Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଚିନାବାଦାମ ଚାଷକୁ ମିଳୁନି ସରକାରୀ ପ୍ରୋଚ୍ଛାହନ 

Odisha

ଚିନାବାଦାମ ଚାଷକୁ ମିଳୁନି ସରକାରୀ ପ୍ରୋଚ୍ଛାହନ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଚିନାବାଦାମ ଚାଷକୁ ମିଳୁନି ସରକାରୀ ପ୍ରୋଚ୍ଛାହନ 

 ଢେଙ୍କାନାଳ : ଲାଭ ଦେଇଥାଏ ଚିନା ବାଦାମ ଚାଷ। ଚିନାବାଦାମ ଚାଷ ପାଇଁ ଢେଙ୍କାନାଳ ଜିଲ୍ଲା ଭୁବନର ରହିଛି ସ୍ବତନ୍ତ୍ର ପରିଚୟ  କିନ୍ତୁ ଚାଷୀ ମୁହଁ ଫେରାଉଛନ୍ତି ଏହି ଚାଷରୁ। 
 ଭୁବନ ଅଞ୍ଚଳର ଚାଷୀମାନେ ରାମିଆଳ ଓ ବ୍ରାହ୍ମଣୀ ନଦୀ ଅବବାହିକାରେ ପ୍ରାୟ ୨ଶହ ହେକ୍ଟରରୁ ଉର୍ଦ୍ଧ ଜମିରେ ଚିନା ବାଦାମ ଚାଷ କରିଥାନ୍ତି।  ହେଲେ ଏହି ଚାଷପାଇଁ ସରକାରୀ ପ୍ରୋଚ୍ଛାହନ ଅଭାବରୁ ଧିରେଧିରେ ବିଲ ପଡିଆ ପଡିଲାଣି। ଚାଷି ମାନଙ୍କ ପାଇଁ ଉଚିତ ମୂଲ୍ୟରେ ଉନ୍ନତ ମାନର ବିହନ, ସାର ଓ କିଟନାସକ ବର୍ତ୍ତମାନ ସାତସପନ ପାଲଟିଛି। ସେହିପରି ବାର୍ଷିକ ଅମଳ କରିଥିବା ଫସଲକୁ ବିକ୍ରି କରିବା ପାଇଁ ସରକାଙ୍କର  ସହାୟତା ନାହିଁ। ଅଧିକ ମୂଲ୍ୟରେ ବିହନ କିଣୁଥିବା ବେଳେ କମ ମୂଲ୍ୟରେ ଖେତ ପାଖରୁ ବେପାରୀ ମାନଙ୍କୁ ଚିନା ବାଦାମ ବିକ୍ରି କରୁଥିବାରୁ ଚାଷିମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି।

ଫଳରେ ଚାଷକାର୍ଯ୍ୟ ପରେ ଧାରଉଧାର ଶୁଝି ପାରୁ ନଥିବା ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଚାଷୀ। ଏପଟେ ରାଜ୍ୟ ସରକାର କୃଷି କ୍ଷେତ୍ରରେ ବିକାଶ କରିଥିବାର ଡିଣ୍ଡିମ ପିଟୁଥିବା ବେଳେ ସରକାଙ୍କର ପ୍ରୋତ୍ସାହନ ଅଭାବରୁ ଚାଷବିଲ ପଡିଆ ପଡିଲାଣି। କୃଷି ବିଭାଗ ପପକ୍ଷରୁ ଖାଲି କାଗଜ କଲମରେ ଚାଷୀଙ୍କୁ ସହାୟତା ମିଳୁଛି। ଫଳରେ ଚାଷ କ୍ଷେତରେ ପାଣି ଅଭାବରୁ ମାଟିର ଆଦ୍ରତା କମିବା ସହିତ ଭଲ ଫଳ ମଧ୍ୟ ହେଉନି।  ତେବେ ପ୍ରୋତ୍ସାହନ ମିଳିଲେ ଓ ଉଚିତ ମୂଲ୍ୟରେ ବିକ୍ରିହୋଇ ପାରିଲେ ପୂର୍ବପରି ଚାଷୀମାନେ ଚିନା ବାଦାମ ଚାଷ କରି ପାରନ୍ତେ ବୋଲି କୃଷକ ସମାଜ ସଭାପତି ଦାବି କରିଛନ୍ତି। ସେହିପରି କାଳିଆ ଯୋଜନାରେ ମଧ୍ୟ ମିଳୁଥିବା ସହାୟତା ରାଶିରୁ ଏହି ଚାଷୀ ମାନେ ବଞ୍ଚିତ ହୋଇଥିବାରୁ କୃଷି କ୍ଷେତ୍ରରେ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାପାଇଁ ନିବେଦନ କରିଛନ୍ତି।
ଅଧିକ ଦେଖନ୍ତୁ :

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
There is no government incentive for cinnamon cultivation | Argus News