Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ଗୋଟିଏ  ସ୍ଥାନରେ ୩୦ ହଜାର ଗଣେଶ ପ୍ରଦର୍ଶିତ

Manini Pattanayak
Browse all articles by Manini Pattanayak
·1 year ago·1 min read
 ଗୋଟିଏ  ସ୍ଥାନରେ ୩୦ ହଜାର ଗଣେଶ ପ୍ରଦର୍ଶିତ

 ବ୍ରହ୍ମପୁର: ଆସିକାର ମମ୍‌ ସ୍କୁଲରେ ତିରିଶି ହଜାର ଗଣେଶଙ୍କୁ ପୂଜା କରିଲେ ଛାତ୍ରଛାତ୍ରୀ।  ଏହି ତରିଶି ହଜାର ଗଣେଶ ମୂର୍ତ୍ତିଙ୍କ ମଧ୍ୟରୁ  କେଉଁ ମୂର୍ତ୍ତି ଧ୍ୟାନ ମୁଦ୍ରାରେ ତ ଆଉ ଅନ୍ୟଟି ଆଶିର୍ବାଦ ମୁଦ୍ରାରେ ଆଉ କେଉଁ ମୂର୍ତ୍ତି  ତାଣ୍ଡବ ମୁଦ୍ରାରେ  ପୂଜା ପାଉଛନ୍ତି।  । ଏପରିକି ଭଳିକି ଭଳି ଗଣେଶ, ତାହା ପୁଣି ବିଭିନ୍ନ  ପ୍ରକାରର ଧାତୁ, ଶସ୍ୟ, ପଥର, ବର୍ଜ୍ୟବସ୍ତୁରେ ନିର୍ମିତ ।  ଏହା କୌଣସି ରେକର୍ଡ ଉଦ୍ଧେଶ୍ୟରେ ପୂଜା କରିବା କିମ୍ବା ପ୍ରଦର୍ଶିତ କରିବା ସ୍କୁଲର ଲକ୍ଷ ନୁହେଁ। ବରଂ ପିଲାଙ୍କ ନିଷ୍ଠା ଓ ଲଗନ ଦ୍ୱାରା ଏହା ସମ୍ଭବ ହୋଇ ପାରିଛି।  କେବଳ ଶିକ୍ଷା ସର୍ବସ୍ବ ନୁହେଁ।

ସ୍ମୃତି ମାଧ୍ୟମରେ ମାଇଣ୍ଡ କୁ ଯେଉଭଳି ଭାବେ ମମ୍‌ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ପିଲାଙ୍କୁ  ଶିକ୍ଷା ଦୀକ୍ଷା ପ୍ରଦାନ କରିଛନ୍ତି ତାହା ଅବିଶ୍ୱାସନୀୟ ଅଟେ । ଯାହାରି ବଳରେ ପିଲାମାନେ ବିଦ୍ୟାଦାତା ଗଣେଶଙ୍କ  ପର୍ବ ଦିନରେ ତାଙ୍କରି ମୂର୍ତ୍ତି ନିର୍ମାଣ କରିଛନ୍ତି ବିଭିନ୍ନ ବସ୍ତୁରେ ଯାହାକି ଏକ ଆଶ୍ଚର୍ଯ୍ୟର କଥା।  ଏହି ସ୍କୁଲର ଶିକ୍ଷା ଦୀକ୍ଷା  ଭବିଷ୍ୟତରେ ସମଗ୍ର ବିଶ୍ୱ ଦରବାରରେ ଏହାର ଗୁଣବତ୍ତା ଓ ନିଷ୍ଠା ସମ୍ବନ୍ଧରେ ମେସେଜ ଯିବ।  ପିଲାଙ୍କ ଏକାଗ୍ରତା ବୃଦ୍ଧି ସକାଶେ ସ୍କୁଲ ପ୍ରତିଷ୍ଠାତା ପ୍ରଭୁ ଅଗ୍ରପୂଜ୍ୟ ଗଜାନନ ଙ୍କ ପାଇଁ ଭଳି କି ଭଳି ମୂର୍ତି ତିଆରି କରିଛନ୍ତି। ପାଠ ପଢିବା ସହ ପିଲାଙ୍କ ଅନ୍ତର୍ନିହିତ ଗୁଣକୁ ଜାଗ୍ରତ କରିବା ପାଇଁ  ଏକ ପ୍ରୟାସ।  
 ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Thirty thousand Ganeshas are displayed in one place | Argus News