Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଜବରଦସ୍ତ ଆଟାକ୍ 

Odisha

ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଜବରଦସ୍ତ ଆଟାକ୍ 

Manini Pattanayak
Browse all articles by Manini Pattanayak
·2 years ago·2 min read
ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଜବରଦସ୍ତ ଆଟାକ୍ 

ସମ୍ବଲପୁର: ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଜବରଦସ୍ତ ଆଟାକ୍... ଅପାର ସମ୍ଭାବନା ସତ୍ତ୍ବେ ଓଡ଼ିଶା ଗରିବ କାହିଁକି ? ଆଜି ରାଜ୍ୟରେ ଦାଦନ ବଢୁଛି କାହିଁକି ? କିଛି ଏମିତି ପ୍ରସଙ୍ଗ ଉଠାଇ ନବୀନଙ୍କୁ ଖୋଲା ବିତର୍କର ଆଦ୍ବାନ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ନବୀନଙ୍କ ୨୪ ବର୍ଷ ଶାସନରେ  ବିକାଶ ନାହିଁ.. କେନ୍ଦ୍ର ସରକାର ପର୍ଯ୍ୟାପ୍ତ ଅର୍ଥ ଦେଲାପରେ ମଧ୍ୟ  କାହିଁକି ଓଡ଼ିଶାର ଗାଁ ଗଣ୍ଡାରେ ପାଣି  ନାର୍ହିଁ ?    କାହିଁକି ଦାଦନ ଖଟିବାକୁ ଯାଉଛନ୍ତି ଓଡ଼ିଆ...କାହିଁକି ସ୍କୁଲ ଛାଡ଼ୁଛନ୍ତି ପିଲା? କାହିଁକି ସୁଧୁରୁନି ମେଡ଼ିକାଲର ଅବସ୍ଥା? ମୋଟ୍‌ ଉପରେ ପ୍ରଶ୍ନବାଣରେ ରାଜ୍ୟ ସରକାରଙ୍କ ଭାଣ୍ଡାଫୋଡ୍ କରିଛନ୍ତି ଧର୍ମେନ୍ଦ୍ର ।

 ରାଜ୍ୟରେ ବିଜେପି ସରକାର କରିବା ମାତ୍ରେ ସବୁ ସମସ୍ୟାର ସମାଧାନ ହେବ, ସବୁ କ୍ଷେତ୍ରରେ ବିକାଶ ହେବ । ଓଡ଼ିଶାରେ ବିଜେପି ଆସିଲେ ପ୍ରଥମ କୃଷକ ର ହେବ ଉନ୍ନତି । କୃଷକ କଲ୍ୟାଣ ବିଜେପି ସର୍ବ ପ୍ରଥମ ଲକ୍ଷ ହେବ । ଓଡ଼ିଶାରେ ମୋଦୀଙ୍କ ସରକାର ହେଲେ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ । ଧାନ କିଣିବାର ୪୮ ଘଣ୍ଟା ମଧ୍ୟରେ  ବ୍ୟାଙ୍କ ଖାତାରେ ଏହି ଅର୍ଥ ଦିଆଯିବ ।  କଟନୀଛଟନୀ ନାଁରେ ଚାଷୀଙ୍କୁ ଯେଉଁ ଶୋଷଣ ହେଉଛି, ତାହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ଦିଆଯିବ  । କେନ୍ଦୁପତ୍ର ତୋଳାଳୀଙ୍କୁ ୩୫ ପ୍ରତିଶତ, କେନ୍ଦୁପତ୍ର ବାନ୍ଧୁଥିବା ଲୋକଙ୍କୁ ୧୦ ପ୍ରତିଶତ ବୋନସ ଦିଆଯିବ  ଏଥିସହିତ ପ୍ରତି ବ୍ଲକରେ ୨ଟି ଭାବରେ ୮୦୦ ପିଏମଶ୍ରୀ ସ୍କୁଲ ପ୍ରତିଷ୍ଠା ହେବ।  ବିଜେପି ସରକାର ହେବାର ପ୍ରଥମ ମାସରେ ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଲାଗୁ ହେବ  । ଦୁର୍ନୀତିକୁ ରୋକିବା ପାଇଁ ଜିରୋ ଟେଲେରାନ୍ସ ନୀତି ଅବଲମ୍ବନ କରାଯିବ।  ତେବେ ଏ ସଂକଳ୍ପ ପତ୍ର   ବିଜେପିର କେବଳ ଦସ୍ତାବିଜ ନୁହେଁ,  ମୋଦୀଙ୍କ ଗ୍ୟାରେଣ୍ଟି ଓ ଆଶ୍ୱାସନାର ପତ୍ର ବୋଲି କହିଛନ୍ତି ଧର୍ମେନ୍ଦ୍ର। । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଉ ୧୫ ଲକ୍ଷ ଘର ଦିଆଯିବ । ରାଜ୍ୟର ଘରେ ଘରେ ନଳ ଯୋଗେ ପାନୀୟ ଜଳ ପହଞ୍ଚାଯିବ । ଧର୍ମେନ୍ଦ୍ର କହିଛନ୍ତି,  ଶାସକ ଦଳର ଲୋକମାନେ ତାଙ୍କର ସମର୍ଥକମାନଙ୍କୁ ସରକାରୀ ପଇସାରେ ବିଦେଶ ବୁଲାଇବାର ଯୋଜନା କଲେ । କିନ୍ତୁ ଏହା ଉପରେ ବିଜେପି ଅଭିଯୋଗ କରିବା ପରେ ଭାରତୀୟ ନିର୍ବାଚନ ଆୟୋଗ ବନ୍ଦ କଲେ । କିନ୍ତୁ ବିଜେପି କ୍ଷମତାକୁ ଆସିଲେ ଏସଚଜି ବନ୍ଦ କରିଦେବେ ବୋଲି ବିଜେଡି ଅପପ୍ରଚାର କଲା ।

କିନ୍ତୁ  ଏସଏଚଜି ହେଉଛି ମୋଦୀ ସରକାରଙ୍କ ସଫଳ କାର୍ଯ୍ୟକ୍ରମ । ସେମାନଙ୍କୁ ସଶକ୍ତ କରିବା ପାଇଁ ମୋଦୀ ସରକାର ପଇସା ଦେଉଥିବା ବେଳେ ଓଡ଼ିଶାର ୨୫ ଲକ୍ଷ ଭଉଣୀଙ୍କୁ ଲକ୍ଷପତି ଦିଦି ବନାଯିବାର ନିଷ୍ପତି ନେଇଛନ୍ତି ।  ଯାହା ଭୁଲିଯାଇଛି ଶାାସକ ଦଳ ।  କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜି ଓଡ଼ିଶାରେ ଗଣତନ୍ତ୍ର ନାହିଁ । ସ୍ୱେଚ୍ଛାଚାରିତା ଚାଲିଛି । ଚତୁର୍ଥସ୍ତମ୍ଭଙ୍କୁ ସରକାରୀ ଦପ୍ତରକୁ ଯିବା ପାଇଁ ବାରଣ କରାଯାଇଛି । ରାଜ୍ୟରେ ସାମ୍ବାଦିକଙ୍କ ପାଇଁ ଅଧିସ୍ୱୀକୃତି କମିଟି ବସୁନାହିଁ । ବିଜେପି ସରକାର ହେଲେ ପରିବର୍ତ୍ତିତ ଦୃଶ୍ୟପଟ୍ଟରେ ଓଡ଼ିଶାରେ ସବଡିଭିଜନରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ସାମ୍ବାଦିକଙ୍କ ପାଇଁ ନୂଆ ନୂଆ ଅଧିସ୍ୱୀକୃତିର ପୁନଃ ରଚନା କରାଯିବ । ନିର୍ବିବାଦରେ ସରକାରୀ କାମକୁ ସମୀକ୍ଷା କରିବା ପାଇଁ ସୁଯୋଗ ଦିଆଯିବା ସହ ଅନ୍ୟ ରାଜ୍ୟ ଭଳି ପେନସନର ବ୍ୟବସ୍ଥା କରାଯିବ ।   ତେବେ ଏହା ଖାଲି   ସଂକଳ୍ପ ପତ୍ର ନୁହେଁ ଏହା ଓଡ଼ିଶା ପାଇଁ  ମୋଦୀଙ୍କ ଗ୍ୟାରେଣ୍ଟି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ଦେଖନ୍ତୁ :
 

Sponsored
There is no development in Naveen's 24-year rule.. Why is there no water in village of Odisha even after central government has given enough money? | Argus News