ଗାଁକୁ ନାହିଁ ରାସ୍ତା, ପାଣି ପାଇଁ ଆଜିବି ଖୋଲା କୂଅ ଭରସା

ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଳକ ଦୁର୍ଗମ ଅଞ୍ଚଳ ଶିଆଳିଲଟି ପଞ୍ଚାୟତ ଜାଡା, ଯାଡା ପାଣି ,କିଞ୍ଚର, ତଇଲ ଭଳି ଅନେକ ଗ୍ରାମ ଅଛି ଯୋଉଠି ଆଜି ପର୍ଯ୍ୟନ୍ତ ପହଞ୍ଚି ପାରିନି ମୌଳିକ ସୁବିଧା । ପହଞ୍ଚି ପାରିନି ସରକାରୀ ଯୋଜନା । ବିଜେଡି ସରକାର ଙ୍କ ବିକାଶର ଡାଇରୀ ରେ ହଜିଯାଇଛି ଏହି ଚାରିଖଣ୍ଡ ଗାଆଁ । ନା ହୋଇ ପାରିଛି ଗମନା ଗମନ ଲାଗି ରାସ୍ତାର ବିକାଶ ? ନା ମୁଣ୍ଡ ଗୁଞ୍ଜିବା ଲାଗି ହୋଇ ପାରିଛି ଆବାସ ଘର । ଏପରିକି ପିଇବା ଲାଗି ମଧ୍ୟ ପାଣି ଟୋପାଏ ଯୋଗାଇ ପାରିନାହାନ୍ତି ବିଜେଡି ସରକାର ।
ପ୍ରାକ ଶିକ୍ଷା ଲାଗି ଗାଁରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ମାତ୍ର ତାହା ଦୀର୍ଘ ମାସ ହେଲା ବନ୍ଦ ପଡ଼ିଛି । ରାସ୍ତା ନଥିବାରୁ ଆସୁନାହାନ୍ତି ଅଙ୍ଗନବାଡ଼ି କର୍ମୀ । ଥରେ ନଜର ପକାନ୍ତୁ ଏଇ ରାସ୍ତାରେ କେମିତି ଯିବା ଆସିବା କରନ୍ତି ଅଞ୍ଚଳବାସୀ। ରାସ୍ତାତ ନୁହେଁ ...ଯମ ଯନ୍ତ୍ରଣା। ଏହି ରାସ୍ତାରେ ପ୍ରତିଦିନ ଯାତାୟକରୁଛନ୍ତି ଗ୍ରାମବାସୀ । ହାଟ ବଜାର କଥା କୁହନ୍ତୁ ଅବା ପଞ୍ଚାୟତ ଯିବା କଥା ଏହାରି ଉପରେ ହିଁ ଭରସା । ନିଜେ ଚାଲି ଯିବା କଷ୍ଟ ଆଉ ଗାଡ଼ି ମଟର କଥା ଭୁଲି ଯାଆନ୍ତୁ । ପାଣି ଲାଗି ମଧ୍ୟ ଗାଁରେ ବସୁଧା ବ୍ୟବସ୍ଥା ନାହିଁ। ଫଳରେ ଏହି ବିପଦ ସଙ୍କୁଳ ଅବସ୍ଥାରେ ଥିବା ଭଙ୍ଗା କୂଅ ଉପରେ ବର୍ଷ ତମାମ ନିର୍ଭର କରନ୍ତି ଅଞ୍ଚଳବାସୀ ।
ଆବାସ ଘର କଥା ଏହି ଘର ଗୁଡ଼ିକୁ ଦୃଷ୍ଟି ପକାଇଲେ ଆପଣ ନିଶ୍ଚୟ ଜାଇପାରୁଥିବେ । ବିଦ୍ୟୁତ୍ ସେବା ଲାଗି ସରକାର ତରଫରୁ ଦିଆଯାଇଛି ଏହି ସୋଲାର ଲାଇଟ୍ କିନ୍ତୁ କିଛି ଅସାଧୁ ସଂସ୍ଥା ଦ୍ୱାରା ତାହାବି ଅଧା ପହନ୍ତରିଆ। ପ୍ୟାନେଲ ଦେଇ ଦେଇନାହାନ୍ତି ବ୍ୟାଟେରୀ । ପୂର୍ବ ପୁରୁଷ ରୁ ଏହି ସ୍ଥାନରେ ରହି ଆସୁଥିବାରୁ ନିଜ ଭାଗ୍ୟକୁ ଆଦରି ବସିଛନ୍ତି ଯୁବକ ଯୁବତୀ । ଆଧୁନିକ ଯୁଗରେ ଆଧୁନିକ ଚାଲିଚଳନ ର ପ୍ରଭାବ ଦେଖିବାକୁ ମିଲିପାରିବନି ଏହି ଗାଆଁ ଗୁଡିକରେ ।
📱 Get Argus News App
✨ତତ୍କାଳୀନ ସରକାରଙ୍କ ଠାରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଦେଇ ପାରିନାହାଁନ୍ତି ମୌଳିକ ସୁବିଧା। । ପ୍ରଶାସନ ଏଠି ପ୍ରତିକ୍ରିୟା ଦେବାକୁ ନାରାଜ । କାରଣ ଆଜି ପର୍ଯ୍ୟନ୍ତ ପ୍ରଶାସନର ପାଦ ପଡ଼ିନାହିଁ ଏହି ଗାଆଁ ଗୁଡିକରେ । ଏବେ ବଦଳିଛି ସରକାର ବଦଳିବ ଗାଁର ଭୁଗୋଳ ,ଏଭଳି ଆଶାନେଇ ମୋହନ ସରକାର ଉପରେ ରଖିଛନ୍ତି ଭରଶା ଓ ବିଶ୍ବାସ ।