Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବବିଙ୍କ ଅଣ୍ଡରଗ୍ରାଉଣ୍ଡ ଘରେ ଥିଲା ଏଇ ସବୁ ଜିନିଷ...

Odisha

ବବିଙ୍କ ଅଣ୍ଡରଗ୍ରାଉଣ୍ଡ ଘରେ ଥିଲା ଏଇ ସବୁ ଜିନିଷ...

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ବବିଙ୍କ ଅଣ୍ଡରଗ୍ରାଉଣ୍ଡ ଘରେ ଥିଲା ଏଇ ସବୁ ଜିନିଷ...

Key Points

  • ବବିଙ୍କ ଘର ଭଙ୍ଗାଚାଲିଛି
  • ଅଣ୍ଡରଗ୍ରାଉଣ୍ଡ ଘରେ ଥିଲା ଏଇ ସବୁ ଜିନିଷ
  • ୩ କୋଟିରୁ ଅଧିକ ଟଙ୍କାରେ ତିଆରି ହୋଇଥିଲା ଅଣ୍ଡରଗ୍ରାଉଣ୍ଡ

ଅର୍ଗସ ବ୍ୟୁରୋ : ସରକାରୀ ଟଙ୍କାରେ ମଉଜ ମଜଲିସ୍‌ କରୁଥିଲେ ବବି । ସରକାର ଗଲା, ନିଜେ ହାରିଲେ । ଏବେ ଆତ୍ମସାତ୍‌ କରିଥିବା ଟଙ୍କା ଲୁଚାଇବାକୁ ସବୁକିଛି ଭାଙ୍ଗି ମାଟିରେ  ମିଶାଇ ଦେଉଛନ୍ତି ବବି । ଯାହାର ଏକ୍ସକ୍ୟୁସିଭ ଚିତ୍ର ଅର୍ଗସ ହାତରେ ଲାଗିଛି । ଆପଣ ବି ଦେଖନ୍ତୁ, ବବିଙ୍କ ଆଲିଶାନ ଘରକୁ । ଘର ବାହାରୁ ଦେଖିଲେ ସାଧାରଣ ଲାଗୁଥିଲେ ବି ଭିତର ପୁରା ଅସାଧାରଣ । କାରଣ କ୍ଵାର୍ଟର୍ସ ଭିତରେ ତିଆରି ହୋଇଥିଲା ଆଲିଶାନ ବଙ୍ଗଳା, ସିଏ ପୁଣି ଲଣ୍ଡନ ଷ୍ଟାଇଲରେ । 

ମିଳିଥିବା ସୂଚନା ଅନୁସାରେ, ବିଜେଡି ନେତା ବବି ଦାସଙ୍କ ସରକାରୀ ଘରେ ଭଙ୍ଗାରୁଜା ଚାଲିଛି । ବବିଙ୍କ ସରକାରୀ ଘରେ ଭଙ୍ଗା ଚାଲିଛି ବୋଲି ଖବର ମିଳିଛି । ଘରର ଅଣ୍ଡର ଗ୍ରାଉଣ୍ଡରେ କିଛି ନିର୍ମାଣ ହୋଇଥିଲା, ଯାହାକୁ ବର୍ତ୍ତମାନ ଭଙ୍ଗା ଯାଇଛି । ଅଣ୍ତର୍ ଗ୍ରାଉଣ୍ତରେ ପାଖାପାଖି ୨ରୁ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ୁଛି । ତେବେ ପ୍ରଥମ ମହଲାରେ ବୈଠକ ହେଉଥିବା ବେଳେ ଦ୍ୱିତୀୟ ମହଲାରେ ବବିଙ୍କ ରୁମ୍ ଥିଲା । ଏହା ସହ ତୃତୀୟ ମହଲାରେ ଦଳୀୟ ସାମଗ୍ରୀ ରହିଥିବା କୁହାଯାଉଛି । ତେବେ କେଉଁ ଉଦ୍ଦେଶ୍ୟରେ ସରକାରୀ ଘରେ ଏତେ ବଡ଼ ନିର୍ମାଣ ହୋଇଥିଲା? ଏହି ନିର୍ମାଣ ପାଇଁ କିଏ ଦେଇଥିଲା ଅନୁମତି ? ପ୍ରମାଣ ନଷ୍ଟ ପାଇଁ ବର୍ତ୍ତମାନ ଚାଲିଛି କି ଭଙ୍ଗାରୁଜା? ସରକାରୀ ଘରକୁ ଏମିତି ଆଲିଶାନ ଷ୍ଟାଇଲରେ କାହିଁକି ନିର୍ମାଣ କରାଯାଇଥିଲା ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ପ୍ରଶ୍ନ ଉଠୁଛି ।

ବବିଙ୍କ ଆଲିଶାନ ଘର ଭାଙ୍ଗିବା ପାଇଁ ଜଣେ କି ୫ ଜଣ ନୁହେଁ ବରଂ ୨୦ରୁ ଉର୍ଦ୍ଧ୍ଵ ଶ୍ରମିକ ଲାଗିଥିବା ଜଣାପଡ଼ିଛି । ଯେହେତୁ ବବି ଦାସ ବର୍ତ୍ତମାନ କୌଣସି ପଦପଦବୀରେ ନାହାଁନ୍ତି, ତାଙ୍କୁ ସେ ଘର ମଧ୍ୟ ଛାଡ଼ିବାକୁ ପଡ଼ିବ । ଏଣୁ ସେ କ୍ୱାର୍ଟରର ପୂର୍ବ ଅବସ୍ଥା ଫେରାଇ ଆଣିବା ପାଇଁ କ୍ୱାର୍ଟର ଭାଙ୍ଗୁଛି ବୋଲି ବବି କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ବବି ଦାସଙ୍କ ସରକାରୀ ବାସଭବନର ଇଏ ହେଉଛି ଏକ୍ସକ୍ଲୁସିଭ୍ ଚିତ୍ର । ସରକାରୀ ବାସଭବନ ଭିତରେ ଆଲିସାନ୍ ବଙ୍ଗଲା ତିଆରି ହୋଇଛି । ହେଲେ ବାସଭବନରେ କାହିଁକି ଥିଲା ଅଣ୍ଡରଗ୍ରାଉଣ୍ଡ ଘର ? କୋଟି କୋଟି ଟଙ୍କାରେ ତିଆରି ହୋଇଥିଲା ବବିଙ୍କ ଏହି ବଙ୍ଗଳା । କିନ୍ତୁ ଚର୍ଚ୍ଚା ହେବା ପରେ ଏବେ ଲୋକ ଓ ମେସିନ୍ ଲଗାଇ ଚାଲିଛି ଭଙ୍ଗାରୁଜା କାମ । ଗୁରୁତ୍ଵପୂର୍ଣ୍ଣ କଥା ହେଲା, ନବୀନ ମୁଖ୍ୟମନ୍ତ୍ରୀ ଥିବା ବେଳେ ଜିଏ ଡିପାର୍ଟମେଣ୍ଟ ଥିଲା ନବୀନଙ୍କ ପାଖରେ । ତେଣୁ କୁହାଯାଉଛି ମାଫିଆଙ୍କ ଟଙ୍କାରେ ବବି କରିଥିଲେ ଏ ସବୁ ନିର୍ମାଣ । ସେଇଥି ଲାଗି ତ ବଙ୍ଗଳା ଦେଖିଲେ ଆଖି ଖୋସି ହୋଇଯାଉଛି । ହେଲେ ଆଜି ସକାଳୁ ଯେଉଁ ପରି ଭାବରେ ବବିଙ୍କ ଘର ଭଙ୍ଗାଯାଉଛି ତାହାକୁ ନେଇ ଚର୍ଚ୍ଚା ଜୋର । 

 

Education Next Season 5
Sponsored
BJD Leader Bobby Das | Argus News