Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଆସିଲା ବଡ଼ ଖବର

Smruti Parija
Browse all articles by Smruti Parija
·1 year ago·2 min read
ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଆସିଲା ବଡ଼ ଖବର

Key Points

- ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଆସିଲା ବଡ଼ ଖବର
- ୨୪ ତାରିଖରେ ମିଳିବ ସୁଭଦ୍ରାର ତୃତୀୟ ପର୍ଯ୍ୟାୟ ଟଙ୍କା
- ସୁନ୍ଦରଗଡରୁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ମହିଳାଙ୍କ ଆକାଉଣ୍ଟକୁ ପଠାଯିବ ଟଙ୍କା
- ୫ ହଜାର ଟଙ୍କାର ଆର୍ଥିକ ସହାୟତା ପାଇବେ ୨୦ ଲକ୍ଷ ମହିଳା
- ଡିସେମ୍ବର ସୁଦ୍ଧା କୋଟିଏରୁ ଉର୍ଦ୍ଧ୍ବ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେବାକୁ ଯୋଜନା
- ଅଧିକ ମହିଳାଙ୍କୁ ସାମିଲ୍ କରିବାକୁ ଖାରଜ ହୋଇଥିବା ଆବେଦନର ପୁନର୍ବିଚାର କରୁଛି ବିଭାଗ 

ଅର୍ଗସ ବ୍ୟୁରୋ: ପୁଣି ମହିଳାଙ୍କ ମୁହଁରେ ହସ ଫୁଟାଇବ ସୁଭଦ୍ରା ଟଙ୍କା । ଆହୁରି ୨୦ ଲକ୍ଷ ମହିଳା ଙ୍କୁ ଆର୍ଥିକ କ୍ଷେତ୍ରରେ ଶସକ୍ତ କରିବାକୁ ସୁଭଦ୍ରାର ତୃତୀୟ ପର୍ଯ୍ୟାୟ ଟଙ୍କା ଦେବା ଲାଗି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଆସନ୍ତା ୨୪ ତାରିଖରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଅର୍ଥ ପ୍ରଦାନ କରାଯିବ । ସୁନ୍ଦରଗଡରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଦିଆଯିବ ସୁଭଦ୍ରାର ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ଟଙ୍କା। ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ଙ୍କ ସମେତ  କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ଦୁଇଟି ପର୍ଯ୍ୟାୟରେ ରାଜ୍ୟର ପ୍ରାୟ ୬୦ ଲକ୍ଷ ରୁ ଉର୍ଦ୍ଧ୍ବ ମହିଳା ଙ୍କୁ ସୁଭଦ୍ରା ଯୋଜନାରେ ୫ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ତୃତୀୟ ପର୍ଯ୍ୟାୟର ୨୦ ଲକ୍ଷ କୁ ମିଶାଇ ଏହି ସଂଖ୍ୟା ୮୦ ଲକ୍ଷରେ ପହଞ୍ଚାଇବା କୁ ଟାର୍ଗେଟ ରଖିଛନ୍ତି ରାଜ୍ୟ ସରକାର । ସେହିପରି ଡିସେମ୍ବରରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦେବା ସହ ଏକ କୋଟି ରୁ ଉର୍ଦ୍ଧ୍ବ ମହିଳା ଙ୍କୁ ଯୋଜନାରେ ସାମିଲ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ତେବେ ସିଧାସଳଖ ଆକାଉଣ୍ଟ କୁ ଆସୁଥିବା ଏହି ଟଙ୍କା ରାଜ୍ୟର ମହିଳା ମାନଙ୍କୁ ନୂଆ ପରିଚୟ ଦେଇଛି । ସୁଭଦ୍ରା ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଆର୍ଥିକ କ୍ଷେତ୍ରରେ ବି ସଶକ୍ତ କରି ତୋଳିଛି । ପୁର୍ବ ଭଳି ମହାଜନୀ କି ସୁଧ କାରବାର ନୁହେଁ ବରଂ ନିଜକୁ ଆର୍ଥିକ କ୍ଷେତ୍ରରେ ସୁଦୃଢ କରୁଛନ୍ତି ମହିଳାମାନେ । 

କୋଟିଏ ରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ଲାଭାନ୍ବିତ କରୁଥିବା ଗୋଟିଏ ଯୋଜନା ହେଉଛି ସୁଭଦ୍ରା । ରାଜ୍ୟରେ ପୂର୍ବରୁ ଏକ ସଙ୍ଗରେ  ଏତେ ସଂଖ୍ୟକ ମହିଳାଙ୍କୁ ସିଧାସଳଖ ଆର୍ଥିକ ସହାୟତା ଯୋଗାଇ ଦେବା ଭଳି କୌଣସି ଯୋଜନା ହୋଇନଥିଲା ।  ମହିଳାଙ୍କୁ ସଶକ୍ତ, ସମୃଦ୍ଦ ଓ ସ୍ବାବଲମ୍ବି କରିବାର ନାରା ଦେଇ ଆରମ୍ଭ ହୋଇଥିବା ସୁଭଦ୍ରା  ଯୋଜନା ବିଜେପି ଭୋଟ ବ୍ୟାଙ୍କ ପାଇଁ ବି ବଡ଼ ଅସ୍ତ୍ର ହେବାକୁ ଯାଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
third installment of Subhadra will be received on 24th | Argus News