Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୮୦ ପରିବାରର ଭରଷା ୨ଟି ନଳକୂପ

Banajyotshna Ray
Browse all articles by Banajyotshna Ray
·1 year ago·1 min read
୮୦ ପରିବାରର ଭରଷା ୨ଟି ନଳକୂପ

Key Points

ଦୁଃଖ ଦେଉଛି ପାନୀୟଜଳ ସମସ୍ୟା
ଏଠି ଜୀବନ ବଞ୍ଚାଇବା ପାଇଁ ଚାଲିଛି ସଂଘର୍ଷ
୮୦ ପରିବାରର ଭରଷା ୨ଟି ନଳକୂପ
ପାଣି ପାଇଁ ହାହାକାର ଘୁଣ୍ଟବଣି ଗାଁ

ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଘୁଣ୍ଟବଣି ଗାଁରେ ଉତ୍କଟ ପାନୀୟଜଳ ସମସ୍ୟା। ନଳକୂଅରୁ ବାହାରୁନି ପାଣି। ୮୦ ପରିବାରକୁ ରହିଛି ମାତ୍ର ଦୁଇଟି ନଳକୂପ। ଖରା ଦିନେ ନଳକୂଅ ଶୁଖି ଯାଉଥିବାରୁ ବାହାରୁନି ପାଣି । ଗାଁଠୁ ଗୋଟେ କିଲୋମିଟର ଦୂର ଖୋଲା ଆକାଶ ତଳେ ଥିବା ପରିତ୍ୟକ୍ତ କୂଅ ଉପରେ ନିର୍ଭର କରୁଛନ୍ତି ଗାଁର ପାଖାପାଖି ୨୫୧ ଜଣ ଲୋକ। କୂଅର ପାଣି ପିଇବା ଉପଯୋଗୀ ନୁହେଁ , କିନ୍ତୁ ବିକଳ୍ପ ନଥିବାରୁ ବାଧ୍ୟ ହୋଇ କୂଅ ପାଣି ପିଉଛନ୍ତି ଘୁଣ୍ଟବଣି ଗ୍ରାମବାସୀ।

ଘୁଣ୍ଟବଣି ଗାଁରେ ପାନୀୟ ଜଳ ବିଭାଗ ପକ୍ଷରୁ ପାଣି ଯୋଗାଇ ଦେବାକୁ ସୋଲାର ନଳକୂଅ ଖୋଲାଯାଇଥିଲା। କିନ୍ତୁ ତାହା ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି ଅକାମୀ ହୋଇ ପଡ଼ିରହିଛି। ଗାଁରେ ଥିବା ଗୋଟିଏ ନଳକୂଅ ଅକାମି ହୋଇ ପଡିଥିବା ବେଳେ ଖରାଦିନେ କୂଅ ମଧ୍ୟ ଶୁଖି ଯାଉଛି। ଏନେଇ ଗ୍ରାମବାସୀ ବହୁବାର ସରପଞ୍ଚଙ୍କଠୁ ଆରମ୍ଭ କରି ସରକାରୀ ଅଧିକାରୀଙ୍କୁ ସମସ୍ୟା ବିଷୟରେ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି।

ଘୁଣ୍ଟବଣି ଗ୍ରାମବାସୀଙ୍କ ପାଇଁ ଉପହାସ ପାଲଟିଛି ପାନୀୟଜଳ ସମସ୍ୟା। ନୂଆ ସରକାର ଜଳ ସମସ୍ୟାର ସମାଧାନ ପାଇଁ ଯୋଜନା କରି ତାର ସଫଳ ରୂପାୟନ ଉପରେ ଗୁରୁତ୍ବ ଦେବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
this-situation-where-80-families-depend-on-only-2-tubewells | Argus News