ଓଡିଶାରେ ଅଛି ଅପାର ସମ୍ଭାବନା, ସମ୍ଭାବନାକୁ ଖୋଜିବାକୁ ଆସନ୍ତି ପୁଞ୍ଜିପତି

Key Points
ଓଡିଶାରେ ଅଛି ଅପାର ସମ୍ଭାବନା
ସମ୍ଭାବନାକୁ ଖୋଜିବାକୁ ଆସନ୍ତି ପୁଞ୍ଜିପତି
ଏଥର କିନ୍ତୁ ଡବଲ ଇଂଜିନ.. ମୋଦି ଗ୍ୟାରେଣ୍ଟିର ଡବଲ୍ ଫାଇଦା
ଏବେ ଆହ୍ବାନ, ପ୍ରସ୍ତାବ କେତେ ଶିଘ୍ର ହେବ କ୍ରିୟାନ୍ବୟନ?
ପ୍ରସ୍ତାବ ଆସିଛି ହେଲେ ନାଲିଫିତା ତଳେ ବନ୍ଦ ହୋଇଯାଇଛି ଶିଳ୍ପ
ରାଜନୈତିକ ଇଛାଶକ୍ତିରେ ହେବ କି ଶିଳ୍ପାୟନର ସ୍ବପ୍ନ ସାକାର
ଅର୍ଗସ ବ୍ୟୁରୋ: ଟାର୍ଗେଟ ଥିଲା 5 ବର୍ଷରେ 5 ଲକ୍ଷ କୋଟିର ନିବେଶ.. ହେଲେ ପ୍ରଥମ ବର୍ଷରେ ହେଲା ପୁଞ୍ଜିର ବର୍ଷା.. କେବଳ ଉତ୍କର୍ଷ ଓଡିଶା ସମ୍ମିଳନୀରୁ ଆସିଲା 16 ଲକ୍ଷ 73 ହଜାର କୋଟିର ନିବେଶ ପ୍ରସ୍ତାବ...ମୋଦିଙ୍କ ଗ୍ୟାରେଣ୍ଟି ପରେ ଛୁଟିଲା ନିବେଶର ସୁଅ...ସୃଷ୍ଟି ହେବ 12 ଲକ୍ଷ 88 ହଜାର ନିଯୁକ୍ତି ସମ୍ଭାବନା । ଉର୍କଷ ଓଡିଶା ସମ୍ମିଳନୀରେ ସମୁଦାୟ 145ଟି (MoU) ସ୍ବାକ୍ଷରିତ ହୋଇଛି । କେମିକାଲସ୍, ପେଟ୍ରୋକେମିକାଲସ୍, ଟେକ୍ସଟାଇଲସ୍, ମାଇନଙ୍ଗ ଓ ମେଟାଲର୍ଜି, ନବୀକରଣୀୟ ଶକ୍ତି, ଆଇ.ଟି, ପର୍ଯ୍ୟଟନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ପରି କ୍ଷେତ୍ରରୁ ପୁଞ୍ଜିନିବେଶର ପ୍ରସ୍ତାବ ଆସିଛି ।
ମେଟାଲ ଷ୍ଟିଲ କ୍ଷେତ୍ରରେ ରାଜ୍ୟକୁ ମିଳିଛି ସବୁଠୁ ଅଧିକ ପୁଞ୍ଜି ନିବେଶ ପ୍ରସ୍ତାବ । କେମିକାଲ ଓ ପେଟ୍ରୋ କେମିକାଲ, ସୌର ଶକ୍ତି, ପବନ ଶକ୍ତି ଭଳି ଅକ୍ଷୟ ଶକ୍ତି କ୍ଷେତ୍ର ପୁଞ୍ଜି ନିବେଶରେ ଦୀତୀୟ ଓ ତୃତୀୟରେ ରହିଛି । ପ୍ରଥମ ଥର ନୂଆ ସେକ୍ଟର ଭାବେ ଫାର୍ମା କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ଆଗ୍ରହ ଦେଖାଇଛନ୍ତି ବିଭିନ୍ନ କମ୍ପାନୀ । ବିକଶିତ ଓଡିଶା ପାଇଁ ଏଥର ଉତ୍କର୍ଷ ଓଡିଶା ମାଇଲ ଖୁଣ୍ଟ ହେବ ବୋଲି ଆକଳନ କରୁଛନ୍ତି ଅର୍ଥନୀତି ବିଶେଷଜ୍ଞ ।
ମେକ ଇନ ଓଡିଶାର ପ୍ରଥଣ ତିନୋଟି ସଂସ୍କରଣରେ ଆସିଥିଲା ଅନେକ ପ୍ରସ୍ତାବ.. ସ୍ବାକ୍ଷରିତ ହୋଇଥିଲା 512ଟି ଏମଓୟୁ..କିନ୍ତୁ କାର୍ଯ୍ୟକ୍ଷମ ହେଲା ମାତ୍ର 30ଟି.. ଅର୍ଥାତ ସଫଳତାର ପ୍ରତିଶତ ଥିଲା 5 .85...କୋଟି କୋଟି ଟଙ୍କା ଖର୍ଚ୍ଚ କରି ନବୀନ ଓ ପାଣ୍ଡିଆନ ବୁଲିଥିଲେ ବିଦେଶ.. ଦୁବାଇ, ସିଙ୍ଗାପୁର, ଚୀନ ଜାପାନ, ଇଟାଲି, ଜର୍ମାନୀ ଓ ସାଉଥକୋରିଆରେ ହୋଇଥିଲା ରୋଡ ଶୋ..ହେଲେ ଆସିଲା ନାହିଁ ବିଦେଶରୁ ଆଖିଦୃଶିଆ ପୁଞ୍ଜି... ଅକ୍ଟୋବର 2019ରୁ ସେପମ୍ବର 2023 ପର୍ଯ୍ୟନ୍ତ 4 ବର୍ଷରେ ଓଡିଶାକୁ ଆସିଥିଲା 1277 କୋଟିର ବିଦେଶୀ ପୁଞ୍ଜି.. ସାରା ଦେଶରେ ଓଡିଶା ଥିଲା 20 ନମ୍ବରରେ.. ଏବେ କିନ୍ତୁ ନୂଆ ସରକାରରେ ପୁଞ୍ଜି ବର୍ଷାକୁ ନେଇ ସନ୍ଦେହ ପ୍ରକାଶ କରୁଛି ବିଜେଡି । ସିଙ୍ଗାପୁର, ମାଲେସିଆ ଓ ଅଷ୍ଟ୍ରେଲିଆ ପରି ପାର୍ଟନର ଦେଶର ପ୍ରତିନିଧି ମାନଙ୍କ ସହିତ ଏଥର ଉତ୍କଷ ଓଡିଶା କନକ୍ଲେଭରେ 16 ଟି ଦେଶର ପ୍ରତିନିଧି ଯୋଗ ଦେଇଥିଲେ.. ଏବେ ଆହ୍ବାନ ଆସିଥିବା ପ୍ରସ୍ତାବ କେତେ ଶିଘ୍ର କ୍ରିୟାନ୍ବୟନ ହେବ ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: