Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନା ଅଛି ରାସ୍ତା, ନା ମିଳୁଛି ପାଣି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ନା ଅଛି ରାସ୍ତା, ନା ମିଳୁଛି ପାଣି

କଳାହାଣ୍ଡି ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ ବ୍ଲକ କମର୍ଦ୍ଧl ଗ୍ରାମପଞ୍ଚାୟତର ରାଙ୍ଗପାରୁ ଗାଁ । ଗାଁରେ ଵସବାସ କରନ୍ତି ୧୦ ରୁ ଉର୍ଦ୍ଧ ପରିବାର। ଗ୍ରାମପଞ୍ଚାୟତରୁ ମାତ୍ର ୪ କିମି ଦୂରତାରେ ଥିବା ଏହି ଗାଁରେ ପିଇବା ପାଣି ସମସ୍ୟା ଉତ୍କଟତର। ପିଇବା ପାଣି ପାଇଁ ଚାଲିବାକୁ ପଡେ ୨କିଲୋମିଟର । ତାହା ପୁଣି ନାଳ ନିକଟକୁ। ଏହି ନାଳ ନିକଟରେ ଚୁଆ ଖୋଳି ପିଇବା ପାଣି ସଂଗ୍ରହ କରନ୍ତି ଅଞ୍ଚଳବାସୀ। ଏଥିପାଇଁ ଗାଁର ଆବାଳ ବୃଦ୍ଧ ବନିତା ଲାଗିପଡନ୍ତି। ଆବୁଡା ଖାବୁଡା ରାସ୍ତାରେ ମାଇଲମାଇଲ ଚାଲି କରନ୍ତି ଜଣ ଯୋଗାଡ।

ଦୁର୍ଗମରେ ଅପହଞ୍ଚ ବସୁଧା। ଏପଟେ ଖରା ବଢ଼ିଲେ ପ୍ରାକୃତିକ ଜଳ ଉତ୍ସଗୁଡିକ ମଧ୍ୟ ଶୁଖିଯିବ। ଏଇ ଗରିବ ଆଦିବାସୀଙ୍କୁ ଚୁଆ ପାଣି ପାଇଁ ମଧ୍ୟ ସଂଗ୍ରାମ କରିବାକୁ ପଡିବ। ମାତ୍ର ଏସବୁ ବିସୟରେ ପ୍ରଶାସନ ଜାଣି ଅଜଣା। ସେପଟେ ରାସ୍ତା ସମସ୍ୟା ରାଙ୍ଗପାରୁବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ଏହି ସମସ୍ୟାକୁ ମଧ୍ୟ ଅଣଦେଖା କରି ଆସୁଛି ପ୍ରଶାସନ। ଫଳରେ ଏହି ଗ୍ରାମବାସୀଙ୍କ ଜୀବନ ଦୁର୍ବିସାହ ହୋଇ ପଡିଛି। ପାନୀୟ ଜଳ ଯୋଗାଣ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ପୂର୍ବ ସରକାର ମାତ୍ର ଦୁର୍ଗମବାସୀଙଅକ ପାଖେର ପହଞ୍ଚି ରପାରୁନି ମୁନ୍ଦାଏ ପିଇବା ପାଣି। ଆଜିବି ପାଣି ରାସ୍ତା ପରି ମୌଳିକ ସମସ୍ୟାର ସମାଧାନ ପାଇଁ ଘାଣ୍ଟି ହେଉଛନ୍ତି ନିରିହ ଆଦିବାସୀ।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
there-is-no-road-no-water-available-in-kalahandi | Argus News