Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପାନୀୟ ଜଳ ଯୋଗାଣର ନାହିଁ ବ୍ୟବସ୍ଥା, ଆବାସ ଆଜି ବି ସାତସପନ

Odisha

ପାନୀୟ ଜଳ ଯୋଗାଣର ନାହିଁ ବ୍ୟବସ୍ଥା, ଆବାସ ଆଜି ବି ସାତସପନ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପାନୀୟ ଜଳ ଯୋଗାଣର ନାହିଁ ବ୍ୟବସ୍ଥା, ଆବାସ ଆଜି ବି ସାତସପନ

ବାଲିଗୁଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁଡ୍ରା ପଂଚାୟତ ର ଅଭିଶପ୍ତ ଗାଁ ସୋନୁବାଡ଼ି। ଚାରି ଆଡେ଼ ପାହାଡ଼, ପର୍ବତ ମଝିରେ ଗାଁ । ଗାଁ କୁ ଯିବାକୁ ହେଲେ ମୁଖ୍ୟ ସଡ଼କ ତଥା ସୁଡ୍ରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ପାଖାପାଖି 3 କିଲୋମିଟର ପଥୁରିଆ ଖାଲଢିପ ଜଙ୍ଗଲି ରାସ୍ତା ଦେଇ ବିପଦଶଙ୍କୁଳ ଭାବେ ଯିବାକୁ ପଡ଼େ। ଯେଉଁଠି ରୁହନ୍ତି 40 ଆଦିବାସୀ ପରିବାର । ଯେଉଁମାନଙ୍କ ଜୀବନ ଜୀବିକା କହିଲେ ଜଙ୍ଗଲ ଜାତ ଦ୍ରବ୍ୟ। ଗାଁ କୁ ଜରୁରୀ ସେବା ସାତସପନ। ଆଜି ବି ପହଞ୍ଚି ପାରିନାହିଁ ଆମ୍ବୁଲାନ୍ସ ସେବା। ଯଦି କେବେ ଆମ୍ବୁଲାନ୍ସ ଗାଡ଼ି ଆସେ ତାହେଲେ ପଂଚାୟତ କାର୍ଯ୍ୟାଳୟ ନିକଟ ରେ ରହୁଛି।

ସନୁବାଡ଼ିରେ ପାନୀୟ ଜଳ ସମସ୍ୟା ନୁହେଁ ଯନ୍ତ୍ରଣା । 40 ଆଦିବାସୀ ପରିବାର ପାଇଁ ଅଛି ଏକ ମାତ୍ର ନଳକୂପ। ଯାହାର ପାଣି ଅଞ୍ଚଳବାସୀଙ୍କ ପାଇଁ ନିଅଣ୍ଟ। ସେଥିପାଇଁ ପାନୀୟ ଜଳ ଭାବେ ଲୋକେ ଚୂଆ ପାଣି କୁ ବୁଝାଏ। ପଥୁରିଆ ଚୁଆ ଭିତରେ ପସି ପାଣି ସଂଗ୍ରହ କରନ୍ତି ମହିଳା। ପୂର୍ବ ସରକାର ବସୁଧା ଯୋଜନା ନାମ ରେ ପ୍ରଚାର ପ୍ରସାର କଲେ କିନ୍ତୁ ବାସ୍ତବ ଚିତ୍ର ସଂପୂର୍ଣ୍ଣ ଅଲଗା। ଆଜି ଗାଁ ର 40 ଆଦିବାସୀ ପରିବାର ଚୁଆ ପାଣି ଭରଷା ରେ ଜୀବନ ଅତିବାହିତ କରୁଛନ୍ତି।

ଆଗାମୀ ପିଢ଼ିର ଭବିଷ୍ୟତ କଥା ଭାବି ନିଘନ ଘଞ୍ଚ ଜଙ୍ଗଲ ପାହାଡ ତଳେ ନିଶବ୍ଦ ଅନ୍ଧାରରେ ଖୋଜୁଛନ୍ତି ନିଜ ପିଲାଙ୍କ ଭବିଷ୍ୟତ। ଗାଁରେ ଏକ ପ୍ରାଥମିକ ବିଦ୍ୟାଳୟ ଥିଲା ଓ ବିଭିନ୍ନ ଆଳ ଦେଖାଇ ତତ୍କାଳୀନ ସରକାର 2017 ମସିହାରେ ବିଦ୍ୟାଳୟ ଟିକୁ ବନ୍ଦ କରିଦେଲେ । ଆଜି ଯାଏ କୌଣସି ପ୍ରଶାସନିକ ଅଧିକାରୀ, ବାଲିଗୁଡା ବିଧାୟକ ଚକ୍ରମଣି କହଁର ଅବା ବ୍ଳକ ଅଧିକାରୀଙ୍କ ପାଦ ପଡିନି ଗାଁ ରେ । ଦୁର୍ଗମରେ ବିକାଶ ବାଟବଣା ଏହାର ପ୍ରମାଣ ସୋନୁବାଡ଼ି। ଗାଁ ପ୍ରମାଣ କରୁଛି ବିକାଶର ନଗ୍ନତା। ଶିକ୍ଷା,ସ୍ୱାସ୍ଥ୍ୟ ଆଦି ମୌଳିକ ସୁବିଧାରୁ ବଞ୍ଚିତ ଅଞ୍ଚଳବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
there-is-no-provision-for-drinking-water-supply | Argus News