Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ମହୁଲ ଫୁଲ ପାଇଁ ନା ଅଛି ବଜାର ବ୍ୟବସ୍ଥା ନା ମିଳୁଛି ସହାୟକ ମୁଲ୍ୟ

Odisha

ମହୁଲ ଫୁଲ ପାଇଁ ନା ଅଛି ବଜାର ବ୍ୟବସ୍ଥା ନା ମିଳୁଛି ସହାୟକ ମୁଲ୍ୟ

Ritu Das
Browse all articles by Ritu Das
·1 year ago·2 min read
ମହୁଲ ଫୁଲ ପାଇଁ ନା ଅଛି ବଜାର ବ୍ୟବସ୍ଥା ନା ମିଳୁଛି ସହାୟକ ମୁଲ୍ୟ

କଳାହାଣ୍ଡି ଜିଲ୍ଲାରେ ଆଦିବାସୀଙ୍କ ମହୁଲଫୁଲ ଏବେ ଦଲାଲଙ୍କ କବଜାରେ । ମହୁଲ ର ସର୍ବନିମ୍ନ ମୁଲ୍ୟ କେଜି ପିଛା ୨୫ ଟଙ୍କା ଥିବା ବେଳେ ଏହାର ଅଧା ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛି। ଜିଲ୍ଲାରେ ମହୁଲ ପାଇଁ ବଜାର ବ୍ୟବସ୍ଥା ନ ଥିବା ଯୋଗୁଁ ଆଦିବାସୀ ମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ କମ ଦରରେ ମହୁଲକୁ ଦଲାଲ ହାତରେ ଟେକି ଦେଇଛନ୍ତି । ଜିଲ୍ଲା ପ୍ରଶାସନ କିମ୍ବା ସରକାର ଏନେଇ କୌଣସି ପଦକ୍ଷେପ ନ ନେବାରୁ ଏହି ଲଘୁବନଜାତ ଦ୍ରବ୍ୟ ସଂଗ୍ରହ କରୁଥିବା ଲୋକେ ଦଲାଲଙ୍କ ଶିକାର ହେବା ସହିତ ଶାଗମାଛ ଦରରେ ଟେକି ଦେଉଛନ୍ତି । ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ ୭୨ଟି ଲଘୁବନଜାତ ଦ୍ରବ୍ୟକୁ ସର୍ବନିମ୍ନ ସହାୟକ ମୁଲ୍ୟ ସ୍ଥିର କରିଛନ୍ତି । ଏହି ୭୨ଟି ଲଘୁବନଜାତ ମଧ୍ୟରେ ମହୁଲ ମଧ୍ୟ ସାମିଲ ହୋଇଛି। ପଞ୍ଚାୟତ ପକ୍ଷରୁ ମହୁଲଫୁଲର ସର୍ବନିମ୍ନ ସହାୟକ ମୁଲ୍ୟ ୨୫ ଟଙ୍କା କେଜି ପିଛା ଧାର୍ଯ୍ୟ କରାଯାଇଛି । କିନ୍ତୁ କଳାହାଣ୍ଡି ଜିଲ୍ଲା ରେ ଏହାର ବଜାର ଅଭାବରୁ ମାତ୍ର ୧୦ ରୁ ୧୫ ଟଙ୍କା ରେ କେଜି ପିଛା ବିକ୍ରି ହେଉଛି । ପର୍ଯ୍ୟାପ୍ତ ଗୋଦାମ ଓ ଆବଶ୍ୟକ ଭିତ୍ତିଭୂମି ର ଅଭାଵ ଯୋଗୁଁ ଲୋକେ ମହୁଲ କୁ ମହଜୁଦ ରଖିବାରେ ସକ୍ଷମ ହୋଇ ପାରୁନାହାନ୍ତି ।


