Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନା' ଚାଲିବାକୁ ଅଛି ପକ୍କା ରାସ୍ତା, ନା' ପିଇବାକୁ ଅଛି ଶୁଦ୍ଧପାଣି

Odisha

ନା' ଚାଲିବାକୁ ଅଛି ପକ୍କା ରାସ୍ତା, ନା' ପିଇବାକୁ ଅଛି ଶୁଦ୍ଧପାଣି

Ritu Das
Browse all articles by Ritu Das
·1 year ago·2 min read
ନା' ଚାଲିବାକୁ ଅଛି ପକ୍କା ରାସ୍ତା,  ନା' ପିଇବାକୁ ଅଛି ଶୁଦ୍ଧପାଣି

ଅର୍ଗସ ବ୍ୟୁରୋ: ଅଭିଶପ୍ତ ଗାଆଁ ରେ ଅଭିଶପ୍ତ ଜୀବନ । ନା ଚାଲିବାକୁ ଅଛି ପକ୍କା ରାସ୍ତା ନା ପିଇବାକୁ ଅଛି ଶୁଦ୍ଧ ପାଣି । ଦୁନିଆ ଦେଖିବାକୁ ମଧ୍ୟ ନାହିଁ ନେଟୱର୍କ ନାହିଁ ବିଦ୍ୟୁତ। ଯୁଗ ଯୁଗ ଧରି ଅଭିଶପ୍ତ ଜୀବନ କାଟୁଛନ୍ତି ନିରୀହ ଆଦିବାସୀମାନେ। ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ଅନ୍ତର୍ଗତ ସିଆଳିଲଟି ଗ୍ରାମପଞ୍ଚାୟତର ହେଉଛି ଏହି ଅଭିଶପ୍ତ ଗାଆଁ ତଇଲ। ଗାଆଁ କୁ ଯିବାକୁ ହେଲେ ମୁଖ୍ୟ ସଡ଼କ ଠାରୁ ଦୀର୍ଘ 15ରୁ20 କିଲୋମିଟର ଏହି ପଥୁରିଆ ଜଙ୍ଗଲି ରାସ୍ତା ଦେଇ ଯିବାକୁ ପଡ଼େ । ସକାଳେ ବାହାରିଲେ ଗାଆଁରେ ଦିନ ଦ୍ବିପହରରେ ପହଞ୍ଚିବାକୁ ପଡ଼େ । ଆଉ ସେହିଦିନ ଗାଁରୁ ଫେରିବା ହୋଇଯାଏ ମୁସ୍କିଲ । ଯୁଗ ଯୁଗ ଧରି ଅପେକ୍ଷାରେ ଘଟିଥିଲା ଅନ୍ତ,ଆରମ୍ଭ ହୋଇଥିଲା ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ଲୋକଙ୍କ ମନରେ ଭରିଥିଲା ଅନେକ ଆସୁମାର ଖୁସି। କିନ୍ତୁ ସେହି ଖୁସି ଦୀର୍ଘ ଦିନ ରହିଲା ନାହିଁ । କୌଣସି କାରଣ ବଶତଃ ଅଧା ରୁ ହୋଇଗଲା ସମ୍ପୂର୍ଣ୍ଣ ବନ୍ଦ।


ବର୍ତ୍ତମାନ ରାସ୍ତାର ମେଟାଲ୍ ସବୁ ବାହାରିଥିବା ହେତୁ ଗାଡ଼ି ଯିବା କଥା ଛାଡ଼ନ୍ତୁ ଚାଲିବା ମଧ୍ୟ ହୋଇଯାଇଛି ମୁସ୍କିଲ । ଦୈନିକ ହାଟ ବଜାର କଥା କୁହନ୍ତୁ ଅବା ସ୍ଵାସ୍ଥ୍ୟ କଥା ଏପରିକି ଗାଁକୁ କିଏ ଝିଅ ଦିଅନ୍ତି ନାହିଁ କି ବହୁ କରନ୍ତି ନାହିଁ। ଜୀବନ ଜୀବିକା ଲାଗି ଯାହା ଫସଲ ଅମଳ କରନ୍ତି ତାହାକୁ ହାଟ ବଜାରରେ ବିକ୍ରି କରିବାକୁ ମଧ୍ୟ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଛି। ଆଉ ନେଟୱର୍କ କଥା ଏହି ଚିତ୍ର ଦେଖିଲେ ହିଁ ଆପଣ ଜାଣି ପାରିବେ। ଯାହାକି ନିର୍ଦ୍ଦିଷ୍ଟ ଏକ ଜାଗାରେ ଛୋଟିଆ ମୋବାଇଲକୁ ଟାଙ୍ଗୀ ସମ୍ପର୍କ ଯୋଡିବା ଅପେକ୍ଷାରେ ରହିଥାନ୍ତି । ନିଜ ଉଜ୍ଜ୍ବଳ ଭବିଷ୍ୟତ କଥା ଚିନ୍ତା କରି ପରିଣତ ବୟସରେ ପାଦଦେଇଛନ୍ତି , ଆଗାମୀ ପିଢ଼ିର ଭବିଷ୍ୟତ କଥା ଭାବି ନିଘନ ଘଞ୍ଚ ଜଙ୍ଗଲ ପାହାଡ ତଳେ ନିଶବ୍ଦ ଅନ୍ଧାରରେ ଖୋଜୁଛନ୍ତି ପିଲାଙ୍କ ଭବିଷ୍ୟତ। ଆଜି ଯାଏ କୌଣସି ପ୍ରଶାସନିକ ଅଧିକାରୀ,ଜନପ୍ରତିନିଧି ଅବା ପଞ୍ଚାୟତ ଅଧିକାରୀଙ୍କ ପାଦ ପଡିନି ଏହି ଗାଆଁରେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏପରିକି ଦୀର୍ଘ 8/10ମାସ ହେବ ଅଙ୍ଗୱାଡ଼ି କର୍ମୀଙ୍କ ପାଦ ପଡିନି ଏହି ଅଙ୍ଗନବାଡ଼ି କେନ୍ଦ୍ର ରେ । ଆଉ ଅଣ୍ଡା ଛତୁଆ କଥା ଛାଡ଼ନ୍ତୁ । ଡିଜିଟାଲ ଯୁଗରେ ନପାଇ ଟେକ୍ନୋଲୋଜି ସୁବିଧା ସାଇତି ରଖିଛନ୍ତି ପୁରାତନ ସଭ୍ୟତାକୁ । ଧାନ ମାଣ୍ଡିଆ ଅବା ଯେକୌଣସି ଶସ୍ୟକୁ ଏହି ପଥର ଘୁରୁଣା ଓ ହାତ କୁଟୁଣି ସାହାଯ୍ୟରେ ଦୈନିକ ଖାଦ୍ୟ ପ୍ରସ୍ତୁତ କରନ୍ତି । ନିଜ ଭାଗ୍ୟକୁ ଦୋଷ ଦେଇ ଅଭିଶପ୍ତ ଜୀବନ କାଟୁଥିବାବେଳେ ପ୍ରତ୍ୟେକ ଦିନ ଏହି ସଞ୍ଜବତୀ ଦେବାବେଳେ ପ୍ରାର୍ଥନା କରନ୍ତି ଏଭଳି ଜୀବନ କାହାକୁ ନଦିଆନ୍ତୁ ଠାକୁରେ।

Sponsored
There is no paved road to walk on, no clean water to drink. | Argus News