Videos
|
Odisha

ଲାପ୍ସ ଯାଇନି ଚାଷୀଙ୍କ ଟୋକନ, ସମସ୍ତଙ୍କୁ ମିଳିଛି ଗୁରୁତ୍ୱ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ଲାପ୍ସ ଯାଇନି ଚାଷୀଙ୍କ ଟୋକନ, ସମସ୍ତଙ୍କୁ ମିଳିଛି ଗୁରୁତ୍ୱ

ଏଥର ଧାନ କିଣାରେ ରେକର୍ଡ କରିଛନ୍ତି ସରକାର । ପୂର୍ବରୁ ଏତେ ପରିମାଣର ଧାନ କେବେ କିଣାଯାଇନଥିଲା । ଏଥର କଟ୍‌ନୀ ଛଟ୍‌ନୀ ବି ବିଶେଷ ଦେଖିବାକୁ ମିଳିନି । କାହାର ବି ଲାପ୍ସ ହୋଇନି ଟୋକନ ।

ରାଜ୍ୟରେ ଆଜି ସରିବ ଧାନ କିଣା । ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଧାନ କିଣା ହୋଇଛି । ୭୭ ଲକ୍ଷ ମେଟ୍ରିକ୍ ଟନ ଧାନ କିଣିବା ନେଇ ଲକ୍ଷ୍ୟ ରଖିଥିଲେ ରାଜ୍ୟ ସରକାର । ବର୍ତ୍ତମାନ ସୁଦ୍ଧା ପାଖାପାଖି ୭୪ ଲକ୍ଷ ମେଟ୍ରିକ୍ ଟନ ଧାନ କିଣା ସରିଛି । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଗତବର୍ଷ ସରକାର ୫୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିଥିଲେ । ଚଳିତ ବର୍ଷ ମୋଟ ୧୭ ଲକ୍ଷ ୫୦ ହଜାର ଚାଷୀ ପଞ୍ଜିକରଣ କରିଥିଲେ । ସେଥିମଧ୍ୟରୁ ୧୭ ଲକ୍ଷ ଚାଷୀଙ୍କ ଧାନ କିଣା ସରିଛି । କୌଣସି ଚାଷୀଙ୍କ ଟୋକନ୍ ଲାପସ୍ ହୋଇନାହିଁ । ଗତ ସରକାରରେ ୪ ଲକ୍ଷ ଚାଷୀ ଧାନ ବିକିବାରୁ ବଞ୍ଚିତ ରହିଥିଲେ । ଆସନ୍ତା ବର୍ଷ ଆହୁରି ଅଧିକ ଧାନ କିଣାଯିବ। ଯେଉଁ ପ୍ୟାକ୍ସ କିମ୍ବା ଲ୍ୟାମ୍ପସ ଦୁର୍ନୀତି କରିବ ତାକୁ ଧାନ କିଣାରୁ ବାଦ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଗତ ବିଜେଡି ସରକାର କଟନୀ ଛଟନୀକୁ ଏକ ଆଇନ ଭାବେ କାର୍ଯ୍ୟକାରୀ କରିଥିଲେ । ମାତ୍ର ଚଳିତ ଥର ଏହା ବିଶେଷ ଭାବେ ଦେଖିବାକୁ ମିଳିନି । ଯାହା ବି ଅଭିଯୋଗ ଆସିଛି ସବୁର ତୁରନ୍ତ ସମାଧାନ ହୋଇଛି । ଆଗାମୀ ଦିନରେ ସମସ୍ତ ମଣ୍ଡିର ଭିତ୍ତିଭୂମି ସୁଦୃଢ଼ କରାଯିବ । ସବୁ ମଣ୍ଡିକୁ ମଡେଲ ମଣ୍ଡି କରାଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
This time, farmers' tokens did not lapse in purchasing paddy, everyone got importance | Argus News