ସରକାରଙ୍କ ନିୟମ ଅନୁଯାୟୀ ମହିଳା ଏସଏଚଜିଙ୍କୁ ଏହାର କ୍ରୟ ଦାୟିତ୍ୱ ଦେବାକୁ ଥିଲେ ମଧ୍ୟ ଦଲାଲ ଓ ଅବକାରୀ ବିଭାଗର ମସୁଧା ଯୋଗୁଁ ଦାୟିତ୍ୱ ନ ଦେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦଲାଲଙ୍କ ଗୋଦାମ ରେ ଅବକାରୀ ବିଭାଗର ପକ୍ଷରୁ ଚଢ଼ାଉ କରାଯାଉନାହିଁ । ଓଲଟା ସେମାନଙ୍କ ଠାରୁ ହାତଗୁଞ୍ଜା ନେଇ ଦେଶୀ ମଦଭାଟିକୁ ସୁହାଇଲା ଭଳି ଭୂମିକା ଗ୍ରହଣ କରାଯାଇଥିବାରୁ କ୍ଷୋଭ ପ୍ରକାଶ ପାଇଛି । ଗରିବ ଲୋକଙ୍କ ପାଇଁ ମହୁଲ ସଂଗ୍ରହ ଏକ ଜୀବିକା ପାଳଟିଥିବା ବେଳେ ଦଲାଲ ଯୋଗୁଁ ଉପଯୁକ୍ତ ମୁଲ୍ୟ ନ ପାଇ ସେମାନେ ଅଭାଵ ଅନଟନ ଦେଇ ଗତି କରୁଛନ୍ତି । କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ମଦଭାଟି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମଦରୁ କୋଟି କୋଟି ଟଙ୍କା ରାଜସ୍ୱ ଆଦାୟ କରୁଛନ୍ତି ରାଜ୍ୟ ସରକାର । ମଦରେ ରାଜସ୍ୱ ଆଦାୟ କରିବାରେ କଳାହାଣ୍ଡି ଜିଲ୍ଲା ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଛି । ଜିଲ୍ଲାର ଜୁନାଗଡ଼, ଗୋଲାମୁଣ୍ଡା, ଥୁଆମୂଳ ରାମପୁର, ମଦନପୁର ରାମପୁର ,କୋକସରା, ଜୟପାଟଣା, ଲାଞ୍ଜିଗଡ଼, କଲମପୁର, ନର୍ଲା ବ୍ଲକ ସମେତ ପାହାଡ଼ି ଇଲାକରେ ଥିବା ଗାଁ ଗୁଡିକରେ ଶହ ଶହ ଆଦିବାସୀ ମହୁଲ ସଂଗ୍ରହ କରିଥାନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବର୍ଷକ ରେ ୩ ମାସ ଜୀବିକା ନିର୍ବାହ କରୁଥିବା ବେଳେ ମହୁଲ ଅଭାବି ବିକ୍ରି ତାଙ୍କ ପେଟପାଟଣା ପାଇଁ ପ୍ରତିବନ୍ଧକ ସାଜିଛି । ଗ୍ରାମାଞ୍ଚଳରେ ମଦଭାଟି ମାଲିକମାନେକିଛି ଲୋକଙ୍କୁ ରଖି ଆଗୁଆ କମ ଦରରେ ମହୁଲ କିଣି ଗଛିତ ରଖିଛନ୍ତି । ପରବର୍ତ୍ତୀ ଅବସ୍ଥାରେ ନାମକୁ ମାତ୍ର ମହୁଲ କିଣି ସରକାରୀ ଦପ୍ତରରେ ଲୋକ ଦେଖାଣିଆ ଭାବେ କାଗଜକଲମରେ ଦେଖାଉଛନ୍ତି । ବର୍ଷ ତମାମ ମହୁଲକୁ ସଂଗ୍ରହ କରି ରଖୁଥିବା ବେଳେ ଭାଟିରୁ ତିଆରି ମଦରେ ମହୁଲିର ଅସଲି ଗନ୍ଧ ରହୁନାହିଁ । ଶସ୍ତା ପୋଡା ଗୁଡ଼ରେ ତିଆରି ହେଉଛି ମହୁଲି ମଦ । ମହୁଲ କ୍ରୟ ଓ ବିକ୍ରୟ ଉପରେ ଜିଲ୍ଲାର ସମସ୍ତ ପଞ୍ଚାୟତର ଜନ ପ୍ରତିନିଧି ଏବଂ କିଛି ସରକାରୀ କର୍ମଚାରୀଙ୍କୁ ନେଇ କମିଟି ହେବା କଥା । ସେହି କମିଟିରେ ମୁଲ୍ୟ ଧାର୍ଯ୍ୟ ନିଷ୍ପତ୍ତି ହେବା ପରେ ନିର୍ଦେଶନାମା ଜାରି କରିବା ସହିତ କ୍ରେତା ମାନଙ୍କୁ ଲାଇସେନ୍ସ ପ୍ରଦାନ କରିବା କଥା । କିନ୍ତୁ ଏ ସବୁ ରେ ବ୍ୟତିକ୍ରମ ଦେଖା ଦେଇଛି । ତୁରନ୍ତ ରାଜ୍ୟ ସରକାର ଏନେଇ ପଦକ୍ଷେପ ନେଲେଆଦିବାସୀମାନେ ଉପକୃତ ହୋଇପାରିବେ ବୋଲି ଦାବି ହୋଇଛି ।

Argus Whatsapp Channel Mobile Top
Sponsored
there-is-no-market-system-for-mahula-flowers-and-no-support-price-is-being-provided | Argus News