Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

5T ସ୍କୁଲକୁ ନେଇ ଗୃହରେ ଉଦବେଗ

Rashmita Mishra
Browse all articles by Rashmita Mishra
·1 year ago·2 min read
5T ସ୍କୁଲକୁ ନେଇ ଗୃହରେ ଉଦବେଗ

ଗତ ବିଜେଡି ସରକାରରେ 5T ସ୍କୁଲରେ ହୋଇଛି ବଡ଼ ଦୁର୍ନୀତି । ବିଧାନସଭାରେ ଅଭିଯୋଗ ଆଣି ଶାସକ ଦଳ ବିଧାୟକଙ୍କ ଉଦବେଗ । ବିନା ଟେଣ୍ଡରରେ 5T କାମ ହୋଇଛି । 5T ବିଲ୍ଡିଂରେ ବଡ଼ ଦୁର୍ନୀତି ହୋଇଛି । ଏହା ଉପରେ ଗଣଶିକ୍ଷା ମନ୍ତ୍ରୀଙ୍କ ଉତ୍ତର ରଖି କହିଛନ୍ତି, ସରକାର ଘଟଣାକୁ ଗୁରୁତର ସହ ନେଇଛନ୍ତି । 5T ସ୍କୁଲରେ ଦୁର୍ନୀତି ନେଇ ଅଭିଯୋଗ ଆସିଛି ତଦନ୍ତ ହୋଇଛି । ଆଗକୁ ଅଭିଯୋଗ ଆସିଲେ ତଦନ୍ତ ହେବ ।


ଅନ୍ୟପଟେ ବିଧାୟକ ଭାସ୍କର ମଢେଇଙ୍କ ପ୍ରଶ୍ନ 5T ସ୍କୁଲରେ ଦୁର୍ନୀତିର ତଦନ୍ତ ହୋଇଛି କି ଏବଂ ଦୁର୍ନୀତିର ତଦନ୍ତ ଦାବି କଲେ ବିଧାୟକ । ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । କହିଛନ୍ତି ଯେଉଁଠି 5T ସ୍କୁଲରେ ଦୁର୍ନୀତିର ଅଭିଯୋଗ ଆସିଛି, ତେବେ ସେଠାରେ ତଦନ୍ତ ହୋଇଛି । ଆଗକୁ ବି ଯଦି ଦୁର୍ନୀତି ହୋଇଥିବା ନଜରକୁ ଆସିବ। ବିଭାଗ ତାର ଅନୁଧ୍ୟାନ କରିବ ଏବଂ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ ।


ଏହି ପ୍ରସଙ୍ଗରେ ପ୍ରଶ୍ନ କରି ଉଦବେଗ ପ୍ରକାଶ କଲେ ବାରବାଟୀ ବିଧାୟିକା । 5T ସ୍କୁଲ ରୂପାନ୍ତରିତ ପାଇଁ କେତେ ଖର୍ଚ୍ଚ ହୋଇଛି ସୋଫିଆଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ସେ କହିଛନ୍ତି, 5Tରେ ରୂପାନ୍ତରିକରଣ ପାଇଁ ଖର୍ଚ୍ଚ ହୋଇଛି ୩ ହଜାର କୋଟି । କମ୍ପୁଟର ଶିକ୍ଷା ଦିଆଯାଉଛି । ୨୦-୨୧ ବର୍ଷରେ ୨୧ ଲକ୍ଷ ୯ ହଜାର ୭୯୬ ପିଲା ଥିବା ବେଳେ ୨୩-୨୪ରେ ୨୧ ଲକ୍ଷ ୧୦ ହଜାର ୪୯୩ ପିଲା ଥିଲେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯେଉଁ ଯେଉଁ ସ୍ଥାନରେ 5Tରେ ଦୁର୍ନୀତି ହୋଇଛି, ସେ ସବୁକୁ ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦେଶ ଦେବାକୁ ଦାବି କରିଛନ୍ତି ବିଜେପି ବିଧାୟକ ସନାତନ ବିଜୁଳି । ଏହାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଗୁରୁତର ସହ ବିଭାଗ ବିଚାର କରୁଛି, ଯଦି ଆବଶ୍ୟକ ପଡେ, ନିର୍ଦ୍ଧିଷ୍ଟ ଅଭିଯୋଗ ଆସିଲେ ବିଭାଗ ବିଚାର କରିବ ବୋଲି ଉତ୍ତର ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।


5T ସ୍କୁଲରେ ଦୁର୍ନୀତି ହୋଇଛି ତଦନ୍ତ କରନ୍ତୁ ସରକାର ବୋଲି ଦାବି କଲେ ଶାସକ ଦଳ ବିଧାୟକ ଭାସ୍କର ମଢେଇ ନିଆଁରେ ଘିଅ ଢ଼ାଳିଲେ ବିଜେପି ବିଧାୟକ ସନାତନ ବିଜୁଳି ବିନା ଟେଣ୍ଡରରେ 5T କାମ ହୋଇଛି । 5T ରେ ଫାଟ ଦେଖାଗଲାଣି । 5T ବିଲଡିଂ ରେ ବଡ଼ ଦୁର୍ନୀତି ହୋଇଛି ଏହାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ସରକାର । ଏହା ଉପରେ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉତ୍ତର ଥିଲା, ପ୍ରସଙ୍ଗକୁ ଗୁରୁତର ସହ ନେବୁ' । ସ୍ପେସିଫିକ ଅଭିଯୋଗ ଆସିଲେ ତଦନ୍ତ ପାଇଁ ବିଚାର କରାଯିବ ।



Sponsored
There was a major corruption in 5T schools during the last BJD government. | Argus News