ପଶୁପକ୍ଷୀଙ୍କର କଣ ଭୋଟ ନାହିଁ ବୋଲି ସେମାନଙ୍କ ପ୍ରତି ଦୃଷ୍ଟି ପଡ଼ୁନି: ଅନୀଲ

ଅର୍ଗସ ବ୍ୟୁରୋ: ଆଜକୁ ୨୩ ଦିନ ହେଲାଣି ରାଜ୍ୟରେ ପ୍ରାଣୀ ଚିକିତ୍ସକମାନେ ଆନ୍ଦୋଳନରେ ଅଛନ୍ତି। ପୁରା ପ୍ରାଣୀ ଚିକିତ୍ସା ବ୍ୟବସ୍ଥା ବନ୍ଦ ପଡ଼ିଛି। ଅନେକ ସ୍ଥାନରେ ଚିକିତ୍ସା ଅଭାବରୁ ଗୋମାତା, କୁକୁଡ଼ା, ଛେଳି, କୁକୁର, ବିଲେଇଙ୍କର ମୃତ୍ୟୁ ହୋଇଥିବାର ଖବର ଆସୁଛି। ଏସବୁ ଦେଖିଲେ ଲାଗୁଛି ରାଜ୍ୟରେ ସରକାର ଚାଲିଛି କି ନାହିଁ ତାହା ବୁଝାପଡ଼ୁନି। କଣ ପଶୁ ପକ୍ଷୀମାନଙ୍କର ଭୋଟ ନାହିଁ ବୋଲି ସରକାରଙ୍କର ତାଙ୍କ ପ୍ରତି ଦୃଷ୍ଟି ପଡ଼ୁନାହିଁ ବୋଲି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ ପ୍ରଶ୍ନ କରିଛନ୍ତି।
ପ୍ରାଣୀ ଚିକିତ୍ସକମାନଙ୍କର ସମସ୍ତ ଦାବି ଯଥାର୍ଥ। କାହିଁକି ସରକାର ସେମାନଙ୍କ ଦାବିକୁ କର୍ଣ୍ଣପାତ କରୁ ନାହାନ୍ତି ତାହା ବଡ଼ ଆଶ୍ଚର୍ଯ୍ୟ। ବିଭାଗୀୟ ପ୍ରମୁଖ ସଚିବ କୁଆଡେ ଧମକ ଦେଉଛନ୍ତି ଯେ, ଦେଖିବା କେତେ ଦିନ ଆନ୍ଦୋଳନ କରିବ ବୋଲି। ଯଦି ଏହା ସତ୍ୟ ହୋଇଥାଏ ତାହେଲେ ଏହାଠାରୁ ବଳି ନିନ୍ଦନୀୟ କଥା ଆଉ କିଛି ନାହିଁ। ବଡ଼ ଦୁଃଖର କଥା ଯେ, ଏପର୍ଯ୍ୟନ୍ତ ସରକାର ଆନ୍ଦୋଳନରେ ବସିଥିବା ଡାକ୍ତରମାନଙ୍କ ସହିତ ଆଲୋଚନା ବି କରି ନାହାନ୍ତି। ଏତେ ଅହଙ୍କାରୀ ସରକାର ଗଣତନ୍ତ୍ର ପାଇଁ ଭଲ ନୁହେଁ।
ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗଦା ଗଦା ମଲା କୁକୁଡ଼ା
ତୁରନ୍ତ ରାଜ୍ୟ ସରକାର ପ୍ରାଣୀ ଚିକିତ୍ସକମାନଙ୍କ ଦାବିକୁ ପୂରଣ କରିବାପାଇଁ ପଦକ୍ଷେପ ନିଅନ୍ତୁ। ଚିକିତ୍ସା ଅଭାବରୁ ଯେଉଁମାନଙ୍କର ପଶୁପକ୍ଷୀମାନେ ମରିଯାଇଛନ୍ତି ସେମାନଙ୍କୁ ସରକାର ତୁରନ୍ତ କ୍ଷତିପୂରଣ ଦିଅନ୍ତୁ।
📱 Get Argus News App
✨