Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚାଷ କରିବେ ବୋଲି ଚାଷୀ ନାଁରେ ଲୁଟିନେଲେ ୨୦ କୋଟି ଟଙ୍କା !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଚାଷ କରିବେ ବୋଲି ଚାଷୀ ନାଁରେ ଲୁଟିନେଲେ ୨୦ କୋଟି ଟଙ୍କା !

Key Points

ଟଙ୍କା ନେଲେ ହେଲେ ଚାଷ ଦେଖା ନାହିଁ ।
କୃଷି ବିଭାଗର ଆଖୁଚାଷ ରିପୋର୍ଟ ଖୋଲିଲା ଏହି ଚଞ୍ଚକତାର ପୋଲ୍ ।

ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କରେ ଆଖୁ ଚାଷ ନାଁରେ ବଡ଼ ଦୁର୍ନୀତି । ଆଖୁ ଚାଷ ନକରି ଋଣ ବ୍ୟାଙ୍କରୁ ଉଠିଛି ଟଙ୍କା । ତାହା ପୁଣି ଗୋଟିଏ କି ଯୋଡ଼ିଏ ନୁହେଁ ପ୍ରାୟ ୨୦ କୋଟି ଟଙ୍କା ଆଖୁ ନାଁରେ ଲୁଟ୍ ହୋଇଛି । କୃଷି ବିଭାଗର ଆଖୁଚାଷ ରିପୋର୍ଟ ଖୋଲିଲା ଏହି ଚଞ୍ଚକତାର ପୋଲ୍ ।

ସାମ୍ନାକୁ ଆସିଛି ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କରେ ଆଖୁ ଚାଷ ପାଇଁ ଋଣ ନାଁରେ ବଡ଼ ଦୁର୍ନୀତି। ଅଭିଯୋଗ ହୋଇଛି ସବସିଡି ଟଙ୍କା ହାତେଇବା ଉଦ୍ଦେଶ୍ୟରେ ଆଖୁଚାଷ ନକରି କୋଟି କୋଟି ଟଙ୍କାର ଋଣ ଉଠାଯାଇଛି।

୨୦୨୪-୨୫ ମସିହାରେ ଖରିଫ ଋତୁରେ ନୟାଗଡ଼ ଜିଲ୍ଲାରେ ହୋଇଥିବା ବିଭିନ୍ନ ଚାଷ ସମ୍ପର୍କିତ କୃଷି ବିଭାଗର ରିପୋର୍ଟ। ଏହି ବର୍ଷ ଜିଲ୍ଲାର କୌଣସି ବି ବ୍ଲକରେ ଆଖୁ ଚାଷ ହୋଇନଥିବା ରିପୋର୍ଟରେ ଦର୍ଶାଯାଇଛି। ସେପଟେ ଜିଲ୍ଲାର ଏକମାତ୍ର ଚିନିକଳ ୨୦୧୪ ମସିହାରୁ ବନ୍ଦ ହେବା ପରେ ଜିଲ୍ଲାରେ ଆଖୁଚାଷ ଏକପ୍ରକାର ଲୋପ ପାଇସାରିଲାଣି। ଏଭଳି ସ୍ଥିତିରେ କିଭଳି ଆଖୁ ଚାଷ ନାଁରେ କୋଟି କୋଟି ଟଙ୍କାର ଋଣ ଦିଆଗଲା ତାକୁ ନେଇ ଉଠିଛି ପ୍ରଶ୍ନ। ଆଖୁ ଚାଷ ପାଇଁ ଋଣ ନାଁରେ ପ୍ରାୟ ୨୦ କୋଟି ଟଙ୍କାର ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି।

ଗତବର୍ଷ ରାଜ୍ୟରେ ସରକାର ବଦଳିବା ପରେ ଦୁର୍ନୀତି ଅଭିଯୋଗରେ ନୟାଗଡ଼ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କମିଟିକୁ ରାଜ୍ୟ ସରକାର ନିଲମ୍ବନ ନିର୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କୁ ଦିଆଯାଇଥିଲା ବ୍ୟାଙ୍କର ପରିଚାଳନା କ୍ଷମତା। ତେବେ ଦୁର୍ନୀତି ସାଙ୍ଗକୁ ମ୍ୟାନେଜମେଣ୍ଟ ଓ କର୍ମଚାରୀଙ୍କ ମଧ୍ୟରେ ବିବାଦ ଯୋଗୁଁ ବ୍ୟାଙ୍କ ଏବେ ଦେବାଳିଆ ପରିସ୍ଥିତିକୁ ଆସିଲାଣି ।

ପୂର୍ବରୁ ମଧ୍ୟ ଇନକମ ଟ୍ୟାକ୍ସ ସମ୍ବନ୍ଧୀୟ ଏକ ବିବାଦର ସମାଧାନ ଆଳରେ S.S DASH ଆସୋସିଏଟସ ନାମକ ସଂସ୍ଥାକୁ ୩ କୋଟି ୬୨ ଲକ୍ଷ ୫୬ ହଜାର ଟଙ୍କା ଦିଆଯାଇଥିଲା। ଏହା ପଛରେ ବଡ଼ ଧରଣର ଚଞ୍ଚକତା କରାଯାଇଥିବା ସ୍ୱତନ୍ତ୍ର ଅଡିଟ ବେଳେ ଧରାପଡ଼ିଥିଲା । ଏହି ମାମଲାରେ ରାଜ୍ୟ ସମବାୟ ସମିତି ନିବନ୍ଧକଙ୍କ ତଦନ୍ତ ପରେ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେଇଥିଲେ l

ଏବେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଆଖୁଚାଷ ଋଣ ଦୁର୍ନୀତିର ତଦନ୍ତ କରୁଥିବା ବେଳେ ବ୍ୟାଙ୍କର ଦୋଷୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ ତାକୁ ରହିଛି ଅପେକ୍ଷା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
They robbed of 20 crore rupees in the name of farming! | Argus News