Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Politics / ନବୀନଙ୍କ ଉପରେ ଚାପ, ଚକ୍ରବ୍ୟୁହ ରଚିଛନ୍ତି ପାଣ୍ଡିଆନ...

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ନବୀନଙ୍କ ଉପରେ ଚାପ, ଚକ୍ରବ୍ୟୁହ ରଚିଛନ୍ତି ପାଣ୍ଡିଆନ...
Sujata Pandian with Pramila Mallik

Key Points

ଭୈରବ ପାଣ୍ଡିଆନଙ୍କ ରଣନୀତିରେ ନବୀନଙ୍କ ଉପରେ ଚାପ ପାଇଁ ଚକ୍ରବ୍ୟୁହ ।
ସୁଜାତା କରିବେ କି ଏଣ୍ଟ୍ରି ପ୍ରଶ୍ନରେ ସ୍ନେହାଙ୍ଗିନ କହିଲେ ନବୀନ ନେବେ ନିଷ୍ପତ୍ତି ।

ମେଳି ମେଳି ମେଳି । ପ୍ରତିଷ୍ଠା ଦିବସ ପୂର୍ବରୁ ବିଜେଡିରେ ଏବେ ଜୋର ଧରିଛି ମେଳି ପିଲିଟିକ୍ସ । ଆରମ୍ଭ ହୋଇଯାଇଛି ପତିଆରା ଲଢ଼େଇ । ପ୍ରୋ ପାଣ୍ଡିଆନ୍ ଓ ଆଣ୍ଟି ପାଣ୍ଡିଆନଙ୍କୁ ନେଇ ଏବେ ଦଳ ଭିତରେ ମୁହାଁମୁହିଁ ପରିସ୍ଥିତି । ଗୋଟିଏ ଗୋଷ୍ଠୀ ବନ୍ଧୁ ମିଳନ ଆଳରେ ପାଣ୍ଡିଆନ ଦମ୍ପତିଙ୍କୁ ଦଳରେ ନୋ ଏଣ୍ଟ୍ରି ପାଇଁ ଏକଜୁଟ ହେଉଥିବା ବେଳେ ଆଜି ଆଉ ଗୋଟିଏ ଗୋଷ୍ଠୀ ସୁଜାତା ପାଣ୍ଡିଆନଙ୍କୁ ଦଳର ସର୍ବେସର୍ବା କରିବା ପାଇଁ ସଜବାଜ ହୋଇଛନ୍ତି। ସେଥିପାଇଁ ଶଙ୍ଖ ଭବନରେ ଏକଜୁଟ ହୋଇଛନ୍ତି ବିଜେଡି ର ମହିଳା ନେତ୍ରୀ ।

ସୁଜାତାଙ୍କୁ ଆଣିଲେ ବିଜେଡି ବଞ୍ଚିଯିବାର ଥିଓରୀ ରଖିବେ ମହିଳା ନେତ୍ରୀ । ଏଥିପାଇଁ ଶଙ୍ଖପତିଙ୍କୁ ଭେଟି ଗୁହାରୀ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଆଉ ମାତ୍ର ଦୁଇ ଦିନ ପରେ ବିଜେଡିର ୨୯ତମ ପ୍ରତିଷ୍ଠା ଦିବସ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବ୍ଲାକମେଲ୍ ଓ ଚାପ ସୃଷ୍ଟି କରିବା ପାଇଁ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ଆରମ୍ଭ ହୋଇଛି ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟପଟେ ଏହାର ଖୁଲାସା କରିଛନ୍ତି ଦିନେ ବିଜେଡିର କୋଟେରୀରେ ଥିବା ନେତ୍ରୀ ଶ୍ରୀମୟୀ ମିଶ୍ର । ଦଳର ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଏଭଳି ଉଦ୍ୟମ କରୁଥିବା ସୋସିଆଲ ମିଡିଆରେ ପୋଷ୍ଟ କରି ଆକ୍ଷେପ କରିଛନ୍ତି ଶ୍ରୀମୟୀ ମିଶ୍ର ।

କିଛିଦିନ ଧରି ବିଜେଡି ରାଜନୀତିରେ କୁହୁଳୁଛି ସୁଜାତା ନିଆଁ । ଆଗକୁ ଦଳରେ ପ୍ରତିଷ୍ଠା ଦିବସ ଥିବାରୁ ସୁଜାତା ଦଳରେ ଏଣ୍ଟ୍ରି କରିବେ କି ନାହିଁ ତାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଛି । ଏଭଳିସ୍ଥିତିରେ ପ୍ରୋ ପାଣ୍ଡିଆନ ଟିମର ଶଙ୍ଖ ଭବନ ବୈଠକକୁ ନେଇ ବଢ଼ିଲା ଚର୍ଚ୍ଚା । ଆଣ୍ଟି ପାଣ୍ଡିଆନ ଟିମ୍‌ର ଭୋଜିକୁ କାଉଣ୍ଟର ପାଇଁ ଏହି ବୈଠକ କି ? ତେବେ ବର୍ତ୍ତମାନ ଅପେକ୍ଷା ନବୀନଙ୍କ ନିଷ୍ପତ୍ତି ଉପରେ । କଣ କରୁଛନ୍ତି ନବୀନ ତାହା ଉପରେ ସମସ୍ତଙ୍କ ନଜର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Politics | There is now a Pro Pandian and Anti Pandian fight in the BJD! | Argus News