Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଇସ୍ରାଏଲରେ ଚାକିରି ଦେବାକୁ କହି ନେଉଥିଲେ ଟଙ୍କା

Rashmita Mishra
Browse all articles by Rashmita Mishra
·1 year ago·2 min read
ଇସ୍ରାଏଲରେ ଚାକିରି ଦେବାକୁ କହି ନେଉଥିଲେ ଟଙ୍କା

Key Points

ଚାକିରି ନାଁରେ ନିଯୁକ୍ତି ମେଳା
ରାଜଧାନୀର ବଡ଼ ହୋଟେଲରେ ଚାଲିଥିଲା ଇଣ୍ଟରଭିୟୁ
ଚଢ଼ାଉ କରି 3ଜଣ ଦଲାଲଙ୍କୁ ଗିରଫ କଲା କମିସନରେଟ ପୋଲିସ
ଜବତ ହେଲା ନକଲି କାଗଜ ପତ୍ର

ସମୟ ସୋମବାର ଦିନ 12ଟା । ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଏକ ହୋଟେଲରେ ଚାଲିଥିଲା ନିଯୁକ୍ତି ମେଳା। ଇସ୍ରାଏଲରେ ଚାକିରୀ ଦେବାକୁ କହି ଚାଲିଥିଲା ଇଣ୍ଟରଭିୟୁ। ଖବରପାଇ ଘଟଣା ସ୍ଥଳରେ ଅଚାନକ ପହଁଚିଲା ଖାରବେଳ ନଗର ଥାନା ପୋଲିସ। ଆଉ ତା ପରର ଚିତ୍ର ଆପଣଙ୍କ ସ୍କ୍ରିନରେ। ନଜର ପକାନ୍ତୁ ହୋଟେଲରେ ଲାଗିଥିବା ଏହି ସିସିଟିଭି ଫୁଟେଜ ଉପରେ। ପୋଲିସ ପହଁଚିଲା ପରେ କେମିତି ହଡ଼ବଡ ହେଇଯାଉଛନ୍ତି ଚାକିରୀ ଦେଉଥିବା 3 ଦଲାଲ। ଏ ୩ ଦଲାଲ ହେଲେ ଗଞ୍ଜାମର ବାବୁଲାହାରି ଗୌଡ଼ ଓ ମୁମ୍ବାଇର ମହେଶରାମଚନ୍ଦ୍ର ଲୋଖଣ୍ଡେ ଓ କିରଣଶଶିକାନ୍ତ ଘୁମରେ।

ସମସ୍ତଙ୍କୁ ଥାନାକୁ ଆଣି ପଚରା ଉଚରା ପରେ ସାମ୍ନାକୁ ଆସିଲା ଚାକିରୀ ପଛର ସାଙ୍ଘାତିକ ସତ। ଇସ୍ରାଏଲ ରେ ଚାକିରୀ ଦେବା ନାଁରେ ସୋସିଆଲ ମିଡ଼ିଆରେ ବିଜ୍ଞାପନ ଦେଉଥିଲେ ଠକ। ଭାରତ ସରକାରଙ୍କ ମିନିଷ୍ଟ୍ରି ଅଫ ଏକ୍ସ୍ଟରନାଲ ଆଫେୟାରର ଅଧିକାରୀ କହି ଇଣ୍ଟରଭିୟୁ ନେଉଥିଲେ। ଚାକିରୀ ପିଛା ନେଉଥିଲେ ଅଗ୍ରିମ 5 ହଜାର ଟଙ୍କା ଅଫର ଲେଟରେ ଦେବା ପରେ 70ହଜାର ଟଙ୍କା ଦେବାକୁ ହେଉଥିଲା ଡିଲ।

ତେବେ ଏଠି ପ୍ରଶ୍ନ ଉଠୁଛି ଇସ୍ରାଏଲରେ କେଉଁ ଚାକିରୀ ଦେଇଥାନ୍ତେ ଏହି ତିନି ଠକ? ପୂର୍ବରୁ ଆଉ କାହାକୁ ଇସ୍ରାଏଲ ପଠେଇଛନ୍ତି କି ? ଏହା ପଛରେ ରହିଛି କି ମାନବ ଚାଲାଣ ରାକେଟ ? ତେବେ ପୁରା ଘଟଣାକୁ ନେଇ କମିସନରେଟ ପୋଲିସ ତଦନ୍ତ କରୁଥିବା ବେଳେ ଅଭିଯୁକ୍ତମାନଙ୍କ ମୋବାଇଲ ଫୋନକୁ ରାଜ୍ୟ ଫରେନ୍ସିକ ଲ୍ୟାବ କୁ ପଠାଜିବ ।

ଗିରଫ ପରେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚଲାଣ କରିଛି ଖାରବେଳ ନଗର ଥାନା ପୋଲିସ | ଅଧିକ ତଥ୍ୟ ପାଇଁ ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ ଯୋଜନା କରିଛି କମିସନରେଟ ପୋଲିସ | ସେପଟେ ହୋଟେଲର କର୍ମଚାରୀ ମାନଙ୍କୁ ପଚରା ଉଚରା ବି କରିଛି ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
they-were-taking-money-to-offer-jobs-in-israel | Argus News