Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଗାଁ ଭିତରକୁ ନେତାଙ୍କୁ ପୁରାଇ ଦେବୁନୁ 

Odisha

ଗାଁ ଭିତରକୁ ନେତାଙ୍କୁ ପୁରାଇ ଦେବୁନୁ 

Manini Pattanayak
Browse all articles by Manini Pattanayak
·2 years ago·2 min read
ଗାଁ ଭିତରକୁ ନେତାଙ୍କୁ ପୁରାଇ ଦେବୁନୁ 

ସମ୍ବଲପୁର:  ରାସ୍ତା ନାହିଁ ତ ଭୋଟ ନାହିଁ l କେବଳ ଭୋଟ ନୁହେଁ ପ୍ରଚାର ପାଇଁ ଆସୁଥିବା ନେତା ଙ୍କୁ ମଧ୍ୟ ଗାଁ ଭିତରକୁ ପ୍ରବେଶ ମନା l ଚାଉଳ ପାଉଛନ୍ତି ମାଗଣା କିନ୍ତୁ ଆଣିବା ପାଁଇ ଖର୍ଚ୍ଚ ହେଉଛି ଦୁଇଶହ ଟଙ୍କା l ଗାଁ ରୁ ପଂଚାୟତ କୁ ଯିବାପାଇଁ ଥିବା ରାସ୍ତା ର ନିର୍ମାଣ ପାଇଁ ଏଭଳି ନିଷ୍ପତି ନେଇଛନ୍ତି ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ ପାଣିମୁରା ପଂଚାୟତର 12 ଖଣ୍ଡ ଗାଁ ଲୋକ l   ଦିନଥିଲା ମାଓବାଦୀ ମାନଙ୍କ ପେଣ୍ଠସ୍ଥଳୀ ପାଲଟିଥିଲା ଏହି ଦୁର୍ଗମ ଅଂଚଳ l ଆଜି ମାଓବାଦୀ ନାହାନ୍ତି କିନ୍ତୁ  ଆଜିପଯ୍ୟନ୍ତ ପହଂଚି  ନାହିଁ ବିକାଶ  ଏହି ଅଂଚଳ ରେ l ପଂଚାୟତ କୁ ଯିବାପାଇଁ ହେଉ କି ଡାକ୍ତରଖାନା ଏମାନଙ୍କୁ ଦୀର୍ଘ 15 କିଲୋମିଟର ଯିବାକୁ ପଡିଥାଏ।   ସେ ପୁଣି ଝାର ଜଙ୍ଗଲ  ରାସ୍ତା ଦେଇ। ବର୍ଷା ଦିନେ ଏହି ଗାଁ ମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡେ l

ଯଦି ଗ୍ରାମରେ କୌଣସି ରୋଗୀ ହେଉ ଵା ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ପାଇଁ ନେବାକୁ ହେଲେ ଖଟିଆ ରେ ମଧ୍ୟ ବୋହିବାକୁ ପଡେ l ଏହି ଅଂଚଳ କୁ ସରକାରଙ୍କ ମୋ ବସ ଆସିବା ଦୂରର କଥା ସାଇକେଲ ମଧ୍ୟ ଯିବା କଷ୍ଟ ହୋଇ ପଡେ l ତେଣୁ ଏହିସବୁ ସମସ୍ୟା କୁ ନେଇ ଗାଁ ଲୋକେ ବାରମ୍ବାର ସରପଞ୍ଚ ଠାରୁ ଆରମ୍ଭ କରି ବିଧାୟକ ପର୍ଯ୍ୟନ୍ତ ଅଭିଯୋଗ କରି ନିରାଶ  ହେବାପରେ ଶେଷରେ  ବାଧ୍ୟ ହୋଇ ଗାଁ ଲୋକ  କୌଣସି ନେତାଙ୍କୁ ଭୋଟ ପ୍ରଚାର ପାଇଁ ଗାଁ କୁ ପ୍ରେବେଶ କରାଇବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି l  12 ଖଣ୍ଡ ଗାଁ ଲୋକ ଏଭଳି ଦୟନୀୟ ଅବସ୍ଥା ଭୋଗୁଛନ୍ତି l ତିନି ଟି ୱାର୍ଡ ବିଶିଷ୍ଟ ଏହି ଅଂଚଳ ରେ 3 ହଜାର ଭୋଟର ଥିବାବେଳେ ପ୍ରାୟ 5 ହଜାର ଆଦିବାସୀ ଲୋକ ବସତି ସ୍ଥାପନ କରୁଛନ୍ତି l  2017 ମସିହାରେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ଜରେସିଂହା ଠାରୁ ଗାରିଆଖମଣ ଗ୍ରାମକୁ ଯିବା ରାସ୍ତା ରେ ଏକ ପୋଲ ଉଦଘାଟନ କରିଥିଲେ l ସେହି ପୋଲ ର ଉଭୟ ପାର୍ଶ୍ୱ ମାଟି ଖାଇ ଗଲାଣି l ସେଇ ଦିନରୁ ବିଧାୟକ ଙ୍କ ପାଦ ପଡ଼ିନାହିଁ ଏହି ଅଂଚଳ ରେ l  

ଅଧିକ ଦେଖନ୍ତୁ :
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
There is no road and no vote. Not only the vote but also the leaders who come for campaigning are denied entry into the village | Argus News