେଲେ ଫେନଲ, ଆଇସୋପ୍ରୋପାଇଲ, ଆଲକହଲ, PVC, LLDPE ଓ ବୁଟାଡାଇନ ପରି ପେଟ୍ରୋକେମିକଲ୍ସ ଉତ୍ପାଦନର ହବ୍ ବନିବ ଓଡ଼ିଶା। ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଦିଲ୍ଲୀ ଗସ୍ତର ଦ୍ବିତୀୟ ଦିନରେ ଓଡ଼ିଶାରେ ପୋଟ୍ରୋଲିୟମ୍ ଓ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ୩ଟି ବଡ଼ ପୁଞ୍ଜିନିବେଶ ପାଇଁ ସ୍ବାକ୍ଷରିତ ହୋଇଛି ଏମଓୟୁ। ପାରାଦ୍ବୀପରେ ଡୁଆଲ ଫିଡ୍ କ୍ରାକର ପ୍ରକଳ୍ପ ବ୍ୟତୀତ ଚଣ୍ଡିଖୋଲରେ କ୍ରୁଡ୍ ଅଏଲ୍ ଷ୍ଟୋରେଜ୍ ଫାଲିସିଟି ପାଇଁ ଇଣ୍ଡିଆନ୍ ଷ୍ଚ୍ରେଟେଜିକ୍ ପେଟ୍ରୋଲିୟମ୍ ରିଜର୍ଭ ଲିମିଟେଡ୍ ISPRL ମଧ୍ୟରେ ସ୍ବାକ୍ଷରିତ ହୋଇଛି ଚୁକ୍ତି।

ସେହିପରି ଗୋପାଳପୁରରେ LNG ଟର୍ମିନାଲ ପାଇଁ ରାଜ୍ୟ ସରକାର ଏବଂ ପେଟ୍ରୋନେଟ୍ ଏଲଏନଜି ଟର୍ମିନାଲ ସହ ଏମଓୟୁ ସ୍ବାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂ ପୁରୀ, କେନ୍ଦ୍ର ଆଦିବାସୀ ବ୍ୟାପାରମନ୍ତ୍ରୀ ଜୁଏଲ ଓରାମ ଏବଂ ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କ ଉପସ୍ଥିତିରେ ସ୍ବାକ୍ଷରିତ ହୋଇଛି ଏହି ୩ଟି ଏମଓୟୁ। ଏହି ପୁଞ୍ଜି ନିବେଶ ସହ ଓଡ଼ିଶା ବିଶ୍ବର ପେଟ୍ରେ କେମିକାଲ୍ସ ହବ୍ ବନିବାକୁ ଯାଉଥିବା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ଓଡ଼ିଶା ଆଗାମୀ ଦିନରେ ସାରା ଦେଶର ନେତୃତ୍ବ ନେବ ।

୨୦୧୪ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମିଶନ ପୂର୍ବୋଦୟର ବଡ଼ ଲାଭାର୍ଥୀ ବନିଥିଲା ଓଡ଼ିଶା। କେନ୍ଦ୍ରରେ ପ୍ରେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିଲେ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କ ଉଦ୍ୟମରେ ୨୦୧୪ ପରଠୁ ତୈଳ ଓ ଗ୍ୟାସ କ୍ଷେତ୍ରରେ ୨.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ହୋଇଛି। ତେବେ କାଳେ ଏସବୁର ଶ୍ରେୟ ମୋଦିଙ୍କ ଚାଲିଯିବ ତତ୍କାଳିନ ବିଜେଡି ସରକାର ସେଥିରେ ସାଜିଥିଲେ ବାଧକ।

ପାରାଦ୍ବୀପରେ ପେଟ୍ରେକେମିକାଲ୍ସର ବିକାଶ ଓ ଅଭିବୃଦ୍ଧି ପାଇଁ ଧର୍ମେନ୍ଦ୍ର ପ୍ରଧାନ ବହୁ ପୂର୍ବରୁ ଓଡ଼ିଶା ସରକାରଙ୍କ ସହ ଆଲୋଚନା କରିଥିଲେ ସେହିପରି ୭ ଡିସମ୍ବର ୨୦୧୮ରେ ଚଣ୍ଡିଖୋଲରେ ୪ ନିୟୁତ ମେଟ୍ରିକ୍ ଟନ୍ କ୍ଷମିତା ବିଶିଷ୍ଟ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ରିଜର୍ଭ ପ୍ରତିଷ୍ଠା ପ୍ରସଙ୍ଗରେ ତତକାଳିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ରଲେଖି ସହଯୋଗ ପାଇଁ ହସ୍ତକ୍ଷେପ ଲୋଡିଥିଲେ। ତେବେ ରାଜ୍ୟ ସରକାର ଜମି ଯୋଗାଇ ନଦେବାରୁ ପ୍ରକଳ୍ପ କାମ ଆଗକୁ ବଢିପାରିନଥିଲା। ଏବେ ଡବଲ ଇଞ୍ଜିନ ସରକାର ଆସିବା ପରେ ଖୋଲିଛି ଓଡ଼ିଶାରେ ପେଟ୍ରୋଲିୟମ ଓ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ପୁଞ୍ଜି ନିବେଶର ବାଟ।

ତେବେ ଗତ ୧୦ ବର୍ଷରେ ଓଡ଼ିଶାରେ ପେଟ୍ରୋଲିୟମ୍ ଓ ପୋଟ୍ରୋକେମିକାଲ୍ସ କ୍ଷେତ୍ରରେ ୫୦ ହଜାର କୋଟି ଟଙ୍କା ମୂଲ୍ୟର ୩୫ଟି ପ୍ରକଳ୍ପ ସଂପୂର୍ଣ୍ଣ ହୋଇଛି। ୧.୫ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ କ୍ରିୟାନ୍ବୟନ ହେଉଛି ଏବଂ ଆଉ କିଛି କାର୍ଯ୍ୟକାରୀ ହେବା ଅବସ୍ଥାରେ ଅଛି। ସେହିଭଳି ୩୪ ହଜାର ୫୫୫ କୋଟି ଟଙ୍କା ବ୍ୟୟରେ ୧୫ MMTPA ବିଶିଷ୍ଟ ପାରାଦ୍ବୀପ ରିଫାଇନାରୀ ସମ୍ପ୍ରସାରଣ ହୋଇଛି । ଏହାସହ ୫୬୫୪ କୋଟି ଟଙ୍କା ବ୍ୟୟରେ ମେଗା ମୋନୋ ଇଥାନଲ ଗ୍ଲିକୋଲ ପ୍ରକଳ୍ପ କରାଯାଉଛି । ୩୧୫୦ କୋଟି ଟଙ୍କା ବ୍ୟୟରେ ପାରାଦୀପରେ ପଲିପ୍ରପିଲିନ ପ୍ରକଳ୍ପ । ୫ ହଜାର ୫୦୦ କୋଟି ଟଙ୍କା ବ୍ୟୟରେ ଧାମରାରେ ଏନଏନଜି ଟର୍ମିନାଲ ହୋଇଛି । ପୂର୍ବରୁ ଓଡ଼ିଶାରେ ଏଲପିଜି ସଂଯୋଗ ୨୧ ଲକ୍ଷ ଥିବା ବେଳେ ୨୦୧୪ ପରେ ଏହା ବଢି ୧ କୋଟି ୪ ହଜାରରେ ପହଞ୍ଚିଛି ।

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ହିତାଧିକାରୀଙ୍କ ସଂଖ୍ୟା ୫୫ ଲକ୍ଷରେ ପହଞ୍ଚିଛି । ୫୪୬୫ କୋଟି ଟଙ୍କାରେ ଧାମରା-ପାରାଦୀପ-ଅନୁଗୋଳ-ବରାଉଣୀ ଏଲଏନଜି ପାଇପଲାଇନ ଏବଂ ୩୦୨୮ କୋଟି ଟଙ୍କା ବ୍ୟୟରେ ପାରାଦୀପ-ହଳଦିଆ-ଦୁର୍ଗାପୁର ଏଲପିଜି ପାଇପଲାଇନ ପାଟଣାରୁ ମାଜାଫାପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ହୋଇଛି ।

୩୩୩୮ କୋଟି ଟଙ୍କାରେ ପାରାଦୀପ- ହାଇଦ୍ରାବାଦ ପାଇପଲାଇନ, ୧୭୯୩ କୋଟି ଟଙ୍କାର ପାରାଦୀପ-ରାୟପୁର-ରାଞ୍ଚି ପାଇଲାଇନ କାର୍ଯ୍ୟକ୍ଷମ ହୋଇଛି । ୧୬୦୬ କୋଟି ଟଙ୍କା ବ୍ୟୟରେ ବରଗଡ 2G ଇଥାନଲ ବାୟୋ ରିଫାଇନାରୀ କାର୍ଯ୍ୟକ୍ରମ ହୋଇଛି । ୧୩ ହଜାର ୨୨୭ କୋଟି ଟଙ୍କା ବ୍ୟୟରେ ତାଳଚେରରେ ଗ୍ୟାସ ଆଧାରିତ ସାର କାରଖାନା କ୍ରିୟାନ୍ବୟନ ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored