ସ୍କୁଲରେ ନାହାନ୍ତି ଇଂରାଜୀ ଶିକ୍ଷକ, ଦିଆଯାଉଛି ଅତ୍ୟନ୍ତ ନିମ୍ନମାନର ଖାଦ୍ୟ
·1 year ago·1 min read

ଅର୍ଗସ ବ୍ୟୁରୋ: ସ୍କୁଲରେ ନାହାନ୍ତି ଇଂରାଜୀ ଶିକ୍ଷକ। ଏହା ସହିତ ହଷ୍ଟେଲରେ ଦିଆଯାଉଛି ଅତ୍ୟନ୍ତ ନିମ୍ନମାନର ଖାଦ୍ୟ। ଏନେଇ ବାରମ୍ବାର ଅଭିଯୋଗ ପରେ ବି କେହି ଶୁଣିଲେ ନାହିଁ। ଶେଷରେ ନିଜେ ବଡ଼ ନିଷ୍ପତ୍ତି ନେଇ ନିଜ ଅଭିଯୋଗ ଜଣାଇବା ପାଇଁ ୧୦ କିଲୋମିଟର ଚାଲିଚାଲି ଗଲେ ଛାତ୍ରୀ। ଏଭଳି ଘଟଣା ଦେଖିବାକୁ ମିଳିଛି ଖୁଣ୍ଟାରେ। ଖୁଣ୍ଟା ବ୍ଲକ କମଳି ଆଶ୍ରମ ବିଦ୍ୟାଳୟରେ ନାହାନ୍ତି ଇଂରାଜୀ ଶିକ୍ଷକ, ତତସହିତ ହଷ୍ଟେଲରେ ଦିଆ ଯାଉଛି ନିମ୍ନମାନର ଖାଦ୍ୟ।
ଯାହାକୁ ନେଇ ଆଜି ସକାଳୁ ବିଦ୍ୟାଳୟର ୧୦ ଛାତ୍ରୀ ହଷ୍ଟେଲରୁ ବାହାରି ଅଭିଯୋଗ ଜଣାଇବା ପାଇଁ ୧୦ କିଲୋମିଟର ଚାଲି ଚାଲି ଆସି ପହଞ୍ଚିଥିଲେ ଖୁଣ୍ଟା ତହସିଲରେ। ଆଗକୁ ପରୀକ୍ଷା ଥିବା ବେଳେ ଆଜି ପର୍ଯ୍ୟନ୍ତ ଇଂରାଜୀ ଶିକ୍ଷକ ବିଦ୍ୟାଳୟରେ ନାହାନ୍ତି ଯାହା ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ଶୀତୁଆ ସକାଳରେ ପ୍ରବଳ ଜାଡରେ ଛାତ୍ରୀମାନେ ଏପରି ଚାଲି ଚାଲି ଅଭିଯୋଗ ଜଣାଇବାକୁ ଆସିବା ବିଦ୍ୟାଳୟର ଅବ୍ୟବସ୍ଥାକୁ ପଦାରେ ପକାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: