|
logo
Live

Argus News - ଏଇମାନେ ବିଜେଡିର ଗୁପ୍ତ ଶତ୍ରୁ !

Odisha

ଏଇମାନେ ବିଜେଡିର ଗୁପ୍ତ ଶତ୍ରୁ !

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଏଇମାନେ ବିଜେଡିର ଗୁପ୍ତ ଶତ୍ରୁ !

ଅର୍ଗସ ବ୍ୟୁରୋ: ବିଜେଡିରେ ଏବେ ମାଳମାଳ ଗୁପ୍ତ ଶତ୍ରୁ । ସ୍ଥିତି ଏମିତି ହେଲାଣି ଯେ ଦଳରେ କଣ ଚାଲୁଛି ଦଳରୁ ବହିଷ୍କାର ହୋଇଥିବା ନେତାଙ୍କ ପାଖରେ ବି ବରାବର ଖବର ରହୁଛି । ଏମିତି ପାର୍ଟିର ମୁଖିଆ ତଥା ଦଳର ସଭାପତି ନବୀନ ପଟ୍ଟନାୟକ କାହା ସହ କି କି କଥାବାର୍ତ୍ତା ହେଉଛନ୍ତି ତାହା ଏବେ ହାଟରେ ପଡି ଦାଣ୍ଡରେ ଗଡିଲାଣି । ହେଲେ ମୁହଁ ଟାଣ କରି ନେତାଏ କହୁଛନ୍ତି ଦଳ କଥା ବାହାରକୁ ଲିକ୍‌ ହେବାର ଚାନ୍ସ ହିଁ ନାହିଁ । ଦଳରେ ନାହାନ୍ତି ଦଳର ସବୁ ଆଭ୍ୟନ୍ତରୀଣ କଥା ଜାଣୁଛନ୍ତି ।

ଦଳ ବିରୋଧୀ କାମ ସହ ବିଭିନ୍ନ ଦୁର୍ନୀତିରେ ଛନ୍ଦି ହୋଇଥିବାରୁ ଗୋପାଳପୁରର ବିଧାୟକଙ୍କ ଉପରେ ଆକ୍ସନ ନେଇଥିଲେ ମୁଖିଆ । ଦଳ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧିରୁ ତାଙ୍କୁ ବହିଷ୍କାର କରାଯାଇଥିଲା । ସ୍ଥିତି ଏମିତି ହୋଇଥିଲା ଯେ ପ୍ରଦୀପ ଯାଇଥିଲେ ଜେଲ୍‌ । ଭାଙ୍ଗିଥିଲା ଝିଅ ବାହାଘର । ଆଉ ଜେଲରୁ ଫେରିବା ପରେ ବିଜେଡି କେମିତି ଚାଲୁଛି ଗୋଟିଏ ପରେ ଗୋଟିଏ ସତ ଓଗାଳିଥିଲେ ପ୍ରଦୀପ । ହେଲେ ନିର୍ବାଚନ ପାଖେଇ ଆସୁଥିବାରୁ ସେ ଅନ୍ୟ ଦଳରେ ମିଶିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେବା ପରେ ବିଜେଡି ନେତାଙ୍କ ଟେନସନ ବଢିଲା । ଆଉ ତାଙ୍କୁ କେହି ନନେବା ଲାଗି ପ୍ରେସମିଟ୍‌ କଲା ଦଳ । ହେଲେ ଏବେ ପ୍ରଦୀପ ଯେଉଁ ବିସ୍ଫୋରକ ବୟାନ ଦେଇଛନ୍ତି ତାହାକୁ ନେଇ ଭାରି ଚର୍ଚ୍ଚା । କାରଣ ପ୍ରଦୀପ କହିଛନ୍ତି, ନବୀନ ବାବୁ ତାଙ୍କ ସହ କଥାବାର୍ତ୍ତା ହେବାକୁ ଚାହୁଁଛନ୍ତି ।

୩ ବର୍ଷ ହେଲାଣି ଦଳରୁ ବାହାରେ ଅଛନ୍ତି ପ୍ରଦୀପ । ହେଲେ ଦଳରେ ଏବେ କଣ ଚାଲୁଛି ତାହା ତାଙ୍କୁ ଭଲରେ ଜଣା । କିନ୍ତୁ ପ୍ରଶ୍ନ ସେତେବେଳେ ଉଠିଲା ଯେତେବେଳେ ବିଜେଡିର ଅନ୍ଦର ମହଲର କଥା ଜାଣିପାରିଲେ ପ୍ରଦୀପ । ଖାଲି ଜାଣିଲେ ନୁହେଁ ବରଂ ତାଙ୍କୁ କେଉଁ ଦୁଇ ତିନିଜଣ ନେତା ଲାଗିପଡି ବାହାର କରିଦେଇଛନ୍ତି ସେକଥା ବି କହିଲେ । ତେବେ ଆଗାମୀ ଦିନରେ ଦଳ ପ୍ରଦୀପଙ୍କ ସହ ଯୋଗାଯୋଗ କରୁଛି କି ନାହିଁ ତାହା ସମୟ କହିବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
ଏଇମାନେ ବିଜେଡିର ଗୁପ୍ତ ଶତ୍ରୁ ! | Argus News