Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ଵାନ

Odisha

ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ଵାନ

Manini Pattanayak
Browse all articles by Manini Pattanayak
·2 years ago·2 min read
ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ଵାନ

ଭୁବନେଶ୍ୱର:  ମହିଳା ବିରୋଧୀ ରାଜ୍ୟ ସରକାରଙ୍କ ବିରୋଧରେ ହେବ ଦୁର୍ବାର ଆନ୍ଦୋଳନ । ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ଆହ୍ଵାନ ଦେଇଛନ୍ତି । ରାଜ୍ୟର ଅଧା ଡଜନ ମନ୍ତ୍ରୀ ଓ ବହୁ ବିଧାୟକଙ୍କ ନାଁରେ କେଳେଙ୍କାରୀର ସଙ୍ଗୀନ ଅଭିଯୋଗ ରହିଛି ।  ରାଜ୍ୟ ସାରା ସ୍କୁଟି ରାଲି ମାଧ୍ୟମରେ କରାଯିବ ଜୋରଦାର ପ୍ରତିବାଦ ।  
ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଦ୍ୟ ପ୍ରକାଶିତ ଏନସିଆରି ରିପୋର୍ଟର ତଥ୍ୟ ଦେଖିଲେ, ଭାରତରେ ରାଜ୍ୟ ସରକାର ଓଡିଶାକୁ ନିନ୍ଦିତ କରିଛନ୍ତି । ଓଡିଶାରେ ମହିଳା ମାନଙ୍କ ଉପରେ ବଢଥିବା ଅତ୍ୟାଚାର ଯୋଗୁଁ ସମସ୍ତଙ୍କ ମୁଣ୍ଡ ତଳକୁ ହୋଇଛି । ରାଜ୍ୟରେ ସ୍ଥାଣୁ, ଅପାରଗ ଏବଂ ଦୁର୍ନୀତିଗ୍ରସ୍ତ ଶାସନ ବ୍ୟବସ୍ଥା ଚାଲିଛି ।

ଅଧା ଡଜନ ମନ୍ତ୍ରୀଙ୍କ ନାଁରେ ରହିଛି କେଳେଙ୍କାରୀ ଭଳି ସଙ୍ଗୀନ ଅଭିଯୋଗ । ଡଜନ ଡଜନ ବିଧାୟକ ମାନଙ୍କ ନାଁରେ ମହିଳା ମାନେ ଅଭିଯୋଗ କରିଛନ୍ତି । ବିଜେଡର ମହିଳା ନେତ୍ରୀ ମାନେ ଦଳୀୟ ନେତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଏ ସରକାର ପଦଚ୍ୟୁତ ହେଲେ ମମିତା ମେହେର, ପରୀଙ୍କ ଭଳି ପୀଡିତାଙ୍କୁ ସଠିକ୍ ନ୍ୟାୟ ମିଳିବ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ମହିଳା କଲ୍ୟାଣକାରୀ ଯୋଜନାକୁ ପହଞ୍ଚାଇବା ସହ ରାଜ୍ୟ ସରକାରଙ୍କ ବିରୋଧରେ ମହିଳା ବିରୋଧୀ ଅପରଧକୁ ନେଇ ରାଜ୍ୟ ସାରା ଦୁର୍ବାର ଆନ୍ଦୋଳନ କରିବ ମହିଳା ମୋର୍ଚ୍ଚା । ଏ ନେଇ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଏ ନେଇ ନିଷ୍ପତି ହୋଇଛି ।  ସେହିପରି ବିଜେଡି ଏସଏଚଜି ଭୋଟ ବ୍ୟାଙ୍କ ଭାଙ୍ଗିବାକୁ ବଡ଼ ଷ୍ଟ୍ରାଟେଜି କରିଛି ବିଜେପି । ରାଜ୍ୟ ସାରା ବିଜେପି କରିବ ସ୍କୁଟି ରାଲି । ଏହି ସ୍କୁଟି ରାଲି ସାହାଯ୍ୟରେ ପ୍ରତି ମହିଳାଙ୍କୁ ଛୁଇଁବାକୁ ଯୋଜନା । ପ୍ରତି ମଣ୍ଡଳ ସ୍ତରରେ ସ୍କୁଟି ରାଲି ଆୟୋଜିତ ହେବ ।

ଏସଏଚଜି ମାନେ ପାଉଥିବା ଟଙ୍କା କେନ୍ଦ୍ର ସରକାର ଦେଉଛନ୍ତି ବୋଲି ମହିଳାଙ୍କୁ ଅବଗତ କରିବ ବିଜେପି ମହିଳା ମୋର୍ଚ୍ଚା । ସେହିପରି ନାରୀ ସଶକ୍ତିକରଣ ପାଇଁ ମୋଦି ସରକାର ନେଇଥିବା ଏକାଧିକ ଐତିହାସିକ ନିଷ୍ପତ୍ତି ଓ ଯୋଜନାକୁ ମଧ୍ୟ ମହିଳାଙ୍କ ପାଖରେ ପହଞ୍ଚାଇବ ମହିଳା ମୋର୍ଚ୍ଚା । ଏ ନେଇ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ପରିବର୍ଦ୍ଧିତ  କାର୍ଯ୍ୟକାରିଣୀ ବୈଠକରେ ରାଜନୀତିକ ଚିଠା ପ୍ରସ୍ତାବ ପାରିତ ହୋଇଛି । ସେପଟେ ବିଜେପିର ଅଭିଯୋଗ ଉପରେ ଜବାବ ରଖିଛି ବିଜେଡି । ଓଡ଼ିଶାରେ ୮୦ ପ୍ରତିଶତ ଲୋକ ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଚାହୁଁଛନ୍ତି । ମହିଳାଙ୍କୁ ସ୍ଵାବଲମ୍ବୀ ଏବଂ ଆତ୍ମ ନିର୍ଭର କରିବା ପାଇଁ ମୋଦି ଆହ୍ଵାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା, ମୁଦ୍ରା ଋଣ ବ୍ୟବସ୍ଥା, ସୌଭାଗ୍ୟ ଯୋଜନାରେ ବିଜୁଳି, ସ୍ଵଚ୍ଛ ଭାରତ ଯୋଜନା ଅନ୍ତର୍ଗତ ଓଡିଶାରେ ୭୭ ଲକ୍ଷ ଘରେ ଶୌଚାଳୟ, ସ୍ଵଜଳ ଧାରା ଯୋଜନାରେ ଓଡ଼ିଶାରେ ୫୩ ଲକ୍ଷ ଘରେ ନଳ ଯୋଗେ ଜଳ, ଓଡିଶାର ୩ କୋଟି ୨୫ ଲକ୍ଷ ନାଗରିକଙ୍କୁ ମାଗଣାରେ ରାସନ ଯୋଗାଉଛନ୍ତି ମୋଦି ସରକାର । ବିକଶିତ ଭାରତ ଗଠନ, ୨ କୋଟି ଲକ୍ଷପତି ଦିଦି ଏବଂ ନମୋ ଡ୍ରୋନ ଦିଦି ବନେଇବା ପାଇଁ ଆହ୍ଵାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ସବୁ ଯୋଜନାର ବାର୍ତ୍ତା ଘରେ ଘରେ ପହଞ୍ଚାଇବ ମହିଳା ମୋର୍ଚ୍ଚା । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
There will be a Durbar movement against the anti-women state government :Dharmendra Pradhan | Argus News