Videos
|
Odisha

ଚୋରି କରି ଫେରାର ମାରୁଥିବାବେଳେ ଏମିତି ଧରା ପଡିଲା ଚୋର

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଚୋରି କରି ଫେରାର ମାରୁଥିବାବେଳେ ଏମିତି ଧରା ପଡିଲା ଚୋର

ଧରାପଡିଲା ଫେରାର ହେଉଥିବା ଚୋର । ଖସି ଯାଉଥିବା ବେଳେ ଧରା ପକାଇଦେଲା ଭାଗ୍ୟ । ଚୋରି କରି ଫେରାର ହେଉଥିବାବେଳେ ବାଲେଶ୍ୱର ବାହାନଗା ଗୋପାଳପୁର ଜୁଣିଆ ବଜାର ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ । ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ଗାଡ଼ି ଚାଳକ ଫେରାର ହୋଇଥିବା ବେଳେ ଅନ୍ୟ ୨ ଜଣ ଗିରଫ । ତେବେ ସୂଚନା ଅନୁଯାଇ ଏହି କାରଟି ସନ୍ଦେହଜନକ ଭାବେ ଯାଉଥିବାବେଳେ ଏହାକୁ କେତେକ ଯୁବକ ପିଛା କରିଥିଲେ ।


ଫଳରେ ଗାଡ଼ିଟି ଦ୍ରୁତ ଗତିରେ ଯାଇ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଗାଡ଼ିରୁ ନଗଦ ୨ ଲକ୍ଷ ୪୦ ହଜାର ଟଙ୍କା ସହ ୪୬ ଗ୍ରାମ ସୁନା, ଏବଂ ୨୦୯ ଗ୍ରାମ ରୁପା ଅଳଙ୍କାର ସହ ୧୦ ଲକ୍ଷ ଟଙ୍କର ଜିନିଷପତ୍ର ଜବତ କରିଛି ଗୋପାଳପୁର ଥାନା ପୋଲିସ l ଗୋପାଳପୁର ଥାନା ପୋଲିସ ଘଟଣା ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
This is how a thief was caught while trying to steal and escape | Argus News