ଏହା ଏକ ସମ୍ମିଳନୀ ନୁହେଁ ଏହା ପାରିବାରର ପୁନର୍ମିଳନ: ଏସ୍ ଜୟଶଙ୍କର
·1 year ago

ଅର୍ଗସ ବ୍ୟୁରୋ: ପ୍ରବାସୀ ଭାରତୀୟଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ପ୍ରବାସୀ ଭାରତୀୟଙ୍କୁ ଉଦବୋଧନ ଦେଇ ଜୟଶଙ୍କର କହିଛନ୍ତି, ପ୍ରତି ୨ବର୍ଷର ଥରେ ଆୟୋଜନ ହେଉଛି ପ୍ରବାସୀ ଭାରତୀୟ ସମ୍ମିଳନୀ । ଏହା କେବଳ ଏକ ସମ୍ମିଳନୀ ନୁହେଁ, ଏହା ପାରିବାରିକ ପୁନର୍ମିଳନ ଭଳି ଲାଗୁଛି । ଏହା ଆମର ଏକ ପରିବାର ଆମେ ସମସ୍ତେ ଏକ ପରିବାରର ସଦସ୍ୟ । ଓଡିଶାର କଳା ଓ ସଂସ୍କୃତିକୁ ପ୍ରଶଂସା କରିଛନ୍ତି ଜୟଶଙ୍କର । ବାଲିଯାତ୍ରାର ବି ଉଦାହରଣ ଦେଲେ ଜୟଶଙ୍କର । ସେ କହିଛନ୍ତି, ଓଡିଶାର କଳା ଓ ସଂସ୍କୃତି ଅନନ୍ୟ । ଓଡିଶା ରାଜ୍ୟର କଳା ଓ ସଂସ୍କୃତି ସାରା ଦେଶରେ ପରିଚିତ ହେଉଛି ଆହୁରି ଆଗକୁ ମଧ୍ୟ ଆହୁରି ପରିଚିତ ହେବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: