Videos
|
Odisha

ରାସ୍ତା ନାହିଁ କି ପୋଲ ନାହିଁ, ନାଳ ସାଜିଛି କାଳ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରାସ୍ତା ନାହିଁ କି ପୋଲ ନାହିଁ, ନାଳ ସାଜିଛି କାଳ

Key Points

ଅପହଞ୍ଚ ଇଲାକାର କରୁଣ କାହାଣୀ
ରାସ୍ତା ନାହିଁ କି ପୋଲ ନାହିଁ
ନାଳ ସାଜିଛି କାଳ

୪୦ ବର୍ଷରୁ ଅଧିକ ସମୟ ଧରି ଏହି ଗାଁର ମୁଖ୍ୟ ସମସ୍ୟା ହେଉଛି ରାସ୍ତା ଓ ପୋଲ । ବର୍ଷ ପରେ ବର୍ଷ ବିତୁଛି ହେଲେ ହୋଇ ପାରୁନି ପୋଲ ସମସ୍ୟାର ସମାଧାନ। ଭରାନାଳରେ ପସି ନଦୀ ପାର କରୁଛନ୍ତି ଅଞ୍ଚଳବାସୀ। ବର୍ଷ ତମାମ ପାଣି ଭିତରେ ହେଉଛି ଆତଯାତ । କଳାହାଣ୍ଡି ଲାଞ୍ଜିଗଡ ବ୍ଲକ କମର୍ଦ୍ଧା ଗ୍ରାମପଞ୍ଚାୟତର ଆଦିବାସୀ ଗାଁ " ରାଙ୍ଗପାରୁ " । ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରି ଆସୁଥିବା ସରକାରଙ୍କୁ ସତେ ଯେପରିକି ଉପହାସ କରୁଛି l ଗାଁ ଟି ସମସ୍ୟା ଚାରିଛକରେ ବନ୍ଧା ପଡିଛି କହିଲେ ଅତ୍ୟୁକ୍ତି ହେବନାହିଁ l ଗ୍ରାମପଞ୍ଚାୟତ ମୁଖ୍ୟାଳୟ ଠାରୁ ମାତ୍ର ୫ କିଲୋମିଟର ହୋଇଥିବାରୁ ଶିକ୍ଷା, ସ୍ୱାସ୍ଥ୍ୟ ଗମନାଗମନ ସବୁ ଦୃଷ୍ଟିରୁ ଅବହେଳିତ l

ଗାଁ ଠାରୁ ୫ କିମି ଦୂରରେ ରହିଛି କମର୍ଦ୍ଦା ପ୍ରାଥମିକ ବିଦ୍ୟାଳୟ । ମାତ୍ର ପୋଲ ନଥିବାରୁ ଗାଁକୁ ଯାଇ ପାରୁ ନାହାନ୍ତି ପିଲା। ଗାଁ ନିକଟରେ ଥିବା ନାଳ ପିଲାଙ୍କ ପାଠପଢାରେ ବାଧକ ସାଝିଛି l ଅଙ୍ଗନବାଡି କେନ୍ଦ୍ର ମଧ୍ୟ ନାଳ ସେପରି ଥିବା ବେଳେ ଅଙ୍ଗନବାଡି କର୍ମୀ ଗାଁକୁ ଆସି ପିଲାଙ୍କ ଖାଦ୍ୟ ଦେଉଥିବା କହିଛନ୍ତି ଗ୍ରାମବାସୀ l କିଛିଦିନ ତଳେ ରାଙ୍ଗପାରୁର ସମସ୍ୟା ନେଇ ଆମେ ଖବର ପ୍ରସାରଣ କରିଥିଲୁ ଏହ ପରେ ନଳକୂପ ସ୍ଥାପନ ହୋଇଛି କିନ୍ତୁ ରାସ୍ତା ଓ ପୋଲ ସମସ୍ୟା ଯେମିତି କୁ ସେମିତି । ଏବେ ଏମିତି ସମୟ ଲଗାଣ ବର୍ଷା ଯୋଗୁଁ ଗ୍ରାମବାସୀ ଏକ ପ୍ରକାର ଜଳବନ୍ଦୀ ଜୀବନ ଯାପନ କରୁଛନ୍ତି l


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
there-is-no-road-or-bridge | Argus News