Akshaya Tritiya; ଆପଣ କେତେ ଟଙ୍କାରେ ସୁନା କିଣୁଛନ୍ତି...

ପବିତ୍ର ଅକ୍ଷୟ ତୃତୀୟାରେ ଅବସରରେ ଆଜି ସୁନା ଦୋକାନ ରେ ସାମାନ୍ୟ ଭିଡ଼ କମ୍ ରହିଛି । ସୁନା ଦର ବୃଦ୍ଧି ହେବ ପରେ ଗ୍ରାହକଙ୍କ ସଂଖ୍ୟା କମିଛି । ପ୍ରତି ସୁନା ଦୋକାନରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଅଫର ଲାଗିଛି ।
ଅକ୍ଷୟ ତୃତୀୟାରେ ସୁନା କିଣିବାର ମହତ୍ତ୍ଵ ହିନ୍ଦୁ ସଂସ୍କୃତି ଓ ପରମ୍ପରାରେ କାହିଁ କେବେଠୁ ରହିଆସିଛି । ଅକ୍ଷୟ ତୃତୀୟାକୁ "ଅକ୍ଷୟ" ବା ଅବିନାଶୀ ଦିବସ ଭାବେ ଗଣନା କରାଯାଏ । ଏହି ଦିନ କିଣା ସୁନା ଦୀର୍ଘକାଳୀନ ସମୃଦ୍ଧି ଆଣିଥାଏ ବୋଲି କୁହାଯାଏ । ଏହି ଦିନ ଅତ୍ୟନ୍ତ ଶୁଭ ବୋଲି ଶାସ୍ତ୍ରରୁ ରହିଆସିଛି । ସୁନାକୁ ସମୃଦ୍ଧି, ଐଶ୍ବର୍ଯ୍ୟ ସୌଭାଗ୍ୟର ପ୍ରତୀକ ଭାବେ ଗ୍ରହଣ କରାଯାଏ । ସେଥିପାଇଁ ନିଜ ସଞ୍ଚିତ ଅର୍ଥରୁ ଘରକୁ ସୁନା କିଣି ନିଅନ୍ତି ଲୋକେ ।
ଦିନେ ଏହି ଭାରତରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୬୪ ଟଙ୍କା ଥିଲା । ଆଉ ଏବେ ଲକ୍ଷେ ଟଙ୍କା ଛୁଇଁଲାଣି ! ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସୁନା ଦର କେମିତି ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଯେତେବେଳେ ସୁନା ଦର ୧୩୩୦ ଟଙ୍କାରେ ପହଞ୍ଚିଥିଲା, ସେତେବେଳେ ଲୋକେ ହୋ-ହଲ୍ଲା କରିବାକୁ ଲାଗିଲେ । ସୁନା ଦର କାହିଁକି ବଢ଼ିବ ବୋଲି ଅନେକ ପ୍ରଶ୍ନ କଲେ । ହେଲେ ଏବେ ଏହା ଆମର ଦେହ ସୁହା ହୋଇଗଲାଣି । ପ୍ରତିଦିନ ସୁନା ଦର ବଢ଼ୁଛି କମୁଛି ।
📱 Get Argus News App
✨ସୁନା ଦର ଯାହା ହେଲାଣି, ସାଧାରଣ ଲୋକଟିଏ କିଣିବା ମୁସ୍କିଲ । ୧୦ ଗ୍ରାମ ସୁନାକୁ ଲକ୍ଷେ ଟଙ୍କା ଟପିଲାଣି । ପରିବାରରେ ଯଦି କାହାର ବାହାଘର ବ୍ରତଘର ହୁଏ, ତେବେ ବନ୍ଧୁ ବାନ୍ଧବ ସୁନା ମୁଦି କିମ୍ବା ସୁନା ଚେନ୍ ଉପହାର ଦେଇଥାନ୍ତି । ହେଲେ ଏବେ ସୁନା ନାଁ ଧରୁନାହାନ୍ତି ।
ଏବେ ଆସନ୍ତୁ ଜାଣିବା ଭାରତରେ କେଉଁ ବର୍ଷ କେତେ ଟଙ୍କା ଥିଲା ସୁନା ଦର । ୧୯୬୪ ମସିହାରୁ ୨୦୨୪ ପର୍ଯ୍ୟନ୍ତ ଭାରତରେ ସୁନା ଦର କେତେ ରହିଥିଲା ।