Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଏଥର ଟ୍ରାଫିକ୍ ଜଗିବ AI କ୍ୟାମେରା, କୁମ୍ଭମେଳା ଷ୍ଟାଇଲରେ ହେବ ଭିଡ଼ ନିୟନ୍ତ୍ରଣ

Odisha

ଏଥର ଟ୍ରାଫିକ୍ ଜଗିବ AI କ୍ୟାମେରା, କୁମ୍ଭମେଳା ଷ୍ଟାଇଲରେ ହେବ ଭିଡ଼ ନିୟନ୍ତ୍ରଣ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଏଥର ଟ୍ରାଫିକ୍ ଜଗିବ AI କ୍ୟାମେରା, କୁମ୍ଭମେଳା ଷ୍ଟାଇଲରେ ହେବ ଭିଡ଼ ନିୟନ୍ତ୍ରଣ

ଏଥର ମହାକୁମ୍ଭ ଷ୍ଟାଇଲ୍‌ରେ ରଥଯାତ୍ରା । ମହାକୁମ୍ଭରେ ଭିଡ଼ ନିୟନ୍ତ୍ରଣ ପାଇଁ ଯେଉଁ ସବୁ କୌଶଳ ଅପଣାଇଥିଲେ ୟୁପି ସରକାର, ଠିକ୍ ସେମିତି ରଥଯାତ୍ରା ଭିଡ଼କୁ ବ୍ୟବସ୍ଥିତ କରିବା ପାଇଁ ମନସ୍ଥ କରିଛନ୍ତି ଜିଲ୍ଲା ପ୍ରଶାସନ । AI ଟେକ୍ନୋଲୋଜି ଓ ସିସିଟିଭି ସର୍ଭିଲାନ୍ସ ଜରିଆରେ ହେବ ଭିଡ଼ ନିୟନ୍ତ୍ରଣ । ଏବର୍ଷ ରଥଯାତ୍ରାର ସୁପରିଚାଳନା ପାଇଁ ପ୍ରସ୍ତୁତ ହୋଇଛି ଏକ ସ୍ୱତନ୍ତ୍ର ଆପ୍ । ଏହି ଆପ୍‌ରେ ନିକଟସ୍ଥ ପାଣି ପଏଣ୍ଟ୍, ଲଷ୍ଟ୍ ଆଣ୍ଡ ଫାଉଣ୍ଡ ପଏଣ୍ଟ, ଫାଷ୍ଟ ଏଡ୍ ସେଣ୍ଟର୍ ଆଦି ଜରୁରୀ ସୂଚନା ଭକ୍ତଙ୍କ ପାଇଁ ଉପଲବ୍ଧ ହେବ । ପାର୍କିଂଠାରୁ ରାସ୍ତାରେ ଭିଡ଼ ଯାଏ ସମସ୍ତ ସୂଚନା ଆଗୁଆ ପାଇବେ ଯାତ୍ରୀ ।

ପ୍ରୟାଗରାଜ ମହାକୁମ୍ଭକୁ ସଫଳତାର ସହ ପରିଚାଳନା କରି ପ୍ରଶଂସା ସାଉଣ୍ଟିଛନ୍ତି ଉତ୍ତରପ୍ରଦେଶ ସରକାର। ସନାତନର ଆଉ ଏକ ମହାପର୍ବ ପୁରୀ ରଥଯାତ୍ରାରେ ବି ସେହି ରଣନୀତି ଆପଣାଇବାକୁ ଯୋଜନା କରିଛି ଶ୍ରୀମନ୍ଦିର ପ୍ରଶାସନ। ରଥାଯାତ୍ରାକୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ ସୁଖଦ ଅନୁଭୁତି ଦେବାଲାଗି ଏବେଠାରୁ ଅଣ୍ଟା ଭଡିଛନ୍ତି ରାଜ୍ୟ ସରକାର।

ଜୁନ୍‌ ୨୭ରେ ଅନୁଷ୍ଠିତ ହେବ ଚଳିତ ବର୍ଷର ଘୋଷଯାତ୍ରା। ଏହାକୁ ନେଇ ଏବେଠାରୁ ତତ୍ପର ଶ୍ରୀମନ୍ଦିର ପ୍ରଶାସନ । ଏବର୍ଷ ରଥଯାତ୍ରାର ସୁପରିଚାଳନା ପାଇଁ ପ୍ରସ୍ତୁତ ହୋଇଛି ଏକକ ଆପ୍ । ଏହି ଆପ୍‌ରେ ନିକଟସ୍ଥ ପାଣି ପଏଣ୍ଟ, ଲଷ୍ଟ୍ ଆଣ୍ଡ ଫାଉଣ୍ଡ ପଏଣ୍ଟ, ଫାଷ୍ଟ ଏଡ୍ ସେଣ୍ଟର୍ ଆଦି ଜରୁରୀ ସୂଚନା ଭକ୍ତଙ୍କ ପାଇଁ ଉପଲବ୍ଧ ହେବ । ଚଳିତ ମାସ ଶେଷ ଆଡକୁ ଅନୁଷ୍ଠିତ ହେବ ପ୍ରଥମ ରଥଯାତ୍ରା ସମନ୍ୱୟ କମିଟି ବୈଠକ। ଏହା ପୂର୍ବରୁ ସମସ୍ତ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

୫୦ ଲକ୍ଷ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ କୁମ୍ଭମେଳା ଭଳି ରଣନୀତି ଆପଣାଇବ ପ୍ରଶାସନ । AI ଟେକ୍ନୋଲୋଜି ସହ, ସିସିଟିଭି ସର୍ଭିଲାନସ ଉପରେ ରହିବ ଫୋକସ୍ । AI ମାଧ୍ୟମରେ ହେବ ଟ୍ରାଫିକ ମନିଟରିଂ । ପାର୍କିଂ ଠାରୁ ରାସ୍ତାରେ ଭିଡ଼ ଯାଏ ସମସ୍ତ ସୂଚନା ଆଗୁଆ ପାଇବେ ଯାତ୍ରୀ । ସେପଟେ ଗତବର୍ଷର ଭୂଲ ସୁଧାରିବା ପାଇଁ ବିଭିନ୍ନ ନିଯୋଗ ପାଇଁ କରାଯାଇଛି ସ୍ଵତନ୍ତ୍ର ବ୍ୟବସ୍ଥାବଳୀ। ରଥ ଉପରେ ସେଲଫି ଓ ମୋବାଇଲ୍ ଫୋନ୍ ବ୍ୟବହାରକାରୀଙ୍କୁ ଗିରଫ ପାଇଁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟ ବାଡଗ୍ରାହୀ।

ଚଳିତ ବର୍ଷ ଏପ୍ରିଲ ୩୦ ତାରିଖ ଅକ୍ଷୟ ତୃତୀୟା ତିଥିରେ ରଥକାଠ ଅନୁକୂଳ ହେବ, ଜୁନ ୧୧ରେ ଦେବସ୍ନାନ ପୂର୍ଣ୍ଣିମା ପଡୁଥିବା ବେଳେ, ଶ୍ରୀଗୁଣ୍ଡିଚା ଜୁନ ୨୭ରେ ଅନୁଷ୍ଠିତ ହେବ । ସେହପିର ସନ୍ଧ୍ୟା ଦର୍ଶନ ଜୁଲାଇ ୪, ବାହୁଡା ଜୁଲାଇ ୫, ସୁନାବେଶ ଜୁଲାଇ ୬, ଅଧରପଣା ଜୁଲାଇ ୭ ଓ ନୀଳାଦ୍ରିବିଜେ ଜୁଲାଇ ୮ ତାରିଖରେ ଅନୁଷ୍ଠିତ ହେବାର ଅଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
This time AI cameras will guard traffic, crowd control will be done in Kumbh Mela style | Argus News