Historic Baliyatra Cuttack / ବାଲିଯାତ୍ରା ପାଇଁ ଏଥର ସ୍ୱତନ୍ତ୍ର ସଂଗୀତ 'ଆମ ଐତିହାସିକ ବାଲିଯାତ୍ରା'

Key Points
ଏହିମାନଙ୍କ କଣ୍ଠରେ ବାହାରିଥିବା ସୁମଧୁର ଧ୍ୱନୀ ଗୀତଟିକୁ ଏକ ସଜିବ ଓ ଉତ୍ସବମୟ ଅନୁଭବ ଦେଇଛି।
ଏଥର ବାଲିଯାତ୍ରା ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଗୀତ । ଓଡ଼ିଆ ମାଟିର ମହକ ସହିତ ଓଡ଼ିଆ ଅସ୍ମିତାକୁ ମନେ ପକାଇ ପ୍ରସ୍ତୁତ କରାଯାଇଛି ଏହି ସଂଗୀତ । ଯାହାକୁ ନେଇ କଟକବାସୀଙ୍କ ମନରେ ଉତ୍ସାହ ଦେଖାଯାଇଛି । ଏହି ଗୀତରେ ଭରି ରହିଛି ଓଡ଼ିଆତ୍ୱ, ଓଡ଼ିଶାର ଗର୍ବ ଓ ଗୌରବ । ଯେଉଁଥିପାଇଁ ଗୀତଟି ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଐତିହାସିକ ବାଲିଯାତ୍ରାର ଗୌରବ ଓ ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ସାରା ଦେଶରେ ପ୍ରଚାର କରିବା ପାଇଁ, କଟକ ପ୍ରଶାସନ ତରଫରୁ ପ୍ରଥମଥର ପାଇଁ ଏକ ଏହି ଗୀତ ତିଆରି ହୋଇଛି “ଆମ ଐତିହାସିକ ବାଲିଯାତ୍ରା”। ଏହା ଓଡ଼ିଶାର ପୁରାତନ ବାଣିଜ୍ୟ ଐତିହ୍ୟ, ଗୌରବ ଓ ସାଂସ୍କୃତିକ ମହିମାକୁ ନବ ଦୃଷ୍ଟିକୋଣରେ ପ୍ରତିବିମ୍ବିତ କରିଛି ।
ଏହି ଗୀତର ଶବ୍ଦ ରଚନା କରିଛନ୍ତି ACP କୃଷ୍ଣଚନ୍ଦ୍ର ସେଠୀ, ଯିଏ ନିଜ ଶବ୍ଦ ମାଧ୍ୟମରେ ଓଡ଼ିଆ ମାଟିର ଗୌରବ ଓ ଐତିହ୍ୟକୁ ଜୀବନ୍ତ କରିଛନ୍ତି । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ଶୁକ୍ଲା, ଏବଂ ସଙ୍ଗୀତ ସଜଣା କରିଛନ୍ତି ପ୍ରଫୁଲ୍ଲ ବେହେରା।
ଗୀତଟିରେ କଣ୍ଠଦାନ ଦେଇଛନ୍ତି ACP କୃଷ୍ଣଚନ୍ଦ୍ର ସେଠୀ, ACP ସତ୍ୟଜିତ ଦାସ, ଶୌଜନ୍ୟା ରଥ ଏବଂ ବିଷ୍ଣୁ ମୋହନ କବି । ଏହିମାନଙ୍କ କଣ୍ଠରେ ବାହାରିଥିବା ସୁମଧୁର ଧ୍ୱନୀ ଗୀତଟିକୁ ଏକ ସଜିବ ଓ ଉତ୍ସବମୟ ଅନୁଭବ ଦେଇଛି।
ଏହି ସଙ୍ଗୀତରେ କ୍ରିଏଟିଭ୍ ହେଡ୍ ଭାବେ କାର୍ଯ୍ୟ କରିଛନ୍ତି ACP ଅମିତାଭ ମହାପାତ୍ର ଓ ସାଇ ସିଦ୍ଧାନ୍ତ ମିଶ୍ର । ଯାହାଙ୍କ ନିର୍ଦ୍ଦେଶନା ଓ ସୃଜନାତ୍ମକ ଦୃଷ୍ଟିକୋଣ ଏହି ଗୀତଟିକୁ ବିଶେଷ ରୂପ ଦେଇଛି। ଗୀତଟିର ରେକର୍ଡିଂ କଟକସ୍ଥିତ ଏକ ଘରୋଇ ଷ୍ଟୁଡିଓରେ ସମ୍ପନ୍ନ ହୋଇଛି । ଏହି ପ୍ରୟାସ ମାଧ୍ୟମରେ କଟକ ପ୍ରଶାସନ ପ୍ରଥମଥର ପାଇଁ ଏକ ସାହିତ୍ୟିକ ଓ ସଙ୍ଗୀତିକ ଆଭିମୁଖ୍ୟରେ ବାଲିଯାତ୍ରାର ଗୌରବକୁ ଆଗକୁ ଆଣିଛି । ଏହି ଗୀତ ମାଧ୍ୟମରେ ଓଡ଼ିଶାବାସୀ ନିଜ ଐତିହାସିକ ମୂଳ ସହିତ ନବ ସଂସ୍ପର୍ଶ ଅନୁଭବ କରିପାରିବେ ବୋଲି ଆଶା କରାଯାଉଛି ।
ଅନ୍ୟପଟେ ଏଥର ଉପର ପଡ଼ିଆରେ ବି ହେବ ବାଲିଯାତ୍ରା । ଏନେଇ ସ୍ପଷ୍ଟ କରିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ । ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଉପର ପଡ଼ିଆରେ ୨୦ଟି ଷ୍ଟଲ ଆବଣ୍ଟନ ହୋଇସାରିଛି । ପାରମ୍ପରିକ ଖାଦ୍ୟ ସହ ହସ୍ତଶିଳ୍ପ ସାମଗ୍ରୀ ପାଇଁ ଷ୍ଟଲ୍ ଆବଣ୍ଟନ ହୋଇଛି । ଅନ୍ୟ ବ୍ୟବସାୟୀ ଚାହିଁଲେ ମଧ୍ୟ ଉପର ପଡ଼ିଆରୁ ଷ୍ଟଲ୍ ନେଇପାରିବେ । ରିହାତି ଦରରେ ବ୍ୟବସାୟୀଙ୍କୁ ଉପର ପଡ଼ିଆରେ ଷ୍ଟଲ୍ ଦିଆଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି ।
ତେବେ ଉପର ପଡ଼ିଆରେ ବ୍ୟବସାୟ ନ କରିବା ପାଇଁ ବ୍ୟବସାୟୀ ସଂଘ ଅନୁରୋଧ କରିଥିଲା । ସେଥିପାଇଁ ଉପର ପଡ଼ିଆରେ ଷ୍ଟଲ୍ ହେବ କି ନାହିଁ ଦ୍ଵନ୍ଦ ଲାଗି ରହିଥିଲା । ବର୍ତ୍ତମାନ୍ କିଛି ବ୍ୟବସାୟୀ ଉପର ପଡ଼ିଆରେ ଷ୍ଟଲ୍ କରିବା ପାଇଁ ରାଜି ହେବାରୁ ଷ୍ଟଲ୍ ଆବଣ୍ଟନ ସହ ପ୍ରସ୍ତୁତି କାମ ଆରମ୍ଭ ହୋଇଯାଇଛି ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।
📱 Get Argus News App
✨Related Topics
Explore more stories