Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗାଁକୁ ନାହିଁ ରାସ୍ତା, ବସୁଧା ଯୋଜନା ବି ଅପହଞ୍ଚ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଗାଁକୁ ନାହିଁ ରାସ୍ତା, ବସୁଧା ଯୋଜନା ବି ଅପହଞ୍ଚ

ଅର୍ଗସ ବ୍ୟୁରୋ:  ଲାଉମାଳକୁ ରାସ୍ତା ଚିନ୍ତା । ଜଙ୍ଗଲ ପାହାଡ ଚିରି ହୋଇ ପାରୁନି ରାସ୍ତା । ପାହାଡ ନଦୀ ଡେଇଁ ଗାଁକୁ ପହଞ୍ଚୁଛନ୍ତି  ଲାଉମାଳବାସୀ। ପୂର୍ବ ବିଜେଡ଼ି ସରକାର ଗ୍ରାମାଞ୍ଚଳ ବିକାଶ କରିବା ନାମରେ ଡିମ୍ ଡିମ ପିଟୁଥିଲେ କିନ୍ତୁ ଆଜି ଏମିତି ଗାଁ ଅଛି ଯେଉଁଟି କି ବିକାଶ ପାଇବା ପାଇଁ ଝୁରି ହେଉଛନ୍ତି । କୋରାପୁଟ ନାରାୟଣପାଟଣା ବ୍ଲକ୍ ଅନ୍ତର୍ଗତ ପୋଡ଼ାପଦର୍ ପଞ୍ଚାୟତର ଲାଉମାଲ । ଗାଆଁରେ 70 ଆଦିବାସି ପରିବାର ବସ ବାସ କରୁଥିବା  ବେଳେ ଜନସଂଖ୍ୟା 150ରୁ ଉର୍ଦ୍ଧ । ମାତ୍ର ମୌଳିକ ସୁବିଧା ନାହିଁ କହିଲେ ଚଳେ। ମୁଖ୍ୟ ରାସ୍ତା ଠାରୁ ତିନି କିଲୋମିଟର ଦୂରରେ ରହିଛି ଲାଉମାଲ। ମାତ୍ର ଏହି ତିନି କିଲୋମିଟ ଆଜି ଯାଏଁ ପକ୍କା ହୋଇ ପାରିଲାନି। ଗାଁକୁ ଯିବା ହେଲେ ଦୁଇ ରୁ ତିନି କିଲୋମିଟର ପଥୁରିଆ ରାସ୍ତା ସହ ଚମ୍ପାବତି ନଦୀ ଦେଇକି ଯିବାକୁ ପଡ଼େ। ଚମ୍ପାବତି ନଦୀ ପାର ହେଲା ପରେ ବିଲ୍ ହିଡରେ କାଦୁଅ ପଚପଚ୍ ହୋଇ ଗାଆଁକୁ ଯିବାକୁ ପଡିଥାଏ।

ବର୍ଷା ହେଲେ ନଦୀ ସୁଅ ବଢିବା ସହ ନଦୀ ମଧ୍ୟ ଫୁଲି ଉଠେ ଫଳରେ  ଗାଆଁ ଲୋକେ ମାନେ ଏକ ପ୍ରକାର ବିଛିନ୍ନ ହୋଇ ମାସମାସ ଧରି ରହିଥାନ୍ତି।  ଏହି ସମୟରେ ଭତ୍ତା ରାସ୍ତ ପାଇଁ ମଧ୍ୟ ପଞ୍ଚାୟତକୁ ଯାଇ ପାରନ୍ତିନି ଅଞ୍ଚଳବାସୀ। ଗାଁରେ ଶିକ୍ଷା ଓ ସ୍ଵାସ୍ଥ୍ୟ କଥା ନକହିଲେ ଭଲ। ବିଦ୍ୟାଳୟ ଅଛି ମାତ୍ର ଭିତ୍ତିଭୂମି ନାହିଁ। ଭଙ୍ଗା ଦଦରା ଟିଣ ଘରେ ଚାଲିଛି ପାଠପଢା। ଏଠାରେ ନିଯୁକ୍ତି ହୋଇଥିବା ଶିକ୍ଷକବି ମାସରେ ଥରେ କିମ୍ବା ଦୁଇ ଥର ଯାଆନ୍ତି। ଫଳରେ ଗାଆଁ ଛାତ୍ର ଛାତ୍ରୀ ମାନଙ୍କର ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲି ହୋଇଯାଉଛି। ପାନୀୟ ଜଳ କଥା କହିଲେ ଦୁଇଟି ନଳକୂପରୁ ଗୋଟିଏ ସଂପୂର୍ଣ୍ଣ ଭାବରେ ଅଚଳ ଅନ୍ୟଟିରେ ବାହାରୁଛି ଗଳିଆ ପାଣି। ଫଳରେ ପାଣି ପାଇଁ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି।

ପୂର୍ବ ସରକାରଙ୍କ ଗାଁ ଗାଁର ବିକାଶରେ ନାରା କେବଳ ପ୍ରଚାରରେ ସିମିତ । ତାର ବାସ୍ତବତା ବଖାଣୁଛି ଲାଉମାଳ । ଗାଆଁ ସମସ୍ୟା ନେଇକି ଗ୍ରାମବାସୀ ମାନେ ଅନେକ ଥରେ ବ୍ଲକ୍ ଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ଏମିତିକି ପୂର୍ବତନ ବିଧାୟକ ଓ ସାଂସଦଙ୍କୁ ମଧ୍ୟ ଲେଖିତ ଅଭିଯୋଗ କରିଥିଲେ କିନ୍ତୁ କୈାଣସି ସମସ୍ୟାର ସମାଧାନ ହେଲା ନାହିଁ। ତେବେ ନୂଆ ସରକାର ଆସିବା ପରେ ପୁଣି ବିକାଶ ଆଶା ରଖିଛନ୍ତି ଅଞ୍ଚଳବାସୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
There is no road to the village, even the Vasudha Yojana is not available | Argus